Get Updates
Get notified of breaking news, exclusive insights, and must-see stories!

କଂଗ୍ରେସକୁ ଆଉ ଏକ ଝଟକା : ଆଜାଦଙ୍କ ପରେ ପରିଚାଳନା କମିଟିରୁ ଇସ୍ତଫା ଦେଲେ ଆନନ୍ଦ ଶର୍ମା

ରବିବାର ଦିନ ଆନନ୍ଦ ଶର୍ମା ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ସେ ଦଳ ପାଇଁ ପ୍ରଚାର ଜାରି ରଖିବେ ।

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ଇସ୍ତଫା ପର୍ବ ଜାରି ରହିଛି । ନିକଟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଜାମ୍ମୁ ଓ କାଶ୍ମୀର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବର୍ତ୍ତମାନ ହିମାଚଳ ପ୍ରଦେଶ କଂଗ୍ରେସ ପରିଚାଳନା କମିଟି ଅଧ୍ୟକ୍ଷ ଆନନ୍ଦ ଶର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରବିବାର ଦିନ ଆନନ୍ଦ ଶର୍ମା ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ସେ ଦଳ ପାଇଁ ପ୍ରଚାର ଜାରି ରଖିବେ ।

Anand Sharma

ଆପଣଙ୍କୁ କହିରଖୁଛୁ ଯେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଆନନ୍ଦ ଶର୍ମାଙ୍କ ଇସ୍ତଫା ଦଳ ପାଇଁ ଏକ ବଡ ଝଟକା । ଆନନ୍ଦ ଶର୍ମା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ସେ ନିଜ ଆତ୍ମ ସମ୍ମାନରେ ଆପୋଷ ବୁଝାମଣା କରିପାରିବେ ନାହିଁ ତେଣୁ ସେ ଇସ୍ତଫା ଦେଉଛନ୍ତି । ଦଳରେ ତାଙ୍କର ପରାମର୍ଶକୁ ଅଣଦେଖା କରାଯାଉଥିବାରୁ ସେ ଇସ୍ତଫା ଦେବା ଭଲ ବୋଲି ସେ କହିଛନ୍ତି । ତେବେ ଆନନ୍ଦ ଶର୍ମା ନିଶ୍ଚିତ ଭାବେ କହିଛନ୍ତି ଯେ ସେ ରାଜ୍ୟରେ ଦଳ ପାଇଁ ପ୍ରଚାର ଜାରି ରଖିବେ ।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ କଂଗ୍ରେସ ଦଳର ଦୁଇ ବଡ ନେତା ସେମାନଙ୍କ ପଗଦରୁ ଇସ୍ତଫା ଦେଇଛନ୍ତି । ଆନନ୍ଦ ଶର୍ମାଙ୍କ ପୂର୍ବରୁ ଗୁଲାମ ନବୀ ଆଜାଦ ଜାମ୍ମୁ କାଶ୍ମୀର ପ୍ରଚାର କମିଟିର ସଭାପତି ହେବାର କିଛି ସମୟ ପରେ ତାଙ୍କ ଇସ୍ତଫା ଦେଇଥିଲେ । ତେବେ ଗୁଲାମ ନବୀ ଆଜାଦ ତାଙ୍କ ଇସ୍ତଫା ଦେବାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇଛନ୍ତି । ତେବେ ତାଙ୍କର ଅନେକ ଘନିଷ୍ଠ ତଥା ତୃଣମୂଳ ସ୍ତରର ନେତାଙ୍କୁ ଅଣଦେଖା କରାଯାଉଥିବା ସେ ଦର୍ଶାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+