4 ବର୍ଷ ପରେ ଜେଲରୁ ମୁକୁଳିଲେ ଶଶିକଳା

ଫେବୃଆରୀ 2017 ରେ ତାଙ୍କ ବୋହୂ ଜେ ଇଲାଭାରାସୀ ଏବଂ ଜୟଲଳିତାଙ୍କ ପାଳିତ ପୁଅ ଭି ଏନ ସୁଧାକରନଙ୍କ ସହ ମିଶି 66 କୋଟି ଟଙ୍କା ଅନିୟମିତତା ଅଭିଯୋଗରେ ଶଶିକଳାଙ୍କୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଚେନ୍ନାଇ : ଜେଲରୁ ମୁକୁଳିଲେ ଶଶିକଳା । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଚାରି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିଲେ AIADMK ନେତ୍ରୀ ଭି କେ ଶଶିକଳା ।

ଆଜି ସକାଳେ ଭିକ୍ଟୋରିଆ ହସ୍ପିଟାଲରେ ଜେଲର ଆନୁଷ୍ଠାନିକ କାର୍ଯ୍ୟ ଶେଷ ହୋଇଥିଲା, ଯେଉଁଠାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହା ପରେ ସେ ଭିକ୍ଟୋରିଆରେ ରହିପାରନ୍ତି କିମ୍ବା ସହରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇପାରନ୍ତି । ମଙ୍ଗଳବାର ଦିନ ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ ତାମିଲନାଡୁର ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ପୂର୍ବତନ ସହାୟକ ଆଜି ଆନୁଷ୍ଠାନିକ ଭାବେ ମୁକ୍ତ ହେବେ ।

Sasikala

ଜାନୁଆରୀ 20 ରେ ଶଶିକଳା କରୋନା ସଂକ୍ରମିତ ହୋଇ ଭିକ୍ଟୋରିଆ ହସ୍ପିଟାଲର COVID-19 କେନ୍ଦ୍ରକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ତାଙ୍କୁ ପ୍ରଥମେ ବୋରିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶଶିକଳାଙ୍କ ଭଣଜା ତଥା ଆମ୍ମା ମକ୍କାଲ ମୁନ୍ନେତ୍ରା କଜଗାମ (ଏମଏମକେ) ର ପ୍ରତିଷ୍ଠାତା ସ୍ୱାଧୀନ ବିଧାୟକ ଧିନକରନ ସୋମବାର ଦିନ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କ ମାଉସୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।

ଫେବୃଆରୀ 2017 ରେ ତାଙ୍କ ବୋହୂ ଜେ ଇଲାଭାରାସୀ ଏବଂ ଜୟଲଳିତାଙ୍କ ପାଳିତ ପୁଅ ଭି ଏନ ସୁଧାକରନଙ୍କ ସହ ମିଶି 66 କୋଟି ଟଙ୍କା ଅନିୟମିତତା ଅଭିଯୋଗରେ ଶଶିକଳାଙ୍କୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ସେ ଲକ୍ଷଣବିହୀନ, ସଚେତନ, ଏବଂ ସୁସ୍ଥ ଅଛନ୍ତି । ତାଙ୍କୁ ନିରନ୍ତର ପରୀକ୍ଷା କରାାଉଛି ବୋଲି ଡାକ୍ତରଖାନା ବିବୃତ୍ତିରେ କହିଛି । ଭିକ୍ଟୋରିଆ ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ COVID-19 ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଏହି ସୁବିଧାରେ 10 ଦିନ ପରେ ଡିସଚାର୍ଜ କରାଯିବ । କିନ୍ତୁ, ଯଦି ତାଙ୍କ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଇଚ୍ଛା କରନ୍ତି, ତେବେ ସେମାନେ କରିପାରିବେ ବୋଲି ମଧ୍ୟ ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟ ପଟେ, ଇଲାଭାରାସି ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ, ସେ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହରେ ମୁକ୍ତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+