Get Updates
Get notified of breaking news, exclusive insights, and must-see stories!

'ନୋଟ୍ ରେ ଗାନ୍ଧୀଙ୍କ ବଦଳରେ ଲଗାଯାଉ ସୁଭାଷଙ୍କ ଫଟୋ', ଅଖିଳ ଭାରତ ହିନ୍ଦୁ ମହାସଭାର ଦାବି

ସ୍ୱାଧୀନତା ଆନ୍ଦୋଳନରେ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ କୌଣସି ଅର୍ଥରେ ମହାତ୍ମା ଗାନ୍ଧୀଙ୍କଠାରୁ କମ୍ ନୁହେଁ, ତେଣୁ ତାଙ୍କ ଫଟୋ ନୋଟରେ ରଖାଯିବା ଆବଶ୍ୟକ ବୋଲି ମହାସଭା ପକ୍ଷରୁ ଦାବି କରାଯାଇଛି ।

ନୂଆଦିଲ୍ଲୀ : ନୋଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋକୁ ନେଇ ହିନ୍ଦୁ ସଂଗଠନଗୁଡ଼ିକ ପୁଣିଥରେ ବିରୋଧ କରିଛନ୍ତି । ଅଖିଳ ଭାରତ ହିନ୍ଦୁ ମହାସଭା ଦାବି କରିଛି ଯେ ମହାତ୍ମା ଗାନ୍ଧୀଙ୍କ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ନୋଟରେ ରଖାଯାଉ । ସ୍ୱାଧୀନତା ଆନ୍ଦୋଳନରେ ନେତଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ କୌଣସି ଅର୍ଥରେ ମହାତ୍ମା ଗାନ୍ଧୀଙ୍କଠାରୁ କମ୍ ନୁହେଁ, ତେଣୁ ତାଙ୍କ ଫଟୋ ନୋଟରେ ରଖାଯିବା ଆବଶ୍ୟକ ବୋଲି ମହାସଭା ପକ୍ଷରୁ ଦାବି କରାଯାଇଛି ।

Note

ଆପଣଙ୍କୁ କହିରଖୁଛୁ ଯେ ନିକଟରେ ଦୁର୍ଗା ପୂଜା ସମୟରେ ଅଖିଳ ଭାରତ ହିନ୍ଦୁ ମହାସଭା ମଣ୍ଡପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ସହ ମେଳ ଖାଉଥିବା ମହିଷାସୁରର ପ୍ରତିମା ସ୍ଥାପନ କରିଥିଲେ । ଏହି ପ୍ରସଙ୍ଗରେ ମଧ୍ୟ ଅନେକ ବିବାଦ ଦେଖାଦେଇଥିଲା । ଏହା ପରେ ବର୍ତ୍ତମାନ ଅଖିଳ ଭାରତ ହିନ୍ଦୁ ମହାସଭାର ନେତାମାନେ ମହାତ୍ମା ଗାନ୍ଧୀଙ୍କ ଛବି ନୋଟରୁ ହଟାଇବାକୁ ଦାବି କରିଛନ୍ତି । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ତାଙ୍କ ସଂଗଠନ ଅଂଶଗ୍ରହଣ କରିବ ବୋଲି ଚନ୍ଦ୍ରଚୁଡ଼ ଗୋସ୍ୱାମୀ ଘୋଷଣା କରିଛନ୍ତି ।

ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଚନ୍ଦ୍ରଚୁଡ଼ ଗୋସ୍ୱାମୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଭାରତକୁ ମୁକ୍ତ କରିବା ସଂଗ୍ରାମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅବଦାନ ମହାତ୍ମା ଗାନ୍ଧୀଙ୍କ ତୁଳନାରେ କମ୍ ନୁହେଁ । ତେଣୁ ବଳିଦାନ ପାଇଁ ଭାରତର ସେହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଦେବାର ସର୍ବୋତ୍ତମ ଉପାୟ ହେଉଛି ନେତାଜୀଙ୍କ ଚିତ୍ରକୁ ନୋଟରେ ରଖିବା । ଆମେ ଦାବି କରୁଛୁ ଯେ ଗାନ୍ଧିଜୀଙ୍କ ବଦଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିତ୍ର ନୋଟରେ ରହିବା ଉଚିତ୍ ।

ଏଥି ସହ ଅଖିଳ ଭାରତ ହିନ୍ଦୁ ମହାସଭାର ଦାବିକୁ ଟିଏମସି ଏବଂ କଂଗ୍ରେସ ସମାଲୋଚନା କରି କହିଛନ୍ତି ଯେ ବଙ୍ଗଳାରେ ଲୋକଙ୍କୁ ବିଭାଜନ କରିବାର ରାଜନୀତି କରିବା ଉଚିତ୍ ନୁହେଁ । କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଅବଦାନ ଏହି ଭଳି ବିବାଦ ଭିତରକୁ ଟାଣିବା ଉଚିତ ନୁହେଁ । ଚୌଧୁରୀ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ କିଏ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଆଦର୍ଶ ଓ ନୀତି ପ୍ରତିଦିନ ହତ୍ୟା କରାଯାଉଛି ତାହା ଆମେ ଜାଣିଛୁ । ବିଜେପି ଏବଂ ଆରଏସଏସ ଏହାର ଉତ୍ତର ଦେବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+