ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିବେ ଗେହଲଟ୍, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ରହିପାରେ
ଏହା ନିଶ୍ଚିତ ଯେ ସୋନିଆ ଗାନ୍ଧୀ, କେସି ଭେନୁଗୋପାଲ ଏବଂ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ହେବା ପରେ ତାଙ୍କ ନାମାଙ୍କନପତ୍ର ଦାଖଲ ନିଷ୍ପତ୍ତି ନିଆଯିବ ।
ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନୂତନ କଂଗ୍ରେସ ଅଧ୍ୟକ୍ଷ ହେବାର ସମ୍ଭାବନା ରହିଛି । ଗହଲଟଙ୍କ ଦିଲ୍ଲୀ ଗସ୍ତ ସମୟରେ ଗାନ୍ଧୀ ପରିବାର ତାଙ୍କ ନାମରେ ମୋହର ଲଗାଇପାରେ । କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କେସି ଭେନୁଗୋପାଲଙ୍କୁ ଦିଲ୍ଲୀ ଡାକି ତାଙ୍କ ସହ ଆଲୋଚନା କରିଛନ୍ତି ।

ଏପରିକି ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀ ଆସିପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ତେବେ ତାଙ୍କ ଦିଲ୍ଲୀ ଆସିବା ନେଇ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ଏହା ନିଶ୍ଚିତ ଯେ ଅଶୋକ ଗେହଲଟ୍ ରାହୁଲ ଗାନ୍ଧୀଙ୍କୁ ଭେଟିବେ । ଗେହଲଟ୍ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ କିମ୍ବା କୋଚିରେ ଭେଟିପାରନ୍ତି । କିନ୍ତୁ ଏହା ନିଶ୍ଚିତ ଯେ ସୋନିଆ ଗାନ୍ଧୀ, କେସି ଭେନୁଗୋପାଲ ଏବଂ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ ହେବା ପରେ ତାଙ୍କ ନାମାଙ୍କନପତ୍ର ଦାଖଲ ନିଷ୍ପତ୍ତି ନିଆଯିବ ।
କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର 24 ରୁ ଆରମ୍ଭ ହେବ । 30 ସେପ୍ଟେମ୍ବର ସୁଦ୍ଧା ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଯଦି ଶେଷ ମୁହୂର୍ତ୍ତରେ କୌଣସି ପରିବର୍ତ୍ତନ ନହୁଏ, ତେବେ ଗେହଲଟ ସେପ୍ଟେମ୍ବର 26 ରେ ନବରାତ୍ରୀରେ ଗାନ୍ଧୀ ପରିବାର ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିପାରନ୍ତି ବୋଲି କୁହାଯାଉଛି । ଯଦି ଏପରି ହୁଏ ତେବେ ଅଶୋକ ଗେହଲଟ୍ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ଦଳର ଦାୟିତ୍ୱ ସମ୍ଭାଳିବା ନେଇ ସମ୍ଭାବନା ଅଧିକ ରହିଛି ।
ରାଜସ୍ଥଆର ମୁଖ୍ୟମନ୍ତ୍ରୀ ପଦ ରହିପାରେ
ସେହିପରି କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି । କିନ୍ତୁ ଥରୁରଙ୍କ ବିଜୟ ସମ୍ଭାବନା କମ୍ ରହିଛି । ରାଜ୍ୟର ପିସିସି ସଦସ୍ୟମାନେ କେବଳ ଗାନ୍ଧୀ ପରିବାରର ସମର୍ଥକଙ୍କୁ ଭୋଟ୍ ଦେବେ । ଏଭଳି ପରିସ୍ଥିତିରେ ଅଶୋକ ଗେହଲଟଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି । ଏପରିକି ଗେହଲଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ମଧ୍ୟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବାର ସମସ୍ତ ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।












Click it and Unblock the Notifications