ଡିଗ୍ରୀକୁ ନେଇ ପୁଣି ମୋଦୀଙ୍କୁ ଟାର୍ଗେଟ୍ କଲେ କେଜ୍ରିୱାଲ, କହିଲେ, ‘ଯଦି ଡିଗ୍ରୀ ଅସଲି, ତେବେ ଦେଖାଇବାରେ ଆପତ୍ତି କ'ଣ ?'

kejriwal-modi

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ ଗୁଜୁରାଟ ହାଇକୋର୍ଟ କେଜ୍ରିୱାଲଙ୍କୁ 25 ହଜା ଟଙ୍କା ଜରିମାନା କରିବା ପରେ ମଧ୍ୟ ଏହି ପ୍ରସଙ୍ଗରେ ଥମିନି ରାଜନୀତି । ଏବେବି ମୋଦୀଙ୍କ ଡିଗ୍ରୀ ମାମଲାରେ ହେଡଲାଇନ ପାଲଟିଛି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ଆକ୍ରମଣାତ୍ମକ ହୋଇ ଉଠିଛନ୍ତି ।

ଏଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟଙ୍କ ଆଦେଶ ସମ୍ପର୍କରେ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ଉପରେ ସନ୍ଦେହ ଆହୁରି ବଢିଛି । କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷିତ ହେବା ଆବଶ୍ୟକ, କାରଣ ତାଙ୍କୁ ଗୋଟିଏ ଦିନରେ ଅନେକ ନିଷ୍ପତ୍ତି ନେବାକୁ ପଡ଼ିଥାଏ ।

ଗୋଟିଏ ଦିନ ପୂର୍ବରୁ 'କମ୍ ପଢାଲିଖା ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦଜନକ' ଭଳି ବିବୃତ୍ତି ଦେବା ପରେ କେଜ୍ରିୱାଲ ଶନିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିକ୍ଷା ଡିଗ୍ରୀ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ହାଇକୋର୍ଟ ଆଦେଶ ପିଏମ ମୋଦୀଙ୍କ ଡିଗ୍ରୀ ଉପରେ ସନ୍ଦେହ ସୃଷ୍ଟି କରିଛି । ଯଦି ତାଙ୍କର ଡିଗ୍ରୀ ଅଛି ଏବଂ ତାହା ଅସଲି ତେବେ କାହିଁକି ଦେଖାଯାଉ ନାହିଁ ?

ସୂଚନା ଥାଉକି, ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ଏହାକୁ ନେଇ ବିରୋଧୀ ବାରମ୍ବାର ରାଜନୀତି କରିଥାବର ମଧ୍ୟ ଦେଖିବାକୁ ମିଳିଛି । ଏପରିକି ତାଙ୍କ ଡିଗ୍ରୀ ଉପରେ ଅନେକ ବୟାନ ଦିଆଯାଇଛି । ଏହି ସଂପର୍କରେ ତାଙ୍କ ଡିଗ୍ରୀ ସାର୍ବଜନୀନ କରିବାକୁ ଦାବି କରି ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା ।

ଆବେଦନ ଶୁଣାଣି ପରେ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରାଜୁଏସନ୍ ଏବଂ ପିଜି ଡିଗ୍ରୀ ସାର୍ବଜନୀନ କରିବାର କୌଣସି ଆବଶ୍ୟକତା ନାହିଁ । ଏହି ନିଷ୍ପତ୍ତିରେ ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ 25,000 ଟଙ୍କା ଜରିମାନା ମଧ୍ୟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+