ଟିଏମସିର ସଂଗଠନରେ ବଡ ପରିବର୍ତ୍ତନ : ଅଭିଷେକ ବାନାର୍ଜୀ ହେଲେ ଜାତୀୟ ସାଧାରଣ ସମ୍ପାଦକ
ଶନିବାର ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ଡାଏମଣ୍ଡ ହାର୍ବରରୁ ଲୋକସଭା ସାଂସଦ ଥିବା ଅଭିଷେକ ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ।
କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବହଗୁମତ ହାସଲ କରି ଶାସନ ଗାଦିରେ ବସିଛି । ଏହା ପରେ ଟିଏମସି ସଂଗଠନରେ ଏକ ବଡ଼ ଧରଣର ଅଦଳବଦଳ କରିଛି । ଶନିବାର ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ଡାଏମଣ୍ଡ ହାର୍ବରରୁ ଲୋକସଭା ସାଂସଦ ଥିବା ଅଭିଷେକ ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ।

ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳର ପୁନର୍ବାର ବିଜୟ ପରେ ଟିଏମସିର କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଟିଏମସି ଦଳ ମଧ୍ୟରେ "ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ" ରଣନୀତି କାର୍ଯ୍ୟକାରୀ କରିଛି । ଫଳସ୍ୱରୂପ ଅଭିଷେକ ବାନାର୍ଜୀ ଟିଏମସି ଯୁବ ୱିଙ୍ଗର ପ୍ରଭାୀ ଦାୟିତ୍ୱରୁ ଇସ୍ତଫା ଦେବେ । ଏହି ପଦରେ ଅଭିନେତ୍ରୀ ସାୟୋନି ଘୋଷଙ୍କୁ ନିଯୁକ୍ତ କରାଯାଇଛି ।
ଏହା ସହିତ ଭେଟେରାନ ନେତା କୁନାଲ ଘୋଷଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କୁ ଦଳର ମହିଲା ମୋର୍ଚ୍ଚା ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ସାଂସଦ ଡୋଲା ସେନ ବର୍ତ୍ତମାନ ଭାରତୀୟ ଜାତୀୟ ତୃଣମୂଳ ଟ୍ରେଡ ୟୁନିୟନ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । ଏହି ସମୟରେ ଦଳର ଭେଟେରାନ ନେତା ପୁର୍ଣ୍ଣେନ୍ଦୁ ବୋଷଙ୍କୁ ଟିଏମସିର କୃଷକ ୱିଙ୍ଗର ସଭାପତି କରାଯାଇଛି ।
ଅନ୍ୟପକ୍ଷରେ, ବଙ୍ଗଳା ଜିତିବା ପରେ ଟିଏମସି ବର୍ତ୍ତମାନ କୃଷକ ନେତା ରାକେଶ ଟିକାଇତଙ୍କୁ ବଙ୍ଗଳାକୁ ଆସିବାକୁ ନିମନ୍ତ୍ରଣ କରିଛି । ଦଳ ରାକେଶ ଟିକାଇଟଙ୍କୁ ଜୁନ୍ 9 ରେ ପଶ୍ଚିମବଙ୍ଗକୁ ଆସିବାକୁ ନିମନ୍ତ୍ରଣ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାକେଶ ଟିକାଇତଙ୍କୁ ବଙ୍ଗଳାକୁ ଡାକିଛନ୍ତି ଏବଂ କୃଷକ ଆନ୍ଦୋଳନର ଭବିଷ୍ୟତ ରଣନୀତି ସ୍ଥିର କରିବାକୁ ଆଲୋଚନା କରିବା ନେଇ କହିଛନ୍ତି ।












Click it and Unblock the Notifications