22 ବର୍ଷ ପରେ ଗାନ୍ଧୀ ପରିବାର ହାତରୁ ଯାଇପାରେ କଂଗ୍ରେସ ଅଧ୍ୟକ୍ଷ ପଦ !

ଯଦି ଅଶୋକ ଗେହଲଟ୍ ନିର୍ବାଚନ ଲଢନ୍ତି ତେବେ ସେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇ ଦଳର କମାଣ ସମ୍ଭାଳିବା ସୁନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଛନ୍ତି ।

ନୂଆଦିଲ୍ଲୀ : ଗାନ୍ଧୀ ପରିବାର ହାତରୁ ଯାଇପାରେ କଂଗ୍ରେସ କମାଣ । ପ୍ରାୟ 22 ବର୍ଷ ପରେ ଅଣ ଗାନ୍ଧୀ ହାତକୁ ଯାଇପାରେ କଂଗ୍ରେସ ଦଳର କମାଣ । ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି । ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ମନା କରିବା ପରେ କଂଗ୍ରେସ ଦଳର କମାଣ କାହା ହାତରେ ରହିବ ସେ ନେଇ କଳ୍ପାନାଜଳ୍ପନା ଲାଗି ରହିଛି । ଯଦିଓ ସୋନିଆ ଗାନ୍ଧୀ ବର୍ତ୍ତମାନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଅଛନ୍ତି କିନ୍ତୁ ଏହି ପଦ ପାଇଁ ନିରପେକ୍ଷ ନିର୍ବାଚନ କରିବା ନେଇ ଦଳ ଭିତରେ ବହୁ ଆଗରୁ ଦାବି କରାଯାଉଥିଲା । ଏଭଳି ପରିସ୍ଥିତିରେ କଂଗ୍ରେସ ଦଳ ନିଜର ନୂଆ ରାଷ୍ଚ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରିବା ଲାଗି ନିଷ୍ପତ୍ତି ନେଇଛି ।

congress

ଦୌଡ଼ରେ ଅଛନ୍ତି ଦୁଇ ନେତା

କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବା ନେଇ ଘୋଷଣା ହେବା ପର ଠାରୁ ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦିତା କରିବେ ସେ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଗତ କିଛି ଦିନ ପୂର୍ବରୁ କେରଳରୁ କଂଗ୍ରେସ ସାଂସଦ ଶଶି ଥରୁର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ନେଇ ମତ ରଖିଥିଲେ । ଏପରିକି ସୋନିଆ ଗାନ୍ଧୀ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଅନୁମତି ଦେଇଥିବା କୁହାଯାଉଛି । ଏହା ପରେ ଥରୁର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଏକ ପ୍ରକାର ଥୟ ବୋଲି କୁହାଯାଉଛି ।

ସେହିପରି ଗାନ୍ଧୀ ପରିବାରର ଅତି ନିକଟତର କୁହାଯାଉଥିବା ଅଶୋକ ଗେହଲଟ୍ ମଧ୍ୟ ଏହି ନିର୍ବାଚନ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯଉଛି । ଏପରିକି ସେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ନିର୍ବାଚନରେ ଲଢିବାକୁ ମନାଇବେ ବୋଲି କୁହାଯାଉଛି । ଯଦି ରାହୁଲ ଗାନ୍ଧୀ ରାଜି ନହୁଅନ୍ତି ତେବେ ସେ ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ।

ଯଦି ଅଶୋକ ଗେହଲଟ୍ ନିର୍ବାଚନ ଲଢନ୍ତି ତେବେ ସେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇ ଦଳର କମାଣ ସମ୍ଭାଳିବା ସୁନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖୁଛନ୍ତି । କାରଣ ଏହା ପୂର୍ବରୁ କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ଓ ଛତିଶଗଡ଼ର କଂଗ୍ରେସ ୟୁନିଟ୍ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ନେଇ ସଂକଳ୍ପ ପାରିତ କରିଛନ୍ତି । ଏଥି ସହିତ ଅନ୍ୟ କେତେକ ରାଜ୍ୟ କଂଗ୍ରେସ ମଧ୍ୟ ରାହୁଲଙ୍କୁ ଅଧ୍ୟକ୍ଷ କରିବା ନେଇ ଦାବି ରଖିଥିଲେ । ଏପରି ପରିସ୍ଥିତିରେ ଯଦି ଗେହଲଟ୍ ପ୍ରତିଦ୍ୱନ୍ଦିତା କରନ୍ତି ତେବେ ଗାନ୍ଧୀ ପରିବାରର ସମର୍ଥନ ତାଙ୍କ ସପକ୍ଷରେ ରହିବ ବୋଲି କୁହାଯାଉଛି । ତେବେ ଗେହଲଟଙ୍କ ବିଜୟ ସୁନିଶ୍ଚିତ ହେବ ।

ଗାନ୍ଧୀ ପରିବାର ହାତରୁ ଯିବ କଂଗ୍ରେସ କମାଣ !

ପ୍ରକାଶ ଥାଉ କି, 2000 ମସିହାରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପର ଠାରୁ ଗାନ୍ଧୀ ପରିବାର ହାତରେ ଦଳର କମାଣ ରହି ଆସିଛି । ପ୍ରାୟତଃ ସମୟ ସୋନିଆ ଗାନ୍ଧୀଙ୍କ କମାଣରେ ଦଳ ପରିଚାଳନା ହୋଇଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଛି ଗୋଟିଏ ପାଳି ।

2000 ରେ ହୋଇଥିବା ନିର୍ବାଚନରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ଭିତରୁ ଭେଟେରାନ ନେତା ଜିତେନ୍ଦ୍ର ପ୍ରସାଦ ଚ୍ୟାଲେଞ୍ଜ କରିଥିଲେ । ସେହି ନିର୍ବାଚନରେ, ଯେଉଁଠାରେ ସୋନିଆ ଗାନ୍ଧୀ 7448 ଭୋଟ ପାଇଥିବା ବେଳେ ପ୍ରସାଦଙ୍କୁ ମୋଟ 94 ଭୋଟ୍ ମିଳିଥିଲା । ସେବେଠାରୁ ସୋନିଆ ଗାନ୍ଧୀ ପରିବାର ଦଳର କମାଣ ସମ୍ଭାଳୁଥିଲେ । ଏହାପରେ 2017 ରୁ 2019 ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । କିନ୍ତୁ 2019 ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ରାହୁଲଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ହୋଇ ବର୍ତ୍ତମାନ ଦଳ ସମ୍ଭାଳୁଛନ୍ତି ।

ଏହା ପୂର୍ବରୁ ଗାନ୍ଧୀ ପରିବାରରୁ ସର୍ବପ୍ରଥମେ 1959 ମସିହାରେ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ । ଏହା ପରେ ସ୍ୱର୍ଗତଃ ରାଜୀବ ଗାନ୍ଧୀ ମଧ୍ୟ 1985 ରୁ 1991 ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+