For Quick Alerts
Turn On Notification  
For Daily Alerts
Oneindia App Download

Assam Assembly Election 2021 : ଗ୍ୟାରେଣ୍ଟି କାର୍ଡ ଖେଳିଲେ ପ୍ରିୟଙ୍କା ଗାନ୍ଧୀ ; ମହିଳା ଭତ୍ତା, ରୋଜଗାର ନେଇ କଲେ ଘୋଷଣା

ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ ଗୃହିଣୀମାନେ ପ୍ରତିମାସରେ 2000 ଟଙ୍କା ଗୃହିଣୀ ସମ୍ମାନ ଭାବରେ ପାଇବେ । ଆହୁରି ମଧ୍ୟ 200 ୟୁନିଟ୍ ବିଦ୍ୟୁତ୍ ମାଗଣାରେ ମିଳିବ । ବିଦ୍ୟୁତ୍ ବିଲରୁ ପ୍ରତି ମାସରେ ପ୍ରାୟ 1400 ଟଙ୍କା ସଞ୍ଚୟ ହେବ ।

|

ତେଜପୁର : ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡ଼ିକ ସେମାନଙ୍କର ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏକ ସମାବେଶରେ କହିଛନ୍ତି, ଯଦି ଆସାମରେ ତାଙ୍କ ଦଳ କ୍ଷମତାକୁ ଆସେ ତେବେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଚାଲିବ । କଂଗ୍ରେସ କ୍ଷମତାକୁ ଆସିବା ପରେ ମହିଳାମାନଙ୍କୁ ପ୍ରତି ମାସରେ ଦୁଇ ହଜାର ଟଙ୍କା ନଗଦ ଦିଆଯିବ ବୋଲି ପ୍ରିୟଙ୍କା କହିଛନ୍ତି । ଏଥି ସହିତ ଚା ବଗିଚାରେ କାମ କରୁଥିବା ମହିଳା ଏବଂ ଶ୍ରମିକମାନଙ୍କୁ ଦୈନିକ ମଜୁରୀ 365 ଟଙ୍କାକୁ ନିଶ୍ଚିତ କରାଯିବ ।

Priyanka Gandhi

ମଙ୍ଗଳବାର ଆସାମର ତେଜପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ ଗୃହିଣୀମାନେ ପ୍ରତିମାସରେ 2000 ଟଙ୍କା ଗୃହିଣୀ ସମ୍ମାନ ଭାବରେ ପାଇବେ । ଆହୁରି ମଧ୍ୟ 200 ୟୁନିଟ୍ ବିଦ୍ୟୁତ୍ ମାଗଣାରେ ମିଳିବ । ବିଦ୍ୟୁତ୍ ବିଲରୁ ପ୍ରତି ମାସରେ ପ୍ରାୟ 1400 ଟଙ୍କା ସଞ୍ଚୟ ହେବ । ଏହା ସହିତ ଆମେ ଯୁବକମାନଙ୍କୁ ପାଞ୍ଚ ଲକ୍ଷ ସରକାରୀ ଚାକିରୀ ମଧ୍ୟ ଯୋଗାଇବୁ ବୋଲି କହିଛନ୍ତି ପ୍ରିୟଙ୍କା । ସେ ଆହୁରି ମଧ୍ୟ କହିଛନ୍ତି, ଏହା ତାଙ୍କ ପ୍ରତିଶ୍ରୃତି ନୁହଁ ବରଂ ଗ୍ୟାରେଣ୍ଟି । ପ୍ରିୟଙ୍କା ଗାନ୍ଧୀ କଂଗ୍ରେସକୁ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରି କହିଛନ୍ତି ଯେ ଆସାମର ବଡ ନେତାମାନେ ଚାର୍ଟର୍ ବିମାନରେ ବୁଲୁଛନ୍ତି । ଆଜିକାଲି ଚୀନ୍ ଏବଂ ଜାପାନର ଗ୍ରୀନ୍ ଟି ପିଇବା ଆରମ୍ଭ କରିଛନ୍ତି । ସେମାନଙ୍କୁ ଆସାମର କଡ଼ା ଚା' ପିଆଇବାକୁ ପଡିବ ଏବଂ ସେମାନଙ୍କୁ ନିଜ ସ୍ଥାନ ଦେଖାଇବାକୁ ପଡିବ ।

କ୍ଷମତାକୁ ଆସିଲେ ଲାଗୁ କରାଇଦେବେନି CAA

କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ଦଳର ସରକାର ଆସେ, ତେବେ ଆସାମରେ ନାଗରିକତ୍ୱ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବ ନାହିଁ । କଂଗ୍ରେସ ସରକାର ଆସିଲେ ଆସାମରେ ଏପରି ଏକ ନିୟମ ଲାଗୁ କରିବେ ଯାହା ଫଳରେ CAA ଲାଗୁ ହୋଇପାରିବ ନାହି ବୋଲି କହିଛନ୍ତି ପ୍ରିୟଙ୍କା ।

କେଉଁ ଦିନ ଆସାମରେ ଭୋଟ୍ ଗ୍ରହଣ

ଆସାମରେ 126 ଟି ଆସନ ପାଇଁ ମତଦାନ ମାର୍ଚ୍ଚ 27, ଏପ୍ରିଲ 1 ଏବଂ ଏପ୍ରିଲ 6 ରେ ଅନୁଷ୍ଠିତ ହେବାକୁ ଥିବାବେଳେ ନିର୍ବାଚନର ଫଳାଫଳ ମେ 2 ରେ ଘୋଷଣା କରାଯିବ । ବର୍ତ୍ତମାନ ଆସାମରେ ଏନଡିଏ ସରକାର ରହିଛି । ବିଜେପିର ସରବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । 2016 ବିଧାନସଭା ନିର୍ବାଚନରେ ​​ବିଜେପି 89 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି 60 ଟି ଆସନ ଜିତିଥିବାବେଳେ ଆସାମ ଗଣ ପରିଷଦ 30 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି 14 ଟି ଆସନରେ ବିଜୟୀ ହୋଇଥିଲା । ସେହିପରି ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 13 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି 12 ଟି ଆସନ ଜିତିଥିଲା । ସେହି ନିର୍ବାଚନରେ ​​କଂଗ୍ରେସ 122 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ମାତ୍ର 26 ଟି ଆସନ ଜିତିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Congress leader Priyanka Gandhi promises on 2000 rupees for Woman, Employment for Youth and and Free Electricity in State.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X