Get Updates
Get notified of breaking news, exclusive insights, and must-see stories!

Assembly Election 2022 : ତିନି ରାଜ୍ୟରେ ଚାଲିଛି ମତଦାନ, ଇଭିଏମ୍ ରେ ସିଲ୍ ହେବ 1519 ପ୍ରାର୍ଥୀଙ୍କ ଭାଗ୍ୟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଉତ୍ତର ପ୍ରଦେଶର ମୋଟ 9 ଜିଲ୍ଲାର 55 ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି 586 ପ୍ରାର୍ଥୀ ।

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଉତ୍ତର ପ୍ରଦେଶର ମୋଟ 9 ଜିଲ୍ଲାର 55 ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି 586 ପ୍ରାର୍ଥୀ । ସେଥି ମଧ୍ୟରେ ଅଛନ୍ତି 69 ଜଣ ମହିଳା ପ୍ରାର୍ଥୀ । 9 ଜିଲ୍ଲାର ମୋଟ 2 କୋଟି 1 ଲକ୍ଷ 42 ହଜାର 441 ଜଣ ଭୋଟର କରିବେ ମତଦାନ । ମଦାନ ହେଉଥିବା 9 ଜିଲ୍ଲା ମଧ୍ୟରେ ରହିଛି ଅମ୍ରୋହା, ବରେଲି, ବିଜନୋର, ବୁଦାଉନ, ମୋରାଦାବାଦ, ରାମପୁର, ସାହାରଣପୁର, ସମ୍ବଲ, ଶାହାଜାହାନପୁର ।

Election

ସେହିପରି ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ଏହି ରାଜ୍ୟର ମୋଟ 70 ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଜାରି ରହିଛି ମତଦାନ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧମୀଙ୍କ ଆସନ ବଜାୟ ରଖିବାକୁ ବିଜେପି ରାଜ୍ୟରେ ସମସ୍ତ ଶକ୍ତି ଲଗାଇଥିବା ବେଳେ ଶାସନ ଗାଦି ହାତେଇବାକୁ ପ୍ରୟାସ କରୁଛି ବିରୋଧୀ କଂଗ୍ରେସ । 70 ଆସନ ପାଇଁ ମଇଦାନରେ ଅଛନ୍ତି 63 ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ 632 ପ୍ରତିଦ୍ୱନ୍ଦୀ । ଏହି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ରାଜ୍ୟର 82 ଲକ୍ଷ 38 ହଜାର 187 ମତଦାତା ।

ଅପରପକ୍ଷରେ ଗୋଆ ରାଜ୍ୟରେ ମୁଖ୍ୟତଃ ଶାସକ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ହେଉଛି ଟକ୍କର । ଗୋଆର ମୋଟ 11 ଲକ୍ଷ 57 ହଜାର ପ୍ରାର୍ଥୀଙ୍କ ହାତରେ ଅଛି 40 ବିଧାନସଭା ଆସନର 301 ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ।
ଏହି ସମସ୍ତ ରାଜ୍ୟର ମୋଟ 1519 ପ୍ରାର୍ଥୀଙ୍କ ଭାଗ୍ୟପେଡ଼ି ଖୋଲିବ ମାର୍ଚ୍ଚ 10 ତାରିଖରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+