ଶେଷ ହେଲା ସର୍ବଦଳୀୟ ବୈଠକ : ଜାମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ନେଇ ଆଲୋଚନା
ଜାମ୍ମୁ-କାଶ୍ମୀରରେ ପ୍ରତିବନ୍ଧକ ହଟିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଲୋଚନା ହୋଇଛି । ଏହା ବ୍ୟତୀତ ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କ ମତାମତ ନେଇ କାଶ୍ମୀର ବିକାଶର ନୂଆ ନକ୍ସା କାଢିଛନ୍ତି କେନ୍ଦ୍ର ସରକାର ।
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପ୍ରମୁଖ ରାଜନୈତିକ ଦଳର ନେତୃତ୍ବଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରାୟ ତିନି ଘଣ୍ଟା ଧରି ବୈଠକରେ ଜାମ୍ମୁ-କାଶ୍ନୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେଏହି ବୈଠକ ବସିଥିଲା ଓ ସେଥିରେ ଜମ୍ମୁକାଶ୍ମୀରର 14 ଜଣ ପ୍ରମୁଖ ନେତା ଯୋଗ ଦେଇଥିଲେ ।

ଜାମ୍ମୁ-କାଶ୍ମୀରରେ ପ୍ରତିବନ୍ଧକ ହଟିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଲୋଚନା ହୋଇଛି । ଏହା ବ୍ୟତୀତ ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କ ମତାମତ ନେଇ କାଶ୍ମୀର ବିକାଶର ନୂଆ ନକ୍ସା କାଢିଛନ୍ତି କେନ୍ଦ୍ର ସରକାର । ସନ୍ଧ୍ୟା 7ଟା ପରେ ବୈଠକ ଶେଷ ହୋଇଥିବାବେଳେ ନିଜର ମତ ପ୍ରକାଶ କରିଛନ୍ତି ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତା ।
ଆଜିର ଏହି ବୈଠକେର କାଶ୍ମୀର ନେତାଙ୍କ ମଧ୍ୟରେ ଥିବା ରାଜଧାନୀ ଦିଲ୍ଲୀ ଏବଂ ଦିଲ୍ ର ଦୂରତା କମାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ବୈଠକରେ ଯୋଗଦେଇଥିବା ବରିଷ୍ଠ କଂଗ୍ରେସ ନେତା ଗୁଲସାମ ନବୀ ଆଜାଦ ମଧ୍ୟ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆମେ ବୈଠକରେ କହିଛୁ ଯେ ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା, ଜାମ୍ମୁ କାଶ୍ମୀରରେ ତୁରନ୍ତ ନିର୍ବାଚନ, କାଶ୍ମୀର ପଣ୍ଡିତମାନଙ୍କୁପୁନର୍ବାସ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା, ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ଅବିଳମ୍ବେ ମୁକ୍ତ କରିବା ଓ ଅଧିବାସ ନିୟମ ସମ୍ପର୍କରେ ପୁନଃ ବିଚାର କରିବା ନେଇ ଆମେ ଦାବି କରିଛୁ ।
ପିପୁଲ କନଫରେନ୍ସ ନେତା ମୁଜାଫର ହୁସେନ ବେଗ ବୈଠକକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସକାରାତ୍ମକ ଥିଲା ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁକାଶ୍ମୀରରେ ଶାନ୍ତି ଫେରାଇ ଆଣିବା ଲାଗି ଯାହା ଆବଶ୍ୟକ ତାହା କରିବାକୁ ପ୍ରତିଶୃତି ଦେଇଥିବା କହିଛନ୍ତି । ବୈଠକରେ ଉପସ୍ଥିତ ଜମ୍ମୁକାଶ୍ମୀରର ସମସ୍ତ ନେତା ରାଜ୍ୟ ମାନ୍ୟତା ପାଇଁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଅନ୍ୟାନ୍ୟ ସମସ୍ୟାର ସମାଧାନ ହେବ ବୋଲି କହିଥିବା ଶ୍ରୀ ବେଗ କହିଛନ୍ତି ।
ବୈଠକ ପରେ ଗୃହ ମନ୍ତ୍ରୀ ଅମିତ୍ ସାହା କହିଛନ୍ତି, "ଜାମ୍ମୁ କାଶ୍ମୀର ଉପରେ ଆଜିର ବୈଠକ ଭଲ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଗଣତନ୍ତ୍ର ଏବଂ ସମ୍ବିଧାନ ପ୍ରତି ସମସ୍ତେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଜାମ୍ମୁ କାଶ୍ମୀରରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆମେ ଜାମ୍ମୁ ଓ କାଶ୍ମୀରର ସର୍ବ ବିକାଶ ପାଇଁ ପ୍ରତିବଦ୍ଧ ।"
ସୂଚନାଯୋଗ୍ୟ, ଗତ 2018 ମସିହାରୁ ଜାମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି । ଆଜିର ବୈଠକରେ ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫତି, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ, ରବିନ୍ଦ୍ର ରାଇନା, କବିନ୍ଦ୍ର ଗୁପ୍ତା, ନିର୍ମଲ ସିଂ, ସାଜଜାଦ ଲୋନ, ଭୀମ ସିଂ ଏବଂ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ । ଏହା ବ୍ୟତୀତ ଏହି ବୈଠକରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ସମେତ ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications