Get Updates
Get notified of breaking news, exclusive insights, and must-see stories!

‘ଯେଉଁଠି ଅଧିକ ସମ୍ମାନ ମିଳୁଛି, ଆପଣ ଯାଇପାରନ୍ତି' - ଏପରି କାହିଁକି କହିଲେ ଅଖିଳେଶ

ସମାଜବାଦୀ ପାର୍ଟି ଦ୍ୱାରା ଶିବପାଲ ଯାଦବଙ୍କୁ ପଠାଯାଇଥିବା ଚିଠିରେ ଏହା ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, "ଶିବପାଲ ଯାଦବ ଜୀ, ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଅନ୍ୟ କେଉଁଠାରେ ଅଧିକ ସମ୍ମାନ ପାଇବେ, ଆପଣ ସେଠାକୁ ଯିବା ପାଇଁ ମୁକ୍ତ ।"

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପର ଠାରୁ ସମାଜବାଜୀ ପାର୍ଟିରେ ସବୁକିଛି ଠିକ୍ ଚାଲି ନାହିଁ । ବହୁ ରାଜନୈତିକ ଦଳ ସହ ମିଳିତ ଭାବେ ନିର୍ବାଚନ ଲଢିଥିବା ଅଖିଳେଶ ଯାଦବ ବର୍ତ୍ତମାନ ଖୋଲାଖୋଲି ଭାବେ କହୁଛନ୍ତି । ନିକଟରେ ରାଷ୍ଟ୍ରପତି ନିର୍ବାଚନରେ ଶିବପାଲ ଯାଦବଙ୍କ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରାଷ୍ଟ୍ରପତି ନିର୍ବାଚନରେ ସମାଜବାଦୀ ପାର୍ଟିର ବିଧାୟକଙ୍କ ପକ୍ଷରୁ କ୍ରସ-ଭୋଟିଂ ପରେ ଦଳରେ ଅନ୍ତଃକନ୍ଦଳ ଲାଗି ରହିଛି । ଯଦିଓ ଏପର୍ଯ୍ୟନ୍ତ ଭୋଟ୍ କ୍ରସ କରିଥିବା ବିଧାୟକଙ୍କ ବିଷୟରେ କିଛି ସୂଚନା ଗ୍ରହଣ କରାଯାଇ ନାହିଁ, କିନ୍ତୁ ଏଥିରେ ଶିବପାଲ ସିଂହ ଯାଦବଙ୍କ ଭୂମିକା ରହିଛି ବୋଲି ବିଶ୍ୱାସ କରାଯାଉଛି । ଅନ୍ୟପକ୍ଷରେ ସୁଭାସପା ମୁଖ୍ୟ ଓମ ପ୍ରକାଶ ରାଜଭାର ମଧ୍ୟ ଏସପି ମୁଖ୍ୟଙ୍କ ସହ ମତାନ୍ତର ଦେଖିବାକୁ ମିଳୁଛି । ସେ କ୍ରସ୍ ଭୋଟିଂ ବିଷୟରେ ମଧ୍ୟ କହିଥିଲେ । ଏହି ସମୟରେ ଅଖିଳେଶ ଯାଦବ ସୁଭାସପା ନେତା ରାଜଭାର ଓ ଶିବପାଲଙ୍କ 'ବିଦ୍ରୋହ'ର ଜବାବ ଦେଇଛନ୍ତି ।

Akhilesh Yadav

ସମାଜବାଦୀ ପାର୍ଟି ପକ୍ଷରୁ ଉଭୟ ନେତାଙ୍କୁ ଏକ ଚିଠି ଜାରି କରାଯାଇଛି ଯେଉଁଠାରେ ସେମାନଙ୍କୁ ଯେଉଁଠାରେ ଅଧିକ ସମ୍ମାନ ମିଳୁଛି, ସେଠାକୁ ଯିବାକୁ ସେ ସ୍ୱତନ୍ତ୍ର ବୋଲି କୁହାଯାଇଛି । ସମାଜବାଦୀ ପାର୍ଟି ଦ୍ୱାରା ଶିବପାଲ ଯାଦବଙ୍କୁ ପଠାଯାଇଥିବା ଚିଠିରେ ଏହା ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, "ଶିବପାଲ ଯାଦବ ଜୀ, ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଅନ୍ୟ କେଉଁଠାରେ ଅଧିକ ସମ୍ମାନ ପାଇବେ, ଆପଣ ସେଠାକୁ ଯିବା ପାଇଁ ମୁକ୍ତ ।"

ସେହିଭଳି ସୁହେଲଦେବ ଭାରତୀୟ ସମାଜ ପାର୍ଟି (SUBHSP) ମୁଖ୍ୟ ଓମ ପ୍ରକାଶ ରାଜଭାରଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି ଯେଉଁଥିରେ ଲେଖା ଅଛି ଯେ, "ରାଜଭାର ଜୀ, ସମାଜବାଦୀ ପାର୍ଟି କ୍ରମାଗତ ଭାବରେ ଭାରତୀୟ ଜନତା ପାର୍ଟି ବିରୁଦ୍ଧରେ ଲଢୁଛି । ବିଜେପିକୁ ମଜବୁତ କରିବା ପାଇଁ ଆପଣ କାର୍ଯ୍ୟ କରୁଛନ୍ତି । ଯଦି ଆପଣ ଭାବୁଛନ୍ତି, ଆପଣଙ୍କୁ ଅନ୍ୟ କେଉଁଠି ଅଧିକ ସମ୍ମାନ ମିଳିବ ତେବେ ଆପଣ ସେଠାକୁ ଯିବାକୁ ମୁକ୍ତ ଅଟନ୍ତି ।"

ଆପଣଙ୍କୁ କହିରଖୁଛୁ ଯେ ଦୀର୍ଘ ଦିନ ଧରି ଶିବପାଲ ଏବଂ ଓମ୍ ପ୍ରକାଶ ରାଜଭାର ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନରେ, ଅଖିଳେଶ ଯାଦବ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଥିବା ବେଳେ ଶିବପାଲ ଯାଦବ କହିଛନ୍ତି ଯେ ସିହ୍ନା ମୁଲାୟମ ସିଂହ ଙ୍କ ପାଇଁ ଦେଇଥିବା ପୁରୁଣା ବିବୃତ୍ତି ମନେପକାଇ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+