Get Updates
Get notified of breaking news, exclusive insights, and must-see stories!

କାଲି 12 ଟାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ 'AAP' ମୁଖ୍ୟ କେଜ୍ରିୱାଲ

ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି ଯେ ଆମେ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛୁ । ଆସନ୍ତାକାଲି 12 ଟା ସୁଦ୍ଧା ଆମେ ଏହାକୁ ଘୋଷଣା କରିବୁ ।

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଏଏପି) ର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ, ସେ ନେଇ ପଞ୍ଜାବର ରାଜନୀତି ସରଗରମ ହୋଇ ଉଠିଛି । ଏହି ମଧ୍ୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜି କହିଛନ୍ତି ଯେ ଆମେ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛୁ । ଆସନ୍ତାକାଲି 12 ଟା ସୁଦ୍ଧା ଆମେ ଏହାକୁ ଘୋଷଣା କରିବୁ ।

Arvind kejriwal

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚେହେରା ନେଇ ଦୀର୍ଘ ଦିନ ଧରି କଳ୍ପନାଜଳ୍ପନା ଚାଲିଆସୁଛି । ତେବେ ଦଳ ଆଜି ପର୍ଯ୍ୟନ୍ତ ଏହି ଘୋଷଣା କରିନାହିଁ । ନିକଟରେ କେଜ୍ରିୱାଲ ଏହା କହିଥିଲେ, ମୋର ବିଶ୍ୱାସ ଯେ ନିର୍ବାଚନରେ ଆମ ଦଳ ସର୍ବାଧିକ ସଂଖ୍ୟକ ଆସନ ଜିତିବ । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ସ୍ପଷ୍ଟ କରୁଛି ଯେ ପଞ୍ଜାବରେ AAP ପରବର୍ତ୍ତୀ ସରକାର ଗଠନ କରିବ । ସେ କହିଛନ୍ତି ଯେ ଆମ ଦଳ ଅତି କମରେ 80 ଟି ବିଧାନସଭା ଆସନ ଉପରେ ନଜର ରଖିଛି ଏବଂ ଆମର ସମସ୍ତ ସ୍ୱେଚ୍ଛାସେବୀ ତଥା ଭୋଟରଙ୍କୁ ମୋର ନିବେଦନ ହେଉଛି ଯଥାସମ୍ଭବ ଭୋଟ୍ ଦେବା ପାଇଁ ଲୋକଙ୍କୁ ନିବେଦନ କରିବା ।

ଗତ ବର୍ଷ ଜୁନ୍ ମାସରେ କେଜ୍ରିୱାଲ ପଞ୍ଜାବରେ AAP ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଷୟରେ ପ୍ରଥମ ବିବୃତ୍ତି ଦେଇଥିଲେ । ପଞ୍ଜାବରେ AAP ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଶିଖ୍ ସମ୍ପ୍ରଦାୟର ହେବେ ବୋଲି ସେ ଘୋଷଣା କରିଥିଲେ । କିନ୍ତୁ ନିକଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାଗବତ ମାନ୍ ଙ୍କୁ ଚୟନ କରିବାକୁ ଆଗ୍ରହ ଦେଖାଇଛନ୍ତି । ଭାଗବତ ମାନ୍ ଙ୍କ ବ୍ୟତୀତ ଯେତେବେଳେ ସିଏମ୍ ପଦବୀ ପାଇଁ ଦୌଡ଼ରେ ଥିବା ଅନ୍ୟ ଚେହେରା ବିଷୟରେ ପଚରାଗଲା, କେଜ୍ରିୱାଲ କହିଛନ୍ତି ଯେ ଆମେ ପଞ୍ଜାବରେ AAP ର CM ଚେହେରା କିଏ ହେବେ ସେ ନେଇ ଜନସାଧାରଣଙ୍କ ଉପରେ ଛାଡ଼ିବାକୁ ଆମେ ନିଷ୍ପତ୍ତି ନେଇଛୁ । ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଲୋକମାନେ ନିଜ ପସନ୍ଦର ପ୍ରାର୍ଥୀ ବାଛନ୍ତୁ ।

ଏହା ପରେ କେଜ୍ରିୱାଲ ଏକ ମୋବାଇଲ ନମ୍ବର ଜାରି ଜନସାଧାରଣଙ୍କୁ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ଚେହେରା ଚୟନ କରିବାକୁ ଅପିଲ କରିଥିଲେ । ଏହା ପରେ ଆମ୍ ଆଦମୀ ପାର୍ଟି 4 ଘଣ୍ଟା ମଧ୍ୟରେ 2.8 ଲକ୍ଷରୁ ଅଧିକ ପ୍ରତିକ୍ରିୟା ଗ୍ରହଣ କରିଛି ଯେଉଁଠାରେ ଲୋକମାନେ ପଞ୍ଜାବର ସିଏମ୍ ପ୍ରାର୍ଥୀ ଚେହେରା ନେଇ ନିଜର ମତାମତ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+