'ମୁଁ ଭାରତ ବିରୋଧୀ କିଛି କହି ନାହିଁ', କ୍ଷମା ମାଗିବା ଦାବି ମଧ୍ୟରେ ସଂସଦରେ ପହଞ୍ଚିଲେ ରାହୁଲ
ରାହୁଲ ଗାନ୍ଧୀ କହିଛନ୍ତି ଯେ, "ମୁଁ ଲଣ୍ଡନ ସେମିନାରରେ ଭାରତ ବିରୋଧୀ କିଛି କହି ନାହିଁ । ଯଦି ସେମାନେ ମୋତେ ସଂସଦରେ କହିବାକୁ ଅନୁମତି ଦିଅନ୍ତି, ମୁଁ ଯାହା ଅନୁଭବ କରୁଛି ତାହା କହିବି ।"

ନୂଆଦିଲ୍ଲୀ : ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଲଗାତାର ଭାବେ ହଟ୍ଟଗୋଳ ଦେଖିବାକୁ ମିଳୁଛି । ଗୋଟିଏ ପଟେ ବିରୋଧୀ ଆଦାନୀ ମାମଲାରେ ଜେପିସିର ତଦନ୍ତ ପାଇଁ କମିଟି ଗଠନ କରିବାକୁ ଦାବି କରୁଥିବା ବେଳେ ବିଜେପି ରାହୁଲ ଗାନ୍ଧୀଙ୍କ ଲଣ୍ଡନରେ ବିବୃତ୍ତିକୁ ନେଇ କ୍ଷମା ଦାବି କରୁଛି । ଫଳରେ କୌଣସି ଦିନ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନାହିଁ । ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିଛନ୍ତି ।
ଲଣ୍ଡନ ବିବୃତ୍ତି ପରେ ଗୁରୁବାର ସଂସଦରେ ପହଞ୍ଚିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ଭାଷଣ ପାଇଁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା ଦାବିରେ ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିବାବେଳେ ସିଧା ସଳଖ ଭିତରକୁ ଯାଇଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି ଯେ, "ମୁଁ ଲଣ୍ଡନ ସେମିନାରରେ ଭାରତ ବିରୋଧୀ କିଛି କହି ନାହିଁ । ଯଦି ସେମାନେ ମୋତେ ସଂସଦରେ କହିବାକୁ ଅନୁମତି ଦିଅନ୍ତି, ମୁଁ ଯାହା ଅନୁଭବ କରୁଛି ତାହା କହିବି ।"
ଉଲ୍ଲେଖଯୋଗ୍ୟ, ଗୋଟିଏ ପଟେ ବିରୋଧୀ ଅଦାନୀ ମାମଲାରେ ସଂସଦରେ କ୍ରମାଗତ ଭାବେ ନିଜର ଦାବି ରଖୁଛି । ଅନ୍ୟପଟେ ବିଜେପି ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବିବୃତ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରୁଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୀୟୁଷ ଗୋୟଲଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଭାରତୀୟ ଗଣତନ୍ତ୍ରର ଅପମାନ ବୋଲି କହିଛନ୍ତି । ଏଥିପାଇଁ ସେ ଗୃହକୁ ଆସି କ୍ଷମା ମାଗିବା ନେଇ ଦାବି କରିଛନ୍ତି












Click it and Unblock the Notifications