ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବି ନାହିଁ, ମୁଁ ଜାଣେ ଏହାର ପରିଣାମ କ'ଣ ହେବ : ଶରଦ ପାୱାର
'ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ସମ୍ପୂର୍ଣ୍ଣ ଭୁଲ୍ । 300 ରୁ ଅଧିକ ସାଂସଦ ଥିବା ଏକ ଦଳକୁ ବିଚାର କଲେ ଫଳାଫଳ କ'ଣ ହେବ ମୁଁ ଜାଣେ । ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବି ନାହିଁ ।'
ନୂଆଦିଲ୍ଲୀ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ଗାନ୍ଧୀ ପରିବାର ମଧ୍ୟରେ ମଙ୍ଗଳବାରର ବୈଠକ ପରେ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ନିଜେ ଏନସିପି ମୁଖ୍ୟ ଶରଦ ପାୱାର ।

ଏନସିପି ଦଳର ମୁଖ୍ୟ ଶରଦ ପାୱାର କହିଛନ୍ତି, 'ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ସମ୍ପୂର୍ଣ୍ଣ ଭୁଲ୍ । 300 ରୁ ଅଧିକ ସାଂସଦ ଥିବା ଏକ ଦଳକୁ ବିଚାର କଲେ ଫଳାଫଳ କ'ଣ ହେବ ମୁଁ ଜାଣେ । ମୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବି ନାହିଁ ।'
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଶାନ୍ତ କିଶୋର ମୋତେ ଦୁଇଥର ଭେଟିଥିଲେ, କିନ୍ତୁ ଆମେ କେବଳ ତାଙ୍କର ଗୋଟିଏ କମ୍ପାନୀ ବିଷୟରେ କଥା ହୋଇଥିଲୁ । 2024 ନିର୍ବାଚନ କିମ୍ବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନେତୃତ୍ୱ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିଲା । ପ୍ରଶାନ୍ତ କିଶୋର ମୋତେ କହିଛନ୍ତି ଯେ ସେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା କ୍ଷେତ୍ର ଛାଡିଛନ୍ତି ।
ଏନସିପି ନେତା କହିଛନ୍ତି ଯେ 2024 ସାଧାରଣ ନିର୍ବାଚନ ହେଉ କିମ୍ବା ରାଜ୍ୟ ନିର୍ବାଚନ ହେଉ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ନିର୍ବାଚନ ବହୁତ ଦୂରରେ, ରାଜନୈତିକ ପରିସ୍ଥିତି ବଦଳୁଛି । ମୁଁ 2024 ନିର୍ବାଚନରେ କୌଣସି ନେତୃତ୍ୱ ଗ୍ରହଣ କରିବାକୁ ଯାଉ ନାହିଁ ।
ଶରଦ ପାୱାରଙ୍କୁ ଚେହେରା କରି ବିଜେପିକୁ ମାତ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ତାଙ୍କ ଅନୁସାରେ, ଯଦି ବିରୋଧୀ ଏକାଠି ହୁଅନ୍ତି ତେବେ ଶରଦ ପାୱାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ । ଏହି ପ୍ରସଙ୍ଗରେ ପ୍ରଶାନ୍ତ କିଶୋର, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଭେଟିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଅନୁସାରେ ଯଦି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳଙ୍କ ସହ ଆସନ୍ତି, ତେବେ ବିଜେପିକୁ ଟକ୍କର ଦିଆଯାଇପାରିବ ।
ଆପଣଙ୍କୁ କହିରଖୁଛୁ ଯେ ଦେଶର ସବୁଠୁ ବଡ ସାମ୍ବିଧାନିକ ପଦବୀର ନିର୍ବାଚନ ପାଇଁ ବିରୋଧୀ ଦଳ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଶରଦ ପାୱାରଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଶରଦ ପାୱାରଙ୍କ ବ୍ୟତୀତ ମୋଦୀଙ୍କ ସହ ଲଢିବା ପାଇଁ ବିରୋଧୀ ଦଳ ନିକଟରେ କୌଣସି ନେତା ନାହାଁନ୍ତି । ସୂଚନାଯୋଗ୍ୟ ଯେ 2022 ମସିହାରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ, ଏଭଳି ପରିସ୍ଥିତିରେ ଦେଶରେ ନୂଆ ରାଷ୍ଟ୍ରପତି ପାଇଁ କସରତ ଆରମ୍ଭ ହୋଇଛି ।












Click it and Unblock the Notifications