ବଙ୍ଗଳା ପାଇଁ ରବିବାର ବିଜେପି ଖୋଲିବ ଘୋଷଣା ପେଡ଼ି, ମେନିଫେଷ୍ଟୋ ଜାରି କରିବେ ଅମିତ ଶାହା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ମାର୍ଚ୍ଚ 21 (ରବିବାର) ନିଜର ଘୋଷଣା ପତ୍ର ଜାରି କରିବ । ଏନେଇ ପଶ୍ଚିମବଙ୍ଗର ଭେଟେରାନ ବିଜେପି ନେତା ତଥା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କୈଳାଶ ବିଜୟବର୍ଗୀୟ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ।
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ମାର୍ଚ୍ଚ 21 (ରବିବାର) ନିଜର ଘୋଷଣା ପତ୍ର ଜାରି କରିବ । ଏନେଇ ପଶ୍ଚିମବଙ୍ଗର ଭେଟେରାନ ବିଜେପି ନେତା ତଥା ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କୈଳାଶ ବିଜୟବର୍ଗୀୟ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । 21 ମାର୍ଚ୍ଚରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ କୋଲକାତାରେ ବିଜେପିର ଘୋଷଣା ପତ୍ର ଜାରି କରିବେ ବୋଲି ସେ କହିଛନ୍ତି । ବିଜେପି ଏହାର ମେନିଫେଷ୍ଟୋରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିପାରେ ବୋଲି ଆଶା କରାଯାଉଛି । ଘୋଷଣା ପତ୍ର ପ୍ରସ୍ତୁତ କରିବାକୁ ରାଜ୍ୟର ଦୁଇ କୋଟି ଲୋକଙ୍କ ଠାରୁ ପରାମର୍ଶ ନିଆଯାଇଛି ବୋଲି ଦଳ ପକ୍ଷରୁ ଦାବି କରାଯାଉଛି । ଲୋକଙ୍କ ଆବଶ୍ୟକତା ଓ ଅଶୁବିଧାକୁ ଦୃଷ୍ଟିରେ ରଖି ବିଜେପି ତାର ଘୋଷଣା ପତ୍ର ପ୍ରସ୍ତୁତ କରିଥିବା ନେଇ କୁହାଯାଉଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ରାଜ୍ୟରେ କାର୍ଯ୍ୟକାରୀ କରିବା, ସରକାରୀ ଚାକିରୀ କ୍ଷେତ୍ରରେ ମହିଳାମାନଙ୍କୁ 33 ପ୍ରତିଶତ ସଂରକ୍ଷଣ, ରାଜ୍ୟର 4 ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ବାର୍ଷିକ 6 ହଜାର ଟଙ୍କା ସହୟତା ଏବଂ ସପ୍ତମ ବେତନ ଆୟୋଗ ଲାଗୁ ପ୍ରତିଶୃତି ନେଇ ବିଜେପି ନିଜର ଘୋଷଣା ପତ୍ରରେ ପ୍ରକାଶ କରିପାରେ । ବଙ୍ଗଳାବାସୀଙ୍କ ଅନୁସାରେ ଏହି ମେନିଫେଷ୍ଟୋ ଜାରି କରାଯିବ ବୋଲି ବିଜେପି ଦାବି କରିଛି, ଏଥିପାଇଁ ବିଜେପି ସିଧାସଳଖ ନାଗରିକଙ୍କ ସହ ଯୋଡି ହୋଇ ସେମାନଙ୍କଠାରୁ ପରାମର୍ଶ ଲୋଡିଛି ବୋଲି ଦଳର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି ।
BJP manifesto for West Bengal assembly elections will be released by Union Home Minister Amit Shah on 21st March at Kolkata: Kailash Vijayvargiya BJP Central Observer for West Bengal
(file photo) pic.twitter.com/BWyDQcUrSv
— ANI (@ANI) March 19, 2021
ଉଲ୍ଲେଖନୀୟ କଥା ହେଉଛି, ବିଜେପିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଗତ ମାସରେ ଫେବୃଆରୀରେ ରାଜ୍ୟରେ 'ଲୋକୋ ସୋନାର ବଙ୍ଗଳା' ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ମାଧ୍ୟମରେ ଦଳ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣକୁ କର୍ମକର୍ତ୍ତାଙ୍କୁ ପଠାଇଥିଲା ଏବଂ ମନିଫେଷ୍ଟୋ ପାଇଁ ଲୋକଙ୍କଠାରୁ ପରାମର୍ଶ ଲୋଡିଥିଲା । ବିଜେପି ସଭାପତି ଜେପି ନଡ୍ଡା ତାଙ୍କର ପ୍ରତ୍ୟେକ ଏଲଇଡି ରଥକୁ ବିଧାନସଭା ନିର୍ବାଚନମଣ୍ଡଳୀକୁ ପଠାଇଥିଲେ । ଏହି ଯାନଗୁଡିକରେ ଏକ ବାକ୍ସ ରଖାଯାଇଥିଲା, ୟେଉଁଥିରେ ଲୋକମାନେ ନିଜ ନିଜର ମତ ରଖିପାରିବେ । ବିଜେପି କହିଛି ଯେ ଏଲଇଡି ରଥ ବ୍ୟତୀତ ଘୋଷଣା ପତ୍ର ପ୍ରସ୍ତୁତ କରିବା ନେଇ ଦଳ 30 ହଜାର ପରାମର୍ଶ ବାକ୍ସ ରଖିଥିଲା । ଏହା ବ୍ୟତୀତ ଫୋନ୍ ଏବଂ ବିଜେପି ୱେବସାଇଟ ମାଧ୍ୟମରେ ମଧ୍ୟ ଦଳ ଲୋକଙ୍କଠାରୁ ପରାମର୍ଶ ନେଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।












Click it and Unblock the Notifications