Assam assembly election : ବିଜେପି ଏବଂ ସହଯୋଗୀ ଘୋଷଣା କଲେ ଆସନ ତାଲିକା
ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ‘ଆସୋମ ଗଣ ପରିଷଦ୍' (ଏଜିପି) ଏବଂ ‘ୟୁନାଇଟେଡ୍ ପିପୁଲ୍ସ୍ ପାର୍ଟି ଲିବେରାଲ୍' (ୟୁପିପିଏଲ୍) ମଧ୍ୟରେ ଆସନ ବୁଝାମଣା ହୋଇଛି ।
ନୂଆଦିଲ୍ଲୀ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ 'ଆସୋମ ଗଣ ପରିଷଦ୍' (ଏଜିପି) ଏବଂ 'ୟୁନାଇଟେଡ୍ ପିପୁଲ୍ସ୍ ପାର୍ଟି ଲିବେରାଲ୍' (ୟୁପିପିଏଲ୍) ମଧ୍ୟରେ ଆସନ ବୁଝାମଣା ହୋଇଛି । ବୁଝାମଣା ଅନୁସାରେ, 126 ବିଧାନସଭା ଆସନରୁ ବିଜେପି 92, 'ଏଜିପି' 26 ଏବଂ 'ୟୁପିପିଏଲ୍' 8 ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ ।

ମେଣ୍ଟରେ ଥିବା ଦଳ ଗୁଡ଼ିକ ନିଜ ଦଳର ନେତାମାନଙ୍କ ସହ ଏକାଧିକ ବୈଠକ ପରେ ଆଗାମୀ ଆସାମ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପି ଆସନ ବୁଝାମଣା ଫର୍ମୁଲା ଚୂଡ଼ାନ୍ତ କରିଥିବା କୁହାଯାଉଛି । ଏହି ଆସନ ବୁଝାମଣା ଫର୍ମୁଲା ବିଜେପି ଏବଂ ମେଣ୍ଟ ଦଳ 'ଆସୋମ ଗଣ ପରିଷଦ୍' (ଏଜିପି) ଏବଂ 'ୟୁନାଇଟେଡ୍ ପିପୁଲ୍ସ୍ ପାର୍ଟି ଲିବେରାଲ୍' (ୟୁପିପିଏଲ୍) ମଧ୍ୟରେ ହୋଇଛି । ଆସନ ବୁଝାମଣା ଆପାତତଃ ଚୂଡ଼ାନ୍ତ ହୋଇଥିବା କଥା ବୁଧବାର ଦିନ ବିଜେପିର ମେଣ୍ଟ ଦଳମାନେ ସୂଚନା ଦେଇଥିଲେ ।
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମଧ୍ୟ ଆଲୋଚନା କରି ପ୍ରାୟ 80 ଟି ଆସନ ନିମନ୍ତେ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି ବୋଲି କୁହାଯାଉଛି । ଆସନ୍ତା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ପୁନର୍ବାର ପ୍ରୋଜେକ୍ଟ କରାଯିବ କି ନାହିଁ ବୋଲି ପଚରାଯାଇଥିବା ପ୍ରଶ୍ମରେ ବିଜେପି ରାଜ୍ୟ ୟୁନିଟ୍ ସଭାପତି କହିଛନ୍ତି ଯେ, ଯେଉଁଠାରେ ନିଜସ୍ୱ ସରକାର ଅଛି, ସେଠାରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ନାହିଁ । ସେ କହିଛନ୍ତି, "ଆମେ ସେଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରୋଜେକ୍ଟ କରୁଛୁ ଯେଉଁଠାରେ ଆମର ନିଜ ସରକାର ନାହିଁ । ଯେଉଁଠାରେ ଆମର ନିଜ ସରକାର ଅଛି, ଆମେ ସେଠାରେ ଘୋଷଣା କରୁନାହୁଁ।"












Click it and Unblock the Notifications