ଗୁଜୁରାଟରେ ବି ପଞ୍ଜାବ ଫର୍ମୁଲା, ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଲୋକଙ୍କ ମତ ଲୋଡ଼ିଲେ କେଜ୍ରିୱାଲ
ଗୁଜୁରାଟରେ କାହାକୁ AAP ର CM ପ୍ରାର୍ଥୀ କରାଯିବା ଉଚିତ୍ ସେ ସମ୍ପର୍କରେ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ ଜନସାଧାରଣଙ୍କୁ ଏ ନେଇ ପରାମର୍ଶ ଦେବାକୁ କହିଛନ୍ତି ।
ଗାନ୍ଧୀନଗର : ଚଳିତ ବର୍ଷ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥଇବା ବେଳେ ଆମ୍ ଆଦମୀ ପାର୍ଟି ଏହାର ପ୍ରସ୍ତୁତି ଆହୁରି ଜୋରଦାର କରିଦେଇଛି । ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଆମ୍ ଆଧମୀ ପାର୍ଟି ପଞ୍ଜାବ ଫର୍ମୁଲା ପୁଣି ଆପଣେଇଛି ।
ଗୁଜୁରାଟରେ କାହାକୁ AAP ର CM ପ୍ରାର୍ଥୀ କରାଯିବା ଉଚିତ୍ ସେ ସମ୍ପର୍କରେ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ ଜନସାଧାରଣଙ୍କୁ ଏ ନେଇ ପରାମର୍ଶ ଦେବାକୁ କହିଛନ୍ତି ।

ଜନମତ ପାଇଁ କେଜ୍ରିୱାଲ ଏକ ନମ୍ବର (6357000360) ମଧ୍ୟ ଜାରି କରିଛନ୍ତି । ଲୋକମାନେ ନଭେମ୍ବର 3 ପର୍ଯ୍ୟନ୍ତ ଏହି ନମ୍ବରରେ ଭଏସ୍ ମେସେଜ୍, ହ୍ୱାଟସ୍ ଆପ୍ ଏବଂ SMS ପଠାଇ ପାରିବେ । ନଭେମ୍ବର 4 ରେ ଫଳାଫଳ ଘୋଷଣା କରାଯିବ । ଏହା ବ୍ୟତୀତ କେଜ୍ରିୱାଲଙ୍କ ଦ୍ୱାରା ଏକ ଇମେଲ ID ମଧ୍ୟ ଏକ ପରାମର୍ଶ ପାଇଁ ସେୟାର କରାଯାଇଛି, ଯେଉଁଥିରେ ଜନସାଧାରଣ ସେମାନଙ୍କ ପରାମର୍ଶ ଦେଇପାରିବେ ।
ଏହା ପୂର୍ବରୁ ପଞ୍ଜାବ ରାଜ୍ୟ ବିଧାନସଭା ନିର୍ବାଚନରେ ମଧ୍ୟ ଆମ୍ ଆଦମୀ ପାର୍ଟି ଏହି ଫର୍ମୁଲା ଆପଣେଇଥିଲା । ସିଏମ ପ୍ରାର୍ଥୀ ପାଇଁ ଜନସାଧାରଣଙ୍କଠାରୁ ପରାମର୍ଶ ଲୋଡିଥିଲେ । ସେଠାରେ ଭଗୱନ୍ତ ମାନ୍ ଲୋକପ୍ରିୟ ପସନ୍ଦ ଭାବରେ ଉଭା ହୋଇଥିଲେ । ପରେ ଦଳ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ମାନ୍ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।












Click it and Unblock the Notifications