Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ : 'ତୁମ ମା'ଙ୍କୁ କହିଦିଅ, ମୁଁ ଦିନେ ଆସାମର ମୁଖ୍ୟମନ୍ତ୍ରୀ ହେବି'

ଯୁବକର ବୟସ 22 ବର୍ଷ ଏବଂ ଝିଅର ବୟସ ମାତ୍ର 17 ବର୍ଷ ବୟସ । ଝିଅ କହିଲା ତୁମ ଭବିଷ୍ୟତ ବିଷୟରେ ମା'ଙ୍କୁ କଣ କହିବି ? ଯୁବକ ଜଣକ ଉତ୍ତର ଦିଅନ୍ତି, 'ତୁମ ମା'ଙ୍କୁ କହିଦିଅ, ମୁଁ ଦିନେ ଆସାମର ମୁଖ୍ୟମନ୍ତ୍ରୀ ହେବି' ।

ଗୌହାଟୀ : ଯୁବକର ବୟସ 22 ବର୍ଷ ଏବଂ ଝିଅର ବୟସ ମାତ୍ର 17 ବର୍ଷ ବୟସ । ଝିଅ କହିଲା ତୁମ ଭବିଷ୍ୟତ ବିଷୟରେ ମା'ଙ୍କୁ କଣ କହିବି ? ଯୁବକ ଜଣକ ଉତ୍ତର ଦିଅନ୍ତି, 'ତୁମ ମା'ଙ୍କୁ କହିଦିଅ, ମୁଁ ଦିନେ ଆସାମର ମୁଖ୍ୟମନ୍ତ୍ରୀ ହେବି' ।

ଉପରୋକ୍ତ ଦୁଇ ଧାଡ଼ି କଉ ଫିଲ୍ମର ସଂଳାପ ଭଳି ଲାଗୁଥିଲେ ମଧ୍ୟ ଏହା ଜଣେ ସଫଳ ବ୍ୟକ୍ତିଙ୍କ ପ୍ରେମ କାହାଣୀ, ଯାହାକି ବାସ୍ତବରେ ହୋଇଛି । ଆମେ କହୁଛୁ ଆସାମର ନୂତନ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପ୍ରେମ କାହାଣୀ । ବହୁ ବର୍ଷ ପୂର୍ବେ ଏହି କଥା ହିମନ୍ତ ରିନିକି ଭୁୟାଁଙ୍କୁ କହିଥିଲେ, ଯିଏକି ପରେ ତାଙ୍କ ପତ୍ନୀ ହୋଇଥିଲେ । ଏହି ଘଟଣା ସେତେବେଳର ଯେତେବେଳେ ଶର୍ମା କଟନ କଲେଜର ଛାତ୍ର ଥିଲେ ।

Himanta-Biswa-sarma

ହିମନ୍ତଙ୍କ ପତ୍ନୀ ରିନିକି ଭୁୟାଁ କହିଛନ୍ତି, କଲେଜ ସମୟରୁ ତାଙ୍କ ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ନେଇ ଆତ୍ମବିଶ୍ୱାସୀ ଥିଲେ । ସେ ପିଟିଆଇ ସହ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ଛାତ୍ର ଜୀବନରୁ ହିମନ୍ତ ତାଙ୍କ ଲକ୍ଷ୍ୟକୁ ନେଇ ନିଶ୍ଚିତ ଥିଲେ ଏବଂ ଭବିଷ୍ୟତରେ ତାଙ୍କୁ କ'ଣ ହେବାରେ ଅଛି ତାକୁ ନେଇ ସେ ଭାରି ଦୃଢବିଶ୍ୱାସୀ ଥିଲେ ।

ସୂଚନାଯୋଗ୍ୟ ହିମନ୍ତ ବିଶ୍ୱ ଶର୍ମା ସୋମବାର ଆସାମର 15 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଶ୍ରୀମତି ଭୁୟାଁ କହିଛନ୍ତି ଯେ, 'ଯେତେବେଳେ ଆମେ ପ୍ରଥମ ଥର ଭେଟିଲୁ ସେତେବେଳେ ହିମନ୍ତଙ୍କୁ 22 ବର୍ଷ ଏବଂ ମୋର 17 ବର୍ଷ ହୋଇଥିଲା । ମୁଁ ତାଙ୍କୁ ପଚାରିଲି ମୁଁ ତାଙ୍କ ଭବିଷ୍ୟତ ବିଷୟରେ ମା'ଙ୍କୁ କ'ଣ କହିବି ? ତା'ପରେ ସେ ଉତ୍ତର ଦେଇଥିଲେ, ମା ଙ୍କୁ କୁହ ଯେ ମୁଁ ଆସାମର ମୁଖ୍ୟମନ୍ତ୍ରୀ ହେବି ।'

ସେ ଆହୁରି ମଧ୍ୟ କହିଛନ୍ତି, ଏହି କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି କିନ୍ତୁ ପରେ ହୃଦୟଙ୍ଗମ କରିଥିଲି ଯେ ସେ ଯେଉଁ ବ୍ୟକ୍ତିଙ୍କୁ ବିବାହ କରିବେ ସେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ଅଛନ୍ତି ଏବଂ ରାଜ୍ୟକୁ ନେଇ ତାଙ୍କର ସ୍ୱପ୍ନ ପଥର ପରି ପ୍ରତିବଦ୍ଧତା ।

ଭୁୟାଁ କହିଛନ୍ତି ଯେ, 'ଆମେ ଯେତେବେଳେ ବିବାହ କରିଥିଲୁ ସେ ଜଣେ ବିଧାୟକ ଥିଲେ, ଏହା ପରେ ସେ ମନ୍ତ୍ରୀ ହୋଇଥିଲେ ଏବଂ ପରେ ରାଜନୀତିରେ ଗୋଟିଏ ପରେ ଗୋଟିଏ ପାହଚ ଚଢିବାକୁ ଲଗିଲେ, କିନ୍ତୁ ଆଜି ମୁଁ ମୁଖ୍ୟମନ୍ତ୍ରୀଙ ଭାବେ ଶପଥ ନେଉଥିବାର ଦେଖି ନିଜକୁ ବିଶ୍ୱାସ କରିପାରୁ ନାହିଁ ।'

ସେ ଆହୁରି ମଧ୍ୟ କହିଛନ୍ତି, "ଗତକାଲି ରାତିରେ ଯେତେବେଳେ ଆମେ କଥାବାର୍ତ୍ତା ହେଉଥିଲୁ, ସେ ମନୋନୀତ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିଥିଲେ ଏବଂ ଯେତେବେଳେ ମୁଁ କିଏ ବୋଲି ପଚାରିଲି ସେ କହିଥିଲେ 'ମୁଁ' । ସେ ସର୍ବଦା ମୋ ପାଇଁ ହିମନ୍ତ ଏବଂ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଡି ପାରିବି ନାହିଁ । ଏହି ଶବ୍ଦ ସହିତ ପରିଚିତ ହେବାକୁ କିଛି ସମୟ ଲାଗିବ । "

ସୂଚନାଯୋଗ୍ୟ ଶର୍ମାଙ୍କ ପତ୍ନୀ ଜଣେ ମିଡିଆ ଉଦ୍ୟୋଗୀ ଏବଂ ଏହି ଦମ୍ପତିଙ୍କର 19 ବର୍ଷ ବୟସ୍କା ନନ୍ଦିଲ ବିଶ୍ୱ ଶର୍ମା ଏବଂ 17 ବର୍ଷୀୟ ସୁକନ୍ୟା ଶର୍ମା ଦୁଇଟି ସନ୍ତାନ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+