କେଜ୍ରିୱାଲଙ୍କ ଦାବି - ଆଇବି ରିପୋର୍ଟ ଅନୁଯାୟୀ ଗୁଜୁରାଟରେ ଗଠନ ହେବ AAP ସରକାର

ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ନୂତନ ଦାବି କରିଛନ୍ତି । ସେ ଦାବି କରୁଛନ୍ତି ଯେ ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବ ।

ନୂଆଦିଲ୍ଲୀ : ଗୁଜୁରାଟ ବିଧାନସଭାକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ରାଜ୍ୟରେ ସରକାର ଗଠନ ଲାଗି ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଇଛି । ଏହାର ନେତାମାନେ ନିରନ୍ତର ରାଜ୍ୟ ଗସ୍ତ କରୁଛନ୍ତି । ଏହି ସମୟରେ ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏକ ନୂତନ ଦାବି କରିଛନ୍ତି । ସେ ଦାବି କରୁଛନ୍ତି ଯେ ଗୁଜୁରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବ । ଏହା ପଛରେ ସେ ଆଇବିର ଏକ ରିପୋର୍ଟ ଦର୍ଶାଇଛନ୍ତି ।

arvind kejriwal

ଗୁଜୁରାଟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କେଜ୍ରିୱାଲ କହିଛନ୍ତି ଯେ ସୂତ୍ର ଅନୁଯାୟୀ ଏକ ଆଇବି ରିପୋର୍ଟ ଆସିଛି ଯେଉଁଥିରେ କୁହାଯାଇଛି ଯେ ଯଦି ଆଜି ଗୁଜୁରାଟରେ ନିର୍ବାଚନ ହେବ, ତେବେ ସେଠାରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ । ପ୍ରକାଶ ଥାଉକି, ରିପୋର୍ଟରେ ଏହା ମଧ୍ୟ ଲେଖାଯାଇଛି ଯେ, AAP ର ସରକାର ବହୁତ କମ୍ ମାର୍ଜିନ୍ ରେ ଗଠନ ହେବ, ବହୁତ କମ୍ ଆସନରେ ଆମ୍ ଆଦମୀ ପାର୍ଟି ଆଗରେ ରହିଛି । ଗୁଜରାଟର ଲୋକଙ୍କୁ ଏକ ବଡ଼ ଧରଣର ଧକ୍କା ଲଗାଇବାକୁ ପଡ଼ିବ, ଯାହାଦ୍ୱାରା ସରକାର ଏକ ଭଲ ସଂଖ୍ୟାଗରିଷ୍ଠତା ସହିତ ଗଠନ ହେବ । ସେ କହିଛନ୍ତି ଯେ ଏହି ରିପୋର୍ଟ ଆସିବା ପରଠାରୁ ବିଜେପି-କଂଗ୍ରେସ ଗୋଟିଏ ହୋଇଯାଇଛନ୍ତି । ଉଭୟ ଏକ ଗୁପ୍ତ ସଭା କରି ଆସୁଛନ୍ତି ଏବଂ ମୋତେ ସମାନ ଭାଷାରେ ଗାଳଇ କରୁଛନ୍ତି ।

AAP ସୁପ୍ରିମୋଙ୍କ ଅନୁଯାୟୀ, ବିଜେପି ଏବଂ କଂଗ୍ରେସ ପରସ୍ପରକୁ ଗାଳି ଦେଉ ନାହାଁନ୍ତି । ସେମାନେ କେବଳ ମୋତେ ଗାଳି ଦେଉଛନ୍ତି । ବିଜେପି ଚାହୁଁଛି କଂଗ୍ରେସକୁ ମଜବୁତ କରାଯାଉ, ଫଳରେ ଆମର ଭୋଟ୍ ଭାଗ ହୋଇଯିବ । ସେ କହିଛନ୍ତି ଯେ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ କଂଗ୍ରେସକୁ ଭୋଟ୍ ଦେଇ ବିଜେପିକୁ ଜିତାଇ ଦିଅନ୍ତୁନି । କଂଗ୍ରେସକୁ ଭୋଟେ ଦେବା ବେକାର । ତାଙ୍କୁ ଭୋଟ୍ ଦେବା ଗୁଜୁରାଟର ସ୍ୱାର୍ଥରେ ନୁହେଁ । ଯେଉଁମାନେ ରାଜ୍ୟରେ ବିଜେପି ସରକାର ଉପରେ ରାଗିଛନ୍ତି, ସେମାନେ AAP କୁ ଭୋଟ୍ ଦିଅନ୍ତୁ । ସେ କହିଛନ୍ତି ଯେ ଯଦି ଜନସାଧାରଣ ଜୋରଦାର ଚାପ ପକାନ୍ତି ତେବେ ଉଭୟ ପଞ୍ଜାବ ଏବଂ ଦିଲ୍ଲୀର ରେକର୍ଡ ଭାଙ୍ଗିବ ।

କେଜ୍ରିୱାଲ କହିଛନ୍ତି ଯେ ଗାଈ ଆମର ମା । ଗୁଜୁରାଟରେ ପ୍ରଶାସନ ମା ଗାଈ ମା'କୁ ଅଣଦେଖା କରେ, ସେଥିପ୍ରତି ଧ୍ୟାନ ଦିଆଯାଉ ନାହିଁ । ଦିଲ୍ଲୀରେ ଆମେ ଗୋସେବା ପାଇଁ ଏକ ସିଷ୍ଟମ ପ୍ରସ୍ତୁତ କରିଛୁ । ଗୁଜୁରାଟରେ AAP ସରକାର ଗଠନ ପରେ, ଆମେ ମଧ୍ୟ ଗାଈ ମାତାଙ୍କର ଭଲ ଯତ୍ନ ନେବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+