ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ 50 ଘଣ୍ଟା ଧରି ଧାରଣାରେ ବସିବେ ବିରୋଧୀ
24 ନିଲମ୍ବିତ ସାଂସଦଙ୍କ ସହ ବର୍ତ୍ତମାନ ସମସ୍ତ ବିରୋଧୀ ଦଳ ଆସିଛନ୍ତି । କେବଳ ଏତିକି ନୁହେଁ, 20 ଜଣ ରାଜ୍ୟସଭା ସାଂସଦ ଏବଂ ଚାରି ଜଣ ଲୋକସଭା ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ପାଇଁ ବିରୋଧୀମାନେ ଦିନରାତି ଧର୍ମଘଟକୁ 50 ଘଣ୍ଟା ଜାରି ରଖିବେ ।
ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ଠାରୁ ଗୋଟିଏ ଦିନ ମଧ୍ୟ ଗୃହ ସ୍ୱାଭାବିକ ଭାବେ ଚାଲିପାରି ନାହିଁ । ମହଙ୍ଗା ବୃଦ୍ଧି, ଜିଏସଟି, ପେଟ୍ରୋଲ - ଡିଜେଲ ଦର ବୃଦ୍ଧି ଆଦି ପ୍ରସଙ୍ଗରେ ବିରୋଧୀ ବାରମ୍ବାର ସରକାରକୁ ଘେରିବାକୁ ପ୍ରୟାସ କରୁଛନ୍ତି । ପ୍ରତିଦିନ ଉଭୟ ଗୃହରେ ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବାରମ୍ବାର ଗୃହ ମୁଲତବୀ ଘୋଷଣା ହେଉଛି । ଏପରିକି ଏହି ସମୟରେ 20 ରାଜ୍ୟସଭା ସାସଂଦ ଓ 4 ଲୋକସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି ।

ଏହି 24 ନିଲମ୍ବିତ ସାଂସଦଙ୍କ ସହ ବର୍ତ୍ତମାନ ସମସ୍ତ ବିରୋଧୀ ଦଳ ଆସିଛନ୍ତି । କେବଳ ଏତିକି ନୁହେଁ, 20 ଜଣ ରାଜ୍ୟସଭା ସାଂସଦ ଏବଂ ଚାରି ଜଣ ଲୋକସଭା ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବା ପାଇଁ ବିରୋଧୀମାନେ ଦିନରାତି ଧର୍ମଘଟକୁ 50 ଘଣ୍ଟା ଜାରି ରଖିବାକୁ ଘୋଷଣା କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ 26 ଜୁଲାଇ ମଙ୍ଗଳବାର ଦିନ 19 ସାଂସଦଙ୍କୁ ଏହି ସପ୍ତାହର ରାଜ୍ୟସଭା ପ୍ରକ୍ରିୟାରୁ ନିଲମ୍ବିତ କରାଯାଇଛି । ଏଥି ସହିତ ଆଜି ମଧ୍ୟ ଡେପୁଟି ଚେୟାରମ୍ୟାନ୍ ରାଜ୍ୟସଭା ଆହୁରି ପାଞ୍ଚଜଣ ସାଂସଦଙ୍କ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ AAP ସାଂସଦ ସଞ୍ଜୟ ସିଂହ ମଧ୍ୟ ଅଛନ୍ତି ।
ମଙ୍ଗଳବାର ଦିନ ଗୃହରେ ସ୍ଲୋଗାନ ଦେବା, କାଗଜପତ୍ର ଛିଣ୍ଡାଇ ପୋଡିୟମ ଆଡକୁ ଫିଙ୍ଗି ବା ନେଇ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ସପ୍ତାହର ବାକି ଦିନ ପାଇଁ ଗୃହ କାର୍ଯ୍ୟରୁ ଏଏପି ସାଂସଦ ସଞ୍ଜୟ ସିଂହଙ୍କୁ ନିଲମ୍ବନ କରିଛନ୍ତି । ଏହା ପରେ ସଞ୍ଜୟ ସିଂହ ହେଉଛନ୍ତି 20 ତମ ରାଜ୍ୟସଭା ସାଂସଦ, ଯିଏକି ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ।
ଏଥିସହ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ AAP ସାଂସଦ ଟ୍ୱିଟ୍ କରି ଲେଖିଛନ୍ତି, 'ଯଦିଓ ମୋଦୀ ଜୀ ମୋତେ ନିଲମ୍ବନ କରିଛନ୍ତି, କିନ୍ତୁ ଗୁଜୁରାଟରେ ବିଷାକ୍ତ ମଦ ଯୋଗୁଁ 55 ଜଣଙ୍କ ମୃତ୍ୟୁର ଜବାବ ମାଗିବା ଜାରି ରଖିବି । ମୁଁ ବର୍ତ୍ତମାନ ଗହରେ ଅଛି । ଏହାପୂର୍ବରୁ ଗୁଜୁରାଟରେ ନକଲି ମଦ କାରଣରୁ ମୃତ୍ୟୁ ପ୍ରସଙ୍ଗରେ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବିରୋଧ କରୁଥିବାବେଳେ AAP ସାଂସଦମାନେ ସ୍ଲୋଗାନ ଦେଇଥିଲେ ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications