Get Updates
Get notified of breaking news, exclusive insights, and must-see stories!

ସାଂସଦ ପଦ ଓ ବଙ୍ଗଳା ପରେ ହଟିବ କି ରାହୁଲଙ୍କ ସୁରକ୍ଷା !

Rahul Gandhi

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ଯିବା ପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍ ମିଳିଛି । ଏହା ପରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ରାହୁଲଙ୍କ ସାଂସଦ ପଦ ଓ ବଙ୍ଗଳା ଯିବା ପରେ ତାଙ୍କୁ ମିଳୁଥିବା ସୁରକ୍ଷାକୁ ନେଇ କଣ ହେବ । ତାଙ୍କ ନିକଟରୁ ସୁରକ୍ଷା ହଟାଇ ନିଆଯିବ କି ? ତେବେ ଆସନ୍ତୁ ଜାଣିବା ରାହୁଲଙ୍କୁ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା ମିଳୁଥିଲା ଏବଂ ସୁରକ୍ଷାକୁ ରହିବ କି ନାହିଁ ସେ ନେଇ କଣ କହୁଛି ନିୟମ ।

ମୋଦୀ ସରନେମ୍ ମାମଲାରେ ସୁରତ କୋର୍ଟରୁ ଦୋଷୀ ସାବ୍ୟସ୍ତ ହୋ ପରେ ଯଦି ହାଇକୋର୍ଟରୁ ଆଶ୍ୱସ୍ତି ନ ପାଆନ୍ତି ତେବେ ତାଙ୍କୁ ଦିଲ୍ଲୀର ସରକାରୀ ବଙ୍ଗଳା ଖାଲି କରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ସୁରକ୍ଷା ପରେ ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ସୁରକ୍ଷା ହେଉଛି ସର୍ବୋଚ୍ଚ ସ୍ତରର ସୁରକ୍ଷା । ତାଙ୍କୁ CRPF କର୍ମଚାରୀଙ୍କ ସୁରକ୍ଷା ମିଳୁଛି । ତାଙ୍କ ବାସଭବନରେ ଏବଂ ବାହାରେ CRPF ଯବାନମାନେ ତାଙ୍କୁ ସୁରକ୍ଷା ଦେଉଛନ୍ତି । ସେ ଯେତେବେଳେ ଦିଲ୍ଲୀ ବାହାରକୁ ଯାଆନ୍ତି, ସେତେବେଳେ ମଧ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ଏହି କେନ୍ଦ୍ରୀୟ ସୁରକ୍ଷା ବଳ ଉପରେ ଥାଏ । ତେବେ, ବାସସ୍ଥାନ ପରିବର୍ତ୍ତନ ପରେ CRPF କୁ ତାଙ୍କ ସୁରକ୍ଷାକୁ ନେଇ ପୁନଃ ସମୀକ୍ଷା କରିବାକୁ ପଡିବ ।

ସଂସଦରୁ ଅଯୋଗ୍ୟତା ହେତୁ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ । ଏପରିକି ଅନ୍ୟ କଂଗ୍ରେସ ନେତା ମାନେ ମଧ୍ୟ ସେମାନଙ୍କ ଘରେ ରହିବାକୁ ରାହୁଲଙ୍କୁ ଅଫର ଦେଇଛନ୍ତି । କିନ୍ତୁ, ରାହୁଲଙ୍କୁ 24 ଘଣ୍ଟା ସୁରକ୍ଷା ଯୋଗାଇବା ଦାୟିତ୍ୱରେ ଥିବା CRPF ମଧ୍ୟ ପରିବର୍ତ୍ତନଶୀଳ ପରିସ୍ଥିତି ଅନୁଯାୟୀ ଏହାର ପ୍ରସ୍ତୁତି ଆରମ୍ଭ କରିଛି । ରାହୁଲ ବର୍ତ୍ତମାନ CRPF ର ଆଡଭାନ୍ସଡ ସିକ୍ୟୁରିଟି ଲିୟନ୍ସ (ASL) ସହିତ Z + ବର୍ଗର ସୁରକ୍ଷା ପାଉଛନ୍ତି, ଯାହାକି ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସପିଜି) ସୁରକ୍ଷା ପରେ ଦ୍ୱିତୀୟ ସୁରକ୍ଷା ବ୍ୟବସ୍ଥା ।

କେଉଁ ଭିଆଇପିଙ୍କୁ କେଉଁ ପ୍ରକାର ସୁରକ୍ଷା ବ୍ୟବସ୍ଥା ମିଳିବ, ସେ ନେଇ କେନ୍ଦ୍ର ଗୃହ ସଚିବଙ୍କ ନେତୃତ୍ୱରେ ଏକ ପ୍ୟାନେଲ ଦ୍ୱାରା ନିଷ୍ପତ୍ତି ନିଆଯାଏ । ଉଲ୍ଲେଖଥାଉ କି, ସରକାରୀ କର୍ମଚାରୀମାନେ କହିଛନ୍ତି ଯେ ବଙ୍ଗଳା ଖାଲି ହେଲେ ମଧ୍ୟ ରାହୁଲଙ୍କ ସୁରକ୍ଷାକୁ କେନ୍ଦ୍ର ସରକାର ହ୍ରାସ କରିବାର ସମ୍ଭାବନା ନାହିଁ । କିନ୍ତୁ, ସେ କେଉଁଠାରେ ରହିବେ ତାହାର ସୁରକ୍ଷା ସମୀକ୍ଷା କରିବା ନିଶ୍ଚିତ ଭାବରେ ଆବଶ୍ୟକ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+