ତିରଥ ରାୱତଙ୍କ ଇସ୍ତଫା ପରେ କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ ରହିଛି 4 ନାମ
ବିଜେପି ନେତୃତ୍ୱ ବର୍ତ୍ତମାନ ଜଣେ ବିଧାୟକଙ୍କୁ ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବେ । କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ଏନେଇ ଏହି
ଦେହରାଡୁନ୍ : ଉତ୍ତରପ୍ରଦେଶରେ ରାଜନୈତିକ ଉତ୍ତେଜନା ମଧ୍ୟରେ ତିରଥ ସିଂ ରାୱତ ଶୁକ୍ରବାର (ଜୁଲାଇ 02) ରାତି 11 ଟା ସମୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି) ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଉତ୍ତପାଖଣ୍ଡକୁ ଦେଇପାରେ ନୂଆ ମୁଖ୍ୟମନ୍ତ୍ରୀ ।

ଆଜି (ଜୁଲାଇ 03) ସନ୍ଧ୍ୟାରେ ବିଜେପି ବିଧାୟକ ଦଳର ଏକ ବୈଠକ ଡାକିଛି । ବିଜେପି ନେତୃତ୍ୱ ବର୍ତ୍ତମାନ ଜଣେ ବିଧାୟକଙ୍କୁ ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବେ । କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ଏନେଇ ଏହି ବୈଠକରେ ଜଣେ ବିଧାୟକଙ୍କ ନାମରେ ଲାଗିପାରେ ମୋହର । ଉତ୍ତରାଖଣ୍ଡ ବିଜେପିର ଗଣମାଧ୍ୟମ ଦାୟିତ୍ୱରେ ଥିବା ମନଭୀର ସିଂ ଚୌହ୍ୱାନ କହିଛନ୍ତି ଯେ ଏହି ବୈଠକ ଶନିବାର ଅପରାହ୍ନ 3 ଟାରେ ଦେହରାଡୁନରେ ଅନୁଷ୍ଠିତ ହେବ, ସମସ୍ତ ବିଧାୟକଙ୍କୁ ଦେହରାଡୁନ ଆସିବାକୁ କୁହାଯାଇଛି ।
ରିପୋର୍ଟ ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ପର୍ଯ୍ୟବେକ୍ଷକ ଭାବରେ ଦେହରାଦୁନ୍ ଯିବେ । ରାଜ୍ୟ ଅଧ୍ୟକ୍ଷ ମଦନ କୌଶିକଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହେବ ।
ଚର୍ଚ୍ଚାରେ ଚାରି ଚେହେରା
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଧନ ସିଂ ରାୱତଙ୍କ ନାମ ନୂଆ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ରହିଛି । ଏହା ପରେ ରାଜ୍ୟ ସରକାରରେ ମନ୍ତ୍ରୀ ବଂଶୀଧର ଭଗତ, ପର୍ଯ୍ୟଟନ ମନ୍ତ୍ରୀ ସତ୍ୟପାଲ ମହାରାଜ ଏବଂ ହରକ ସିଂ ରାୱତଙ୍କ ନାମ ମଧ୍ୟ ନୂଆ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ତାଲିକାରେ ରହିଛି ।
ଧନ ସିଂ ରାୱତ ଶ୍ରୀନଗର ବିଧାନସଭାର ବିଧାୟକ । ସେ ଉତ୍ତରାଖଣ୍ଡ ବିଜେପିରେ ସଂଗଠନ ମନ୍ତ୍ରୀ ମଧ୍ୟ ରହିଛନ୍ତି । ଅନ୍ୟପକ୍ଷରେ, ବଂଶୀଧର ଭଗତ କାଲାଡୁଙ୍ଗି ବିଧାନସଭା ଆସନରୁ ବିଧାୟକ । ହରକ ସିଂ ରାୱତ ଏବଂ ସତ୍ୟପାଲ ମହାରାଜ ଉଭୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।












Click it and Unblock the Notifications