ଗୁଜୁରାଟ ବିଧାନସଭା ନିର୍ବାଚନ : ଚୂଡ଼ାନ୍ତ ପର୍ଯ୍ୟାୟରେ ନିର୍ବାଚନ ଆୟୋଗର ପ୍ରସ୍ତୁତି, ଶୀଘ୍ର ହୋଇପାରେ ତାରିଖ ଘୋଷଣା
ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରାୟ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି । ଏଭଳଇ ପରିସ୍ଥିତିରେ ଖୁବ୍ ଶୀଘ୍ର ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।
ଗାନ୍ଧୀନଗର : ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ପ୍ରାୟ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି । ଏଭଳଇ ପରିସ୍ଥିତିରେ ଖୁବ୍ ଶୀଘ୍ର ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।
ଗତଥର ଭଳି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି । ଏଥି ସହିତ ଏକ ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ନିର୍ବାଚନ ଆୟୋଗ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରୁଛନ୍ତି । ଏହା ସହିତ ଜଳ ସୀମାର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ନିକଟରେ ନିର୍ବାଚନ ଆୟୋଗ ହିମାଚଳ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ । ସେତେବେଳେ ହିମାଚଳ ସହିତ ଗୁଜରାଟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା, କିନ୍ତୁ ତାହା ହୋଇ ନଥିଲା । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଉଭୟ ରାଜ୍ୟରେ ବିଧାନସଭା କାର୍ଯ୍ୟକାଳରେ 40 ଦିନର ପାର୍ଥକ୍ୟ ରହିଛି । ଏଭଳି ପରିସ୍ଥିତିରେ ହିମାଚଳ ବିଧାନସଭା ନିର୍ବାଚନ ପରେ ଗୁଜୁରାଟ ନିର୍ବାଚନ ଅନୁଷ୍ଠିତ ହେବ ।
କଣ ରହିଛି ସମୀକରଣ
ଗୁଜୁରାଟ ବିଧାନସଭାରେ ମୋଟ 182 ଟି ଆସନ ଅଛି । ଏଥର ବିଜେପି ଏବଂ କଂଗ୍ରେସ ବ୍ୟତୀତ ଆମ୍ ଆଦମୀ ପାର୍ଟି ମଧ୍ୟ ନିର୍ବାଚନୀ ମୌଦାନକୁ ଓହ୍ଲାଇଛି । ଫଳରେ ପ୍ରତିଯୋଗିତା ତ୍ରିକୋଣୀୟ ହୋଇପାରେ । ଗତ ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ବିଜେପି 99 ଟି ସିଟ୍ ଜିତି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନେଇ ସରକାର ଗଠନ କରିଥିବାବେଳେ କଂଗ୍ରେସ 77 ଟି ସିଟ୍ ଜିତିଥିଲା । ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଫେବୃଆରୀ 18, 2023 ରେ ଶେଷ ହେବ, ଏପରି ପରିସ୍ଥିତିରେ, ଏହା ପୂର୍ବରୁ ନିର୍ବାଚନ କରି ଫଳାଫଳ ଘୋଷଣା କରାଯିବ ।












Click it and Unblock the Notifications