For Quick Alerts
Turn On Notification  
For Daily Alerts
Oneindia App Download

ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ୍ ତୁକୀଙ୍କ ବିରୋଧରେ ଆଉ ଏକ ମାମଲା

2005 ମସିହାରେ ହୋଇଥିବା ଏକ ଦୁର୍ନୀତି ମାମଲାରେ କଂଗ୍ରେସ ନେତା ନବାମ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି ।

|

ଇଟାନଗର : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ୍ ତୁକୀଙ୍କ ବିରୋଧରେ ଏକ ନୂଆ ମାମଲା ପଞ୍ଜିକରଣ କରିଛି । 2005 ମସିହାରେ ହୋଇଥିବା ଏକ ଦୁର୍ନୀତି ମାମଲାରେ କଂଗ୍ରେସ ନେତା ନବାମ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । ଗୁରୁବାର ଦିନ ସିବିଆଇ ପକ୍ଷରୁ କୁହାଯାଇଛି ଯେ 2005 ଏବଂ 2006 ମସିହାରେ ନବାମ୍ ତୁକୀ ପୂର୍ତବିଭାଗ(ପିଡବ୍ଲ୍ୟୁଡି)ର ମନ୍ତ୍ରୀ ଥିବା ସମୟରେ ନିର୍ମାଣ କାର୍ଯ୍ୟରେ ଠକେଇ ଅଭିଯୋଗ ହୋଇଥିଲା । ଏନେଇ ମାମଲା ପଞ୍ଜିକୃତ ହୋଇଛି ।

Nabam-Tuki

ଚାରି ବର୍ଷ ଧରି ସିବିଆଇ ଏହି ମାମଲାର ଯାଞ୍ଚ କରୁଛି । ଜୁଲାଇ 2019 ରେ, ସିବିଆଇ ନବାମ ତୁକୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଆଉ ଏକ ନୂଆ ମାମଲା ପଞ୍ଜିକୃତ ହୋଇଛି । ସଲ୍ଟ ଲେକ୍ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ପାଚେରୀ ନିର୍ମାଣ ଚୁକ୍ତିରେ ଦୁର୍ନୀତି ନେଇ ସିବିଆଇ ମାମଲା ରୁଜୁ କରିଛି । ଏହି ମାମଲାରେ ନବାମ ତୁକୀ ନିୟମକୁ ଅବମାନନା କରି ସମ୍ପର୍କୀୟଙ୍କୁ ଉପକୃତ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟ ଏହି ଚୁକ୍ତିନାମା 2005 ରେ ଅରୁଣାଚଳ ପ୍ରଦେଶର PWD ବିଭାଗ ଅଧୀନରେ ଦିଆଯାଇଥିଲା । ନବାମ ତୁକୀ ଏହି ଚୁକ୍ତିନାମା ତାଙ୍କ ଭାଇ ଏବଂ ପରିବାର ସଦସ୍ୟଙ୍କୁ ଦେଇଥିଲେ, ଯାହାର ମୂଲ୍ୟ ପ୍ରାୟ 20 କୋଟି ଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Arunachal Pradesh Former Chief Minister Booked Under A New Corruption Case
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X