ଆସାମ ପାଇଁ ବିଜେପିର ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ, ଓଡ଼ିଶାରୁ ସ୍ଥାନ ପାଇଲେ ବୈଜୟନ୍ତ
ଆସାମ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି । ଏହି ତାଲିକାର ଶୀର୍ଷରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ।
ଦିସପୁର : ଆସାମ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି । ଏହି ତାଲିକାର ଶୀର୍ଷରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ । ଏହା ସହିତ ଷ୍ଟାର୍ ପ୍ରଚାରକ ତାଲିକାରେ ଯୋଡ଼ି ହୋଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ରାଜନୀଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହା । ଏମାନଙ୍କ ବ୍ୟତୀତ ଏହି ତାଲିକାରେ ଓଡ଼ିଶାରୁ ସ୍ଥାନ ପାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସିବରାଜ ସିଂ ଚୌହାନ, ସ୍ମୃତି ଇରାନୀ, ନରେନ୍ଦ୍ର ସିଂ ତୋମାରଙ୍କ ସମେତ ମନୋଜ ତିଓ୍ୱାରୀ ଏବଂ ରବି କିଶନଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନ ମିଳିଛି ।

ସୂଚନାଯୋଗ୍ୟ, ଆସାମ ବିଧାନସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ମାର୍ଚ୍ଚ 27 ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗେରହଣ ହେବାକୁ ଥିବାବେଳେ, ଅପ୍ରେଲ 1 ଓ 6 ତାରିଖରେ ପର୍ଯ୍ୟାୟକ୍ରମେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ମେ 2 ତାରିଖରେ ପ୍ରକାଶ ପାଇବ ଫଳାଫଳ ।












Click it and Unblock the Notifications