ଶଙ୍ଖ ଛାଡ଼ି ବିଜେପିରେ ଅର୍କ କେଶରୀ

ଭୁବନେଶ୍ୱର: ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେଲେ ଅର୍କ କେଶରୀ ଦେଓ । ବୁଧବାର ବିଜେପିରେ ସାମିଲ ହୋଇଛନ୍ତି କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଗହଣରେ ପତି-ପତ୍ନୀ ଦଳରେ ସାମିଲ ହୋଇଛନ୍ତି ।

arka keshari

ଅର୍କକେଶରୀଙ୍କ ବାପା ବିକ୍ରମ କେଶରୀ ବିଜେପିର ଜଣେ ଟାଣୁଆ ନେତା ଥିଲେ । କଳାହାଣ୍ଡି ଲୋକ ସଭା ଆସନରୁ ସେ ତିନିଥର 1998, 1999 ଏବଂ 2004 ରେ ବିଜେପି ଟିକେଟରେ ଲଢି ଜିତିଥିଲେ । 2013 ରେ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁ ପରେ ବିଜେଡିରେ ସାମିଲ ହୋଇଥିଲେ ଅର୍କ କେଶରୀ । 2014 ରେ କଳାହାଣ୍ଡି ଲୋକସଭା ଆସନରୁ ବିଜେଡି ଟିକେଟରେ ଜିତିଥିଲେ । ହେଲେ 2019 ରେ ବିଜେଡିରୁ ଇସ୍ତଫା ଦେଇଥିଲେ ।
ସେହିପରି ମଦନପୁର ରାମପୁର ରାଜପରିବାରର ତନ୍ମୟ ପ୍ରତାପ ସିଂହଦେଓ ଓ କୁମାର ସାହେବଙ୍କ ବୋହୂ ତଥା ସେରାମିକ୍‌ ଆର୍ଟିଷ୍ଟ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏହା ସହ ଭଦ୍ରକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକର ପୂର୍ବତନ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ୱାମୀ ସୁଧାଂଶୁ ଶେଖର ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+