ପ୍ରଦେଶ କଂଗ୍ରେସ କମିଟି ନିର୍ବାଚନ କମିଟିରୁ ସୁର-ତାରା ବାଦ୍
ଭୁବନେଶ୍ୱର: ଲୋକସଭା ନିର୍ବାଚନ 2024 ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ନିର୍ବାଚନୀ ରଣନୀତି ସହ ପ୍ରଚାର ପାଇଁ ନିର୍ବାଚନ କମିଟି ଘୋଷଣା କରିଛି ଏଆଇସିସି । ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଜଣେ ଅଧ୍ୟକ୍ଷଙ୍କ ସହ 18 ସଦସ୍ୟ ସ୍ଥାନୀତ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।

ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) ଭେଣୁ ଗୋପାଳ ଏକ ତାଲିକା ଘୋଷଣା କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବାବେଳେ 18 ଜଣ ସଦସ୍ୟ ଭାବେ ଉକ୍ତ କମିଟିର ସ୍ଥାନ ପାଇଛନ୍ତି ।
ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡ. ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅମିତା ବିଶ୍ୱାଳ, ଅଜୟନ୍ତୀ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ମାନସ ଚୌଧିରୀ, ସସ୍ମିତା ବେହେରା ଓ ଶୁଭେନ୍ଦୁ ମହାନ୍ତି କମିଟି ସଦସ୍ୟ ରହିଛନ୍ତି । ତେବେ ବରିଷ୍ଠ ବିଧାୟକ ସୁର ରାଉତରାୟ, ତାରା ବାହିନୀପତି ଏହି କମିଟିରୁ ବାଦ୍ ପଡ଼ିଛନ୍ତି ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ











Click it and Unblock the Notifications