For Quick Alerts
Turn On Notification  
For Daily Alerts
Oneindia App Download

ଅହମ୍ମଦାବାଦରୁ କେଜ୍ରିୱାଲଙ୍କ ଘୋଷଣା - 2022 ଗୁଜୁରାଟ ନିର୍ବାଚନରେ ସମସ୍ତ ଆସନରେ ଲଢିବ ​​ଆମ୍ ଆଦମୀ ପାର୍ଟି

ଦଳର ରାଜ୍ୟ କାର୍ଯ୍ୟାଳୟରୁ ଘୋଷଣା କରିଥିଲେ ଯେ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ । 2022 ଗୁଜୁରାଟ ନିର୍ବାଚନରେ ସମସ୍ତ ଆସନରେ ଲଢିବ ​​ଆମ୍ ଆଦମୀ ପାର୍ଟି।

|

ଅହମ୍ମଦାବାଦ : ଆଜି ଗୁଜୁରାଟ ଗସ୍ତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହା ପରେ ସେ ଦଳର ରାଜ୍ୟ କାର୍ଯ୍ୟାଳୟରୁ ଘୋଷଣା କରିଥିଲେ ଯେ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ । କେତୋଟି ଆସନରୁ AAP ର ପ୍ରାର୍ଥୀମାନେ ଲଢିବା ନେଇ ପ୍ରଶ୍ନରେ ସେ କହିଛନ୍ତି, ଆମର ପ୍ରାର୍ଥୀମାନେ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

AAP

2022 ମସିହାରେ ଗୁଜୁରାଟ ବିଧାନସଭା ନିର୍ବାଚନ

ଆସନ୍ତା ବର୍ଷ ଦେଶର ଅନେକ ରାଜ୍ୟରେ ବିଧାନସବା ନିର୍ବାଚନ ଅନୁଷ୍ଠିତ ହେବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୁଜରାଟ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସୂଚନାଯୋଗ୍ୟ, 2022 ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ମଧ୍ୟରେ ଗୁଜୁରାଟ ହେଉଛି ବିଜେପିର ଏକ ଗଡ଼ । ବିଧାନସଭା ସହିତ ଏଠାରେ ଲୋକସଭାରେ ମଧ୍ୟ ବିଜେପି ପ୍ରାଧାନ୍ୟ ବିସ୍ତାର କରିଛି । ଏହା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘର ଏହି ରାଜ୍ୟରେ । ବର୍ତ୍ତମାନ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ପାଇଁ ଏଠାରେ ଥିବା ସମସ୍ତ ଆସନରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ।

ଗୁଜୁରାଟରେ ମୋଟ 182 ଟି ବିଧାନସଭା ଆସନ ରହିଛି । ସରକାର ଗଠନ କରିବାକୁ ହେଲେ 112 ଟି ଆସନ ହାସଲ କରିବାକୁ ପଡ଼େ, ଯାହାକି ବର୍ତ୍ତମାନ ବିଜେପି ନିକଟରେ ରହିଛି । ଏହି ଦଳ ଲଗାତାର ଅନେକ ନିର୍ବାଚନରେ ​​ବିଜୟୀ ହୋଇଛି । ବର୍ତ୍ତମାନ ଗୁଜୁରାଟରେ କଂଗ୍ରେସ ନିକଟରେ 65 ଟି ଆସନ ଥିବା ବେଳେ ଗୋଟିଏ ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ହାତରେ ଅଛି । ସେହିପରି BTP ନିକଟରେ ତିନୋଟି ଆସନ, NCP ନିକଟରେ 2ଟି ଆସନ ରହିଛି । ଏହି ରାଜ୍ୟରେ 2017 ରେ ଶେଷ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେତେବେଳେ କଂଗ୍ରେସ 77 ଟି ଆସନ ଜିତିଥିଲା । ତେବେ ପରେ କଂଗ୍ରେସ ଭାଙ୍ଗି ଉପ-ନିର୍ବାଚନରେ ​​ହାରିଯାଇଥିଲା । ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ନିଜର ଶକ୍ତି ପ୍ରଦରଶ୍ନ କରିବ ।

ଆମେ ଆପଣଙ୍କୁ କହିରଖୁଛୁ, ନିକଟରେ ଗୁଜୁରାଟରେ ହୋଇଥିବା ନଗରପାଳିକା ଏବଂ ପଞ୍ଚାୟତ ନିର୍ବାଚନରେ ଜନତାଙ୍କ ମତାମତ ଆମ୍ ଆଦମୀ ସପକ୍ଷରେ ରହିଛି । ବିଜେପିର ଗଡ଼ କୁହାଯାଉଥିଲେ ମଧ୍ୟ ଆପ୍ ଏଥର ବିଜେପିକୁ ପଛରେ ପକାଇଦେଇଛି । ତେଣୁ ଆଗାମୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ରାଜ୍ୟରେ କିଛି ଆସନ ଅକ୍ତିଆର କରି ବିଜେପିର ବାଟ ଓଗାଳି ପାରେ ବୋଲି କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
AAP Will Contest All Seat In Gujrat Assembly Election 2022
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X