ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଏପରି କହିଲେ ଏଲଜି ସାକ୍ସେନା
ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୁଇ ବର୍ଷର MCD ପାଇଁ ବିଚାରାଧୀନ ଥିବା ପ୍ରାୟ 400 କୋଟି ଟଙ୍କା ମୁକ୍ତ କରିବାକୁ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କହିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ପାରସ୍ପରିକ ବିବାଦ ଲାଗି ରହିଛି । ଏଥର ଏଲଜି ଭି.କେ ସକ୍ସେନା ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଏକ ନୂଆ ମାମଲା ଆରମ୍ଭ କରି ଦେଇଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଦୁଇ ବର୍ଷର MCD ପାଇଁ ବିଚାରାଧୀନ ଥିବା ପ୍ରାୟ 400 କୋଟି ଟଙ୍କା ମୁକ୍ତ କରିବାକୁ ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କହିଛନ୍ତି ।

ବୁଧବାର ଦିନ ଏକ ଟ୍ୱିଟ୍ ରେ ଏଲଜି ସାକ୍ସେନା କହିଛନ୍ତି ଯେ ବିଧାନସଭା ଦ୍ୱାରା ପାସ୍ ହୋଇଥିବା ଏହି ରାଶିର ଅଯୌକ୍ତିକ ପ୍ରତିବନ୍ଧକ ଯୋଗୁଁ ଦିଲ୍ଲୀର ପ୍ରାଥମିକ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ତେଣୁ ଦିଲ୍ଲୀ ସରକାର MCD ର 2 ବର୍ଷର ବକେୟା 383.74 କୋଟି ମୁକ୍ତ କରିବା ଉଚିତ୍ ।
ଅନ୍ୟପକ୍ଷରେ, ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ କ୍ରମାଗତ ଭାବେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛନ୍ତି । ବୁଧବାର ସଞ୍ଜୟ ସିଂହ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ଉପରାଜ୍ୟପାଳ କେନ୍ଦ୍ରୀୟ ଖଦୀ ଗାମ୍ର୍ୟଦ୍ୟୋଗ ରେ ଚେୟାରମ୍ୟାନ୍ ଥିବାବେଳେ 4 ଲକ୍ଷ 55 ହଜାର କାରିଗରଙ୍କ ଟଙ୍କା ହଡ଼ପ କରାଯାଇଥିଲା ।
ସଞ୍ଜୟ ସିଂହ କହିଛନ୍ତି ଯେ ତତ୍କାଳୀନ କେଭିଆଇସି ଚେୟାରମ୍ୟାନ୍ ଭି.କେ ସକ୍ସେନାଙ୍କ ଆଉ ଏକ ଘୋଟାଲା ସାମ୍ନାକୁ ଆସିଛି । KVIC ରେ 4 ଲକ୍ଷ 55 ହଜାର କାରିଗର କାମ କରନ୍ତି । ସେମାନଙ୍କୁ ନଗଦ ଅର୍ଥ ଦିଆଯାଉଥିଲା । ସେ କହିଛନ୍ତି ଯେ ଯେତେବେଳେ କାରିଗରମାନେ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ, ସେମାନଙ୍କୁ ନଗଦ ଅର୍ଥରେ କୌଣସି ଦେୟ ଦିଆ ନ ଯାଉ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications