ନରେନ୍ଦ୍ର ମୋଦୀ ଷ୍ଚା଼ଡିୟମକୁ କଟାକ୍ଷ କରି ଫଟୋ ସେୟାର କଲେ ସୀତାରାମ ୟେଚୁରୀ, ବୟାନ ରଖିଲେ ଅଭିନେତା ପ୍ରକାଶ ରାଜ

ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ଟ୍ୱିଟ୍ କରି ଲେଖିଛନ୍ତି, 'ଏ ସବୁ କଳ୍ପନା ବାହାରେ । ସମ୍ମାନିତ ସର୍ଦ୍ଦାର ପଟେଲଙ୍କ ନାମରେ ନାମିତ ଷ୍ଟାଡିୟମକୁ ନିଜ ନାମରେ ବଦଳାଇ ପ୍ରଧାନମନ୍ତ୍ରୀ ଆତ୍ମ ଗୌରବର ପ୍ରମାଣ ଦେଇଛନ୍ତି । ଲଜ୍ଜାଜନକ ।'

ନୂଆଦିଲ୍ଲୀ : ଅହମ୍ମଦାବାଦରେ ଥିବା ମୋଟେରା ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମକୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଭାବେ ନାମିତ କରାଯାଇଛି । କେବଳ ଏତିକି ନୁହେଁ ଏହି ଷ୍ଟାଡିୟମର ଦୁଇଟି ପ୍ୟାଭିଲିୟନକୁ ରିଲାଏନ୍ସ ଏବଂ ଆଦାନୀ ଏଣ୍ଡ ନାମରେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଏହି ଷ୍ଟାଡିୟମର ନାମକରଣ ନିଷ୍ପତ୍ତି ଆସିବା ଦିନଠାରୁ ବିରୋଧୀ ଦଳର ନେତାମାନେ ଗୋଟିଏ ପରେ ଗୋଟିଏ ପ୍ରତିକ୍ରିୟା ରଖିାସୁଛନ୍ତି । ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ମଧ୍ୟ ଟ୍ୱିଟରରେ କଟାକ୍ଷ କରି ପ୍ରତିକ୍ରିୟା ଦେଇଛନ୍ତି ।

Prakash-Raj

ସୀତାରାମ ୟେଚୁରୀଙ୍କ ଟ୍ୱିଟ୍

ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ଟ୍ୱିଟ୍ କରି ଲେଖିଛନ୍ତି, 'ଏ ସବୁ କଳ୍ପନା ବାହାରେ । ସମ୍ମାନିତ ସର୍ଦ୍ଦାର ପଟେଲଙ୍କ ନାମରେ ନାମିତ ଷ୍ଟାଡିୟମକୁ ନିଜ ନାମରେ ବଦଳାଇ ପ୍ରଧାନମନ୍ତ୍ରୀ ଆତ୍ମ ଗୌରବର ପ୍ରମାଣ ଦେଇଛନ୍ତି । ଲଜ୍ଜାଜନକ ।' ଏଥିସହ ଆଉ ଏକ ଟ୍ୱିଟ୍ କରି ସେ ଲେଖିଛନ୍ତି , ' ୟେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ହୈ । ୟେ ଇସ୍କେ ଦୋ ଏଣ୍ଡସ୍ ହୈଁ.... ଔର ୟେ କ୍ରୋନିକ୍ସ ପାଓ୍ୱରୀ ହୋ ରହି ହୈ ... '

ପ୍ରକାଶ ରାଜଙ୍କ ପ୍ରତିକ୍ରିୟା

ସିପିଆଇ (ଏମ୍) ସୀତାରାମ ୟେଚୁରୀ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ବିଷୟରେ କରିଥିବା ଟ୍ୱିଟରେ ଅଭିନେତା ପ୍ରକାଶ ମାତ୍ର ଦୁଇଟି ଶବ୍ଦ ଲେଖିଛନ୍ତି । ରାଜ ହ୍ୟାସଟ୍ୟାଗ ଦେଇ ଲେଖିଛନ୍ତି, #AtmaNirbharBharat #justasking

ପ୍ରଧାନମନ୍ତ୍ରୀ ଏଫଡିଆଇର ବିବୃତ୍ତିରେ ପ୍ରତିକ୍ରିୟା ଦେଇଥିଲେ ପ୍ରକାଶ

ପ୍ରକାଶ ରାଜ ଏଭଳି ପ୍ରତିକ୍ରିୟା ଦେବା ପ୍ରଥମ ଥର ନୁହେଁ । ଏହାପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସବଭାରେ ରାଷ୍ଟ୍ରପତି ଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା କରି ଦିଲ୍ଲୀରେ ଦୀର୍ଘ ଦିନ ଧରି ଚାଲିଆସୁଥିବା କୃଷକ ଆନ୍ଦୋଳନ ବିଷୟରେ କହିଥିଲେ । ବିରୋଧୀ ଦଳ ପ୍ରତି ଆକ୍ଷେପ କରି ପ୍ରଧାନମନ୍ତ୍ରୀ ମୋଦୀ ନୂଆ ଏଫଡିଆଇକୁ 'ବୈଦେଶିକ ବିନାଶକାରୀ ଚିନ୍ତାଧାରା' ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ ଏଫଡିଆଇ (ବିଦେଶୀ ବିନାଶକାରୀ ଆଇଡିଆଲୋଜି) ପ୍ରତି ସତର୍କ ରହିବା ଉଚିତ । ଯେଉଁଥିରେ ପ୍ରକାଶ ରାଜ ପ୍ରତିକ୍ରିୟା ରଖି କହିଥିଲେ, 'ଜନସାଧାରଣ ମଧ୍ୟ ପ୍ରକୃତ ଏଫଡିଆଇ ସହିତ ମୁକାବିଲା କରିବାକୁ ଚାହୁଁଛନ୍ତି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+