ରାଜ୍ୟସଭା ପାଇଁ ଦୁଇ ଜଣଙ୍କ ନାମ ଚୟନ କଲା ଆମ୍ ଆଦମୀ ପାର୍ଟି
ପଞ୍ଜାବରୁ ଆମ୍ ଆଦମୀ ପାର୍ଟି ଏହାର ଦୁଇଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦଳ ବଲବୀର ସିଂହ ଏବଂ ବିକ୍ରମଜିତ ସିଂହ ସାହନିଙ୍କ ନାମ ଚୂଡାନ୍ତ କରିଛି । ଶନିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍ ଉଭୟଙ୍କ ନାମ ଘୋଷଣା କରିଛନ୍ତି ।
ଚଣ୍ଡିଗଡ଼ : ପଞ୍ଜାବରୁ ଆମ୍ ଆଦମୀ ପାର୍ଟି ଏହାର ଦୁଇଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଦଳ ବଲବୀର ସିଂହ ଏବଂ ବିକ୍ରମଜିତ ସିଂହ ସାହନିଙ୍କ ନାମ ଚୂଡାନ୍ତ କରିଛି । ଶନିବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍ ଉଭୟଙ୍କ ନାମ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ଦେଶର 15 ଟି ରାଜ୍ୟରେ 57 ଟି ରାଜ୍ୟସଭା ଆସନ ପାଇଁ ଜୁନ୍ 10 ରେ ନିର୍ବାଚନ ଅନୁଷ୍ଠିତ ହେବ ।

15 ଟି ରାଜ୍ୟର 57 ଟି ସିଟ୍ ମଧ୍ୟରୁ ପଞ୍ଜାବର2 ଟି ଆସନରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ମେ 31 ନାମାଙ୍କନପତ୍ରର ଶେଷ ତାରିଖ ରହିଛି । ଏଥି ସହିତ ଜୁନ୍ 10 ରେ ରାଜ୍ୟସଭା ପାଇଁ ଭୋଟ୍ ଗ୍ରହଣ କରାଯିବ । ଏଭଳି ପରିସ୍ଥିତିରେ ପଞ୍ଜାବ ଆମ୍ ଆଦମୀ ପାର୍ଟି ଦୁଇଜଣ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରିଛି । ପଦ୍ମଶ୍ରୀ ସନ୍ଥ ବଲବୀର ସିଂହ ଏବଂ ପଦ୍ମଶ୍ରୀ ବିକ୍ରମଜିତ ସିଂହ ସାହନି AAP ର ପ୍ରାର୍ଥୀ ହେବେ ।
ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଟ୍ୱିଟ୍ କରି କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଦୁଇଜଣ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରୁଛି । ଜଣେ ହେଉଛନ୍ତି ପରିବେଶପ୍ରେମୀ ପଦ୍ମଶ୍ରୀ ଶ୍ରୀ ସନ୍ଥ ବଲବୀର ସିଂହ ଏବଂ ଅନ୍ୟ ଜଣକ ହେଉଛନ୍ତି ପଞ୍ଜାବୀ ସଂସ୍କୃତି ସହିତ ଜଡ଼ିତ ପଦ୍ମଶ୍ରୀ ଶ୍ରୀ ବିକ୍ରମଜିତ୍ ସିଂହ ସାହନି । ଉଭୟଙ୍କୁ ମୋ ତରଫରୁ ଶୁଭକାମନା ।
ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ଉଭୟ ଆସନରେ ଆମ୍ ଆଦମୀ ପାର୍ଟିର ବିଜୟ ପ୍ରାୟ ନିଶ୍ଚିତ । ପଞ୍ଜାବରୁ ଦୁଇଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁଲାଇରେ ଶେଷ ହେବାକୁ ଯାଉଛି, ଯେଉଁଥିରେ କଂଗ୍ରେସର ଅମ୍ବିକା ସୋନି ଏବଂ ଶିରୋମଣୀ ଅକାଳୀ ଦଳର ବଲୱିନ୍ଦର ସିଂହ ଭୁନ୍ଦଡ଼ ରହିଛନ୍ତି ।












Click it and Unblock the Notifications