ଅଧିର ରଂଜନଙ୍କ ଟାର୍ଗେଟ୍ ରେ କପିଲ ସିବଲ, କହିଲେ - ଯଦି ସେ ବିଜେପିରୁ ରାଜ୍ୟସଭାକୁ ଯିବାକୁ ଚାହାଁନ୍ତି, ତେବେ ଯାଆନ୍ତୁ
କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ଯେତେବେଳେ ସେ ମନ୍ତ୍ରୀ ଥିଲେ ସେତେବେଳେ ଦଳର ସବୁ ଜିନିଷ ତାଙ୍କୁ ଭଲ ଲାଗୁଥିଲା, କିନ୍ତୁ ବର୍ତ୍ତମାନ ସବୁ ଖରାପ ଲାଗୁଛି ବୋଲି ଅଧୀର ରଂଜନ ଚୌଧୁରୀ କହିଛନ୍ତି ।
ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସରେ କ୍ରମାଗତ ଅନ୍ତଃସମୀକ୍ଷା ଚାଲିଛି । ଏହି ସମୟରେ ଦଳର ଅନେକ ଭେଟେରାନ ନେତା କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ କରୁଛନ୍ତି । ଏଥିମଧ୍ୟରୁ କପିଲ ସିବଲଙ୍କ ନାମ ଆଜିକାଲି ଶୀର୍ଷରେ ରହିଛି, ଯିଏକି ନିକଟରେ ଗାନ୍ଧୀ ପରିବାର ଉପରେ ମନ୍ତବ୍ୟ ଦେଇଥିଲେ । ଗାନ୍ଧୀ ପରିବାରରେ ବିଶ୍ୱାସ କରୁଥିବା ନେତାମାନେ ତାଙ୍କ ମନ୍ତବ୍ୟ ପାଇଁ କପିଲ ସିବଲଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି । ଏଭଳି ପରିସ୍ଥିତିରେ ଅଧୀର ରଂଜନ ଚୌଧୁରୀ କପିଲ ସିବଲଙ୍କ ଉପରେ ଆକ୍ରମଣ କରିଛନ୍ତି ।

କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ଯେତେବେଳେ ସେ ମନ୍ତ୍ରୀ ଥିଲେ ସେତେବେଳେ ଦଳର ସବୁ ଜିନିଷ ତାଙ୍କୁ ଭଲ ଲାଗୁଥିଲା, କିନ୍ତୁ ବର୍ତ୍ତମାନ ସବୁ ଖରାପ ଲାଗୁଛି ବୋଲି ଅଧୀର ରଂଜନ ଚୌଧୁରୀ କହିଛନ୍ତି । ଅଧୀର ରଂଜନ କହିଛନ୍ତି ଯେ କପିଲ ସିବଲ କେଉଁଠୁ ନେତା ଏବଂ ସେ କେଉଁଠୁ ଆସିଛନ୍ତି ମୁଁ ଜାଣେ ନାହିଁ । କଂଗ୍ରେସରେ ଥିବାବେଳେ ତାଙ୍କୁ ଅନେକ ସୁବିଧା ମିଳିଛି, ଯେତେବେଳେ ସେ ୟୁପିଏ ସରକାରରେ ମନ୍ତ୍ରୀ ଥିଲେ, ସେତେବେଳେ ଦଳର ସବୁକିଛି ଭଲ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ଯେତେବେଳେ ୟୁପିଏ କ୍ଷମତାରେ ନାହିଁ, ସେତେବେଳେ କିଛି ଭଲ ଲାଗୁନାହିଁ ।
ଅଧୀର ରଂଜନ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ କପିଲ ସିବଲଙ୍କ ବିବୃତ୍ତି ଦୀର୍ଘ ଦିନ ଧରି ବିଜେପିକୁ ସିଧାସଳଖ ଲାଭ ଦେଉଛି । ସେ କହିଛନ୍ତି ଯେ ସିବଲଙ୍କ ଉଦ୍ଦେଶ୍ୟ କେବଳ ରାଜ୍ୟସଭାକୁ ଯିବା ଏବଂ ଯଦି ସେ ଏପରି ଚାହୁଁଛନ୍ତି ତାହାଲେ ସେ ବିଜେପିକୁ କହି ରାଜ୍ୟସଭାକୁ ଯାଆନ୍ତୁ । ଅଧୀର ରଂଜନ ଚୌଧୁରୀଙ୍କ ବ୍ୟତୀତ କଂଗ୍ରେସର ବହୁ ବଡ ନେତା କପିଲ ସିବଲଙ୍କ ବିବୃତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଅଶୋକ ଗେହଲୋଟ୍ ମଧ୍ୟ କପିଲ ସିବଲଙ୍କୁ ଟାର୍ଗେଟ୍ କରିଥିଲେ ।
କଣ କହିଥିଲେ କପିଲ ସିବଲ ?
ଆପଣଙ୍କୁ କହି ରଖୁଛୁ ଦି ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ କପିଲ ସିବଲ କହିଥିଲେ ଯେ "ଏହା ମୋର ବ୍ୟକ୍ତିଗତ ବିଚାର ଯେ ମୁଁ ଆଜିର ଦିନରେ 'ଘରର କଂଗ୍ରେସ' ବଦଳରେ 'ସମସ୍ତଙ୍କ କଂଗ୍ରେସ' ଚାହୁଁଛି । ମୁଁ ନିଶ୍ଚିତ ଭାବେ 'ଘରର କଂଗ୍ରେସ' ଚାହେଁ ନାହିଁ ଏବଂ 'ସମସ୍ତଙ୍କ କଂଗ୍ରେସ' ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି ।"
କିପିଲ ସିବଲଙ୍କ ଟାର୍ଗେଟ୍ ଗାନ୍ଧୀ ପରିବାରକୁ ନେଇ ଥିଲା, ଯାହାକି ଦଳର ନେତୃତ୍ୱ କେବଳ ଗୋଟିଏ ପରିବାର ନ କରନ୍ତୁ । ସେ କହିଥିଲେ ବର୍ତ୍ତମାନ ଗାନ୍ଧୀ ପରିବାର ନେତୃତ୍ୱ ଛାଡ଼ି ଅନ୍ୟ ଲୋକଙ୍କୁ ନେତୃତ୍ୱ ଦେୂବା ଉଚିତ୍ ।












Click it and Unblock the Notifications