ଆସାମ-ମିଜୋରାମ ସୀମା ବିବାଦ : ତଦନ୍ତ ଦାବି କଲେ କଂଗ୍ରେସ ନେତା ଗୌରବ ଗୋଗୋଇ, କହିଛନ୍ତି- ଆମେ ଦେଶରେ ନା ସୀମାରେ ?
ଆସାମ-ମିଜୋରାମ ସୀମା ବିବାଦକୁ ନେଇ ବିବାଦ ଜାରି ରହିଛି । ଏହି ସମୟରେ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ସମଗ୍ର ଘଟଣାର ତଦନ୍ତ ଦାବି କରିଛନ୍ତି ।
ନୂଆଦିଲ୍ଲୀ : ଆସାମ-ମିଜୋରାମ ସୀମା ବିବାଦକୁ ନେଇ ବିବାଦ ଜାରି ରହିଛି । ଏହି ସମୟରେ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ ସମଗ୍ର ଘଟଣାର ତଦନ୍ତ ଦାବି କରିଛନ୍ତି । ମିଜୋରାମ ସୀମାରେ ହିଂସା ଘଟଣାରେ ଆସାମ ପୋଲିସର 5 ଜଣଙ୍କର ମୃତ୍ୟୁ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି । ହିଂସା ପାଇଁ ଉଭୟ ଆସାମ ଏବଂ ମିଜୋରାମ ପରସ୍ପରକୁ ଦାୟୀ କରୁଛନ୍ତି ।

ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ କହିଛନ୍ତି, ଗତକାଲି ଆସାମ-ମିଜୋରାମ ସୀମା ସଂଘର୍ଷରେ ହାଲୁକା ମେସିନ୍ ବନ୍ଧୁକ (LMG) ବ୍ୟବହାର କରାଯାଇଥିଲା ବୋଲି କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି । ମୁଁ ବୁଝିପାରୁ ନାହିଁ କି ଆମେ ଆମ ଦେଶରେ ନା ଦେଶର ସୀମାରେ ଅଛୁ ? ଏହି ଘଟଣାର ତଦନ୍ତ ପାଇଁ ଆମେ ଦାବି କରୁଛୁ ।
ଏଥି ସହ କଂଗ୍ରେସ ନେତା ସୁସ୍ମିତା ଦେବ ଏହି ପ୍ରସଙ୍ଗରେ କହିଛନ୍ତି ଯେ "ପରିସ୍ଥିତି ଅତ୍ୟନ୍ତ ଗୁରୁତର । କେନ୍ଦ୍ର ଗୃହମନ୍ତ୍ରୀ (ଅମିତ ଶାହା) ତୁରନ୍ତ ହସ୍ତକ୍ଷେପ କରିବା ଉଚିତ୍ । ମିଜୋରାମର ମୁଖ୍ୟମନ୍ତ୍ରୀ ଏବଂ ଆସାମର ମୁଖ୍ୟମନ୍ତ୍ରୀ କେବଳ ଟ୍ୱିଟରରେ ଏହି ପ୍ରସଙ୍ଗରେ ଲଢୁଛନ୍ତି। କିଛି ସମାଧାନ ହେଉନାହିଁ ।"
ଆସାମ ସିଏମ ହିମନ୍ତ ବିଶ୍ୱ ସର୍ମା ଟ୍ୱିଟ କରି କହିଛନ୍ତି ଯେ, ଆସାମ-ମିଜୋରାମ ସୀମାରେ ରାଜ୍ୟର ସାମ୍ବିଧାନିକ ସୀମା ରକ୍ଷା କରିବାବେଳେ 5 ଝଣ ପୋଲିସ୍ କର୍ମୀ ସହିଦ୍ ହୋଇଥିବା ଜଣାଇବା ନେଇ ମୁଁ ବହୁତ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ।
ଅନ୍ୟପକ୍ଷରେ ଆସାମ ପୋଲିସ ସୀମା ପାର ହେବା ପରେ ହିଂସା ଆରମ୍ଭ ହୋଇଥିଲା ବୋଲି ମିଜୋରାମ ପକ୍ଷରୁ କୁହାଯାଇଛି । ମିଜୋରାମ ଏହା ମଧ୍ୟ ଦାବି କରିଛି ଯେ ଆସାମ ପୋଲିସ ଜାତୀୟ ରାଜପଥରେ ଯାନବାହନ ନଷ୍ଟ କରିଛି । ଆସାମ ପୋଲିସ ମିଜୋରାମ ପୋଲିସ ଉପରେ ଗୁଳି ଚଳାଇଥିଲା ବୋଲି ମଧ୍ୟ କହିଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications