ଆଦାନୀ ମାମଲାରେ ଜେପିସି ଯାଞ୍ଚ ଦାବିରେ ବିପକ୍ଷର ବିରୋଧ ପ୍ରଦର୍ଶନ, ସାମିଲ ହେଲେ ସୋନିଆ, ରାହୁଲ
ବିରୋଧୀ ଦଳ ଶୁକ୍ରବାର ସଂସଦ ପରିସରରେ ପୁଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସାମିଲ ହୋଇଛନ୍ତି । ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ବିରୋଧ ପ୍ରଦର୍ଶରେ ସାମିଲ ହୋଇଛନ୍ତି ।

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବିରୋଧୀ ଲଗାତାର ଭାବେ ଆଦାନୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ବିରୋଧୀ ଦଳ ମିଳିତ ଭାବେ କ୍ରମାଗତ ଭାବରେ ଆଦାନୀ ଗ୍ରୁପ୍ ପ୍ରସଙ୍ଗ ଉଠାଇ ଏହି ମାମଲାରେ ଜେପିସି ଗଠନ ନେଇ ଦାବି କରୁଛନ୍ତି । ସଂସଦୀୟ କମିଟି ଗଠନ କରି ଏହି ଘଟଣାର ତଦନ୍ତ ଦାବି କରୁଛନ୍ତି ବିରୋଧୀ । କିନ୍ତୁ ସରକାର ଏହା ପାଇଁ ପ୍ରସ୍ତୁତ ନୁହଁନ୍ତି ବୋଲି ଅନେକ ଥର କହିସାରିଛନ୍ତି ।
ଏହି ସମୟରେ ବିରୋଧୀ ଦଳ ଶୁକ୍ରବାର ସଂସଦ ପରିସରରେ ପୁଣି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସାମିଲ ହୋଇଛନ୍ତି । ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ବିରୋଧ ପ୍ରଦର୍ଶରେ ସାମିଲ ହୋଇଛନ୍ତି । ଏହି ସମୟରେ ସମସ୍ତେ ମୋଦୀ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।
ଗୃହରେ ବାରମ୍ବାର ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଓ ଲୋକସଭାକୁ ମାର୍ଚ୍ଚ 20 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଏହା ପରେ ବିରୋଧୀ ଦଳର ସାଂସଦମାନେ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ସରକାରଙ୍କ ବିରୋଧରେ ବିକ୍ଷୋଭ ଆରମ୍ଭ କରିଛନ୍ତି । ବିରୋଧୀ ଦଳର ସାଂସଦଙ୍କ ହାତରେ ଆଦାନୀ ଏବଂ ମୋଦୀ ସରକାରଙ୍କ ବିରୋଧରେ ସ୍ଲୋଗାନ ଲେଖାଥିବା କାର୍ଡ ମଧ୍ୟ ଦେଖିବାକୁ ମିଳିଛି ।
ମାର୍ଚ୍ଚ 15 ରେ ମଧ୍ୟ ବିରୋଧୀ ଦଳ ଏକ ବଡ ପ୍ରଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ସେଦିନ ବିରୋଧୀ ସଂସଦ ଗୃହରୁ ଇଡି କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ଦାଖଲ କରିବାକୁ ଯୋଜନା କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ତାଙ୍କୁ ଅଟକାଇଥିଲା । ପ୍ରବଳ ସୁରକ୍ଷା ବ୍ୟବସ୍ଥା ଦେଖି ସାଂସଦମାନେ ଫେରି ଆସିଥିଲେ । ବର୍ତ୍ତମାନ ସେମାନେ ସଂସଦ ପରିସରରେ ବିରୋଧ ଆରମ୍ଭ କରିଛନ୍ତି ।












Click it and Unblock the Notifications