ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମାଙ୍କୁ ନିର୍ବାଚନ ଆୟୋଗରୁ କୋହଳ, ପ୍ରଚାର ପ୍ରତିବନ୍ଧକକୁ 48ରୁ 24 ଘଣ୍ଟାକୁ ହ୍ରାସ
ନିର୍ବାଚନ ଆୟୋଗ ଆସାମ ମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଚାର କରିବା ନେଇ କିଛିଟା କୋହଳ କରିଛନ୍ତି । ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକକୁ ଆୟୋଗ 48 ଘଣ୍ଟାରୁ 24 ଘଣ୍ଟାକୁ ହ୍ରାସ କରିଛି ।
ଦିସପୁର : ଆସାମରେ ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବାକି ଅଛି । ଏପ୍ରିଲ 6 ରେ 40 ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ଏହି ସମୟରେ ନିର୍ବାଚନ ଆୟୋଗ ଆସାମ ମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଚାର କରିବା ନେଇ କିଛିଟା କୋହଳ କରିଛନ୍ତି । ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକକୁ ଆୟୋଗ 48 ଘଣ୍ଟାରୁ 24 ଘଣ୍ଟାକୁ ହ୍ରାସ କରିଛି । ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟର ଅଧ୍ୟକ୍ଷ ହାଗ୍ରାମା ମୋହିଲାରୀଙ୍କ ବିରୋଧରେ ମନ୍ତ୍ରୀ ଶର୍ମା ଏକ ମନ୍ତବ୍ୟ ଦେଇଥିଲେ, ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିର୍ବାଚନ ଆୟୋଗ ତାଙ୍କୁ 48 ଘଣ୍ଟା ପ୍ରଚାର କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଏହାପୂର୍ବରୁ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରିଥିଲା, ଏହା ପରେ ଗୁରୁବାର ଆସାମ ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କଂଗ୍ରେସ ସହ ଜଡିତ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ର ମୁଖ୍ୟଙ୍କ ବିରୋଧରେ ମନ୍ତ୍ରୀ ଶର୍ମା ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ।
ନିର୍ବାଚନ ଆୟୋଗଙ୍କଠାରୁ କୋହଳ ପାଇବା ପରେ ହିମନ୍ତ ବିଶ୍ୱ ଶର୍ମାଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଝଟକା ଲାଗିଛି । ନିର୍ବାଚନ ଆୟୋଗ ତାଙ୍କ ଭାଇ ତଥା ଗୋଲପାରା ପୋଲିସ୍ ଏସପି ସୁଶାନ୍ତ ବିଶ୍ୱ ଶର୍ମାଙ୍କୁ ଜିଲ୍ଲାରୁ ବଦଳି କରିଦେଇଛନ୍ତି । ଆପଣଙ୍କୁ କହିରଖୁଛୁ, ଗୋଲପାଡ଼ା ବିଧାନସଭା ଆସନରେ 6 ଏପ୍ରିଲରେ ଭୋଟ୍ ଗ୍ରହଣ ହେବ । ଏଭଳି ପରିସ୍ଥିତିକୁ ନଜରରେ ରଖି ତାଙ୍କର ବଦଳି କରାଯାଇଛି। ନିର୍ବାଚନ ଆୟୋଗ ମନ୍ତ୍ରୀ ହିମନ୍ତ ଶର୍ମାଙ୍କ ଭାଇ ସୁଶାନ୍ତ ବିଶ୍ୱ ଶର୍ମାଙ୍କ ସ୍ଥାନରେ ଗୋଲାପରର ନୂତନ ଏସପି ଭାବେ ବୀରା ରାକେଶ ରେଡ୍ଡୀଙ୍କୁ ନିଯୁକ୍ତ କରିଛନ୍ତି । ଏଥି ସହ ତାଙ୍କୁ ପୋଲିସ ମୁଖ୍ୟାଳୟରେ ଏକ ବଡ ପଦବୀରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications