ଚା' ପତିକୁ ନେଇ ରାଜନୀତି ! ପ୍ରିୟଙ୍କାଙ୍କ ଫଟୋକୁ ନେଇ କହିଲେ ଜିତେନ୍ଦ୍ର ସିଂହ - 'ଫିଲ୍ମ ସୁଟିଂ ଚାଲିଥିଲା'
ଆସାମ ଗସ୍ତରେ ଯାଇଥିବା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଅଫ୍ ସିଜିନରେ ଚା' ପତ୍ର ତୋଳୁଥିଲେ, ଲାଗୁଛି ଯେପରି ଫିଲ୍ମର ସୁଟିଂ ଚାଲିଛି ।
ଦିସପୁର : ଆସାମ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । କିଛି ଦିନ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସାମ ଗସ୍ତରେ ଯାଇ ସେଠାରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଚା ବଗିଚାରେ ଟୋକେଇ ନେଇଥିବା ଚା ପତ୍ର ତୋଳିଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କ ଗସ୍ତକୁ ଭାରତୀୟ ଜନତା ପାର୍ଟି ନେତା ତଥା କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କଟାକ୍ଷ କରିବା ସହ ପ୍ରିୟଙ୍କା ଗାନ୍ଧୀଙ୍କ ବଗିଚାରେ ଚା ପତ୍ର ତୋଳିବାକୁ ଫିଲ୍ମର ସୁଟିଂ ବୋଲି କହିଛନ୍ତି ।

ଆସାମ ଗସ୍ତରେ ଯାଇଥିବା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଅଫ୍ ସିଜିନରେ ଚା' ପତ୍ର ତୋଳୁଥିଲେ, ଲାଗୁଛି ଯେପରି ଫିଲ୍ମର ସୁଟିଂ ଚାଲିଛି ।
ସୀଚନା ଯୋଗ୍ୟ, ଆସାମ ଗସ୍ତ ସମୟରେ ପ୍ରିୟଙ୍କା ଗାନ୍ଧୀ କିଛି ଦିନ ପୂର୍ବରୁ ଆସାମ ଗସ୍ତ ସମୟରେ ଚା' ବଗିଚାରେ କାମ କରୁଥିବା ମହିଳାଙ୍କ ସହ ମିଶି ଚା' ପତ୍ର ତୋଳୁଥୁବା ଫଟୋ ପ୍ରକାଶ ପାଇଥିଲା । ଏହା ପରେ କଂଗ୍ରେସ ନେତ୍ରୀଙ୍କ ଏହି ଫଟୋକୁ ନେଇ ଜିତେନ୍ଦ୍ର ସିଂ ପରିହାସ କରିଛନ୍ତି ।
'କଂଗ୍ରେସରେ ପ୍ରାର୍ଥୀଙ୍କ ନାମ ରୋଷେଇ ଘରେ ସ୍ଥିର ହୁଏ'
ବିଜେପି ନେତା ଆହୁରି କହିଛନ୍ତି ଯେ, 'କଂଗ୍ରେସ କାର୍ଯ୍ୟକାଳ ସମୟରେ ହିଂସା ଏବଂ ବାରମ୍ବାର ଆକ୍ରମଣକୁ ରାଜ୍ୟବାସୀ ଭୁଲି ନାହାଁନ୍ତି । ତେଣୁ ଏଠାରେ ଦ୍ୱିତୀୟ ଥର ପାଇଁ ବିଜେପି ସରକାର ଗଠନ ହେବା ନିଶ୍ଚିତ । କଂଗ୍ରେସ ଶାସନ କାଳରେ ଆସାମରେ ହିଂସା, ଧର୍ମଘଟ ନିୟନ୍ତ୍ରଣ ବାହାରେ ରହିଥିଲା । ଆଜି, ନୂଆ ପିଢୀର ପିଲାମାନେ ସେହି ସମୟରେ ପରିବେଶ କିପରି ଥିଲା ତାହା ଭୁଲି ଯାଇଛନ୍ତି । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଆଗ୍ରହ ଯୋଗୁଁ ଏହା ସମ୍ଭବ ହୋଇଛି । କଂଗ୍ରେସ ଦଳକୁ ଟାର୍ଗେଟ କରି ମନ୍ତ୍ରୀ ଜିତେନ୍ଦ୍ର ସିଂ ଆହୁରି କହିଛନ୍ତି, 'ବିଜେପି ଏକ ପ୍ରକ୍ରିୟା ମାଧ୍ୟମରେ କାମ କରେ, କିନ୍ତୁ କଂଗ୍ରେସରେ ପ୍ରାର୍ଥୀଙ୍କ ନାମ ରୋଷେଇ ଘରେ ସ୍ଥିର ହୋଇଥାଏ ।'












Click it and Unblock the Notifications