ସିସୋଦିଆ-ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ AAP, ଘର ଘର ବୁଲି କରିବ ବିରୋଧ ପ୍ରଦର୍ଶନ
ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ରାସ୍ତାକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ନିଆଯାଇଛି । ଆପ୍ ଘର ଘର ବୁଲି ବିରୋଧ ପ୍ରଦର୍ଶନ କରିବ ।

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିଫ ହେବା ପରେ ଆକ୍ସନ ମୁଡ଼ରେ ଆସିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସନ୍ଧ୍ୟାରେ AAP ବିଧାୟକ ଏବଂ କାଉନସିଲରଙ୍କ ସହ ଏକ ବୈଠକ କରିଛନ୍ତି । ସିଏମ କେଜ୍ରିୱାଲ ତାଙ୍କ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସରେ ଏହି ବୈଠକ କରିଛନ୍ତି । ଏଥିରେ ଦିଲ୍ଲୀର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା ।
ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ବିରୋଧ କରି ଆମ୍ ଆଦମୀ ପାର୍ଟି ରାସ୍ତାକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆପ୍ ଘର ଘର ବୁଲି ବିରୋଧ ପ୍ରଦର୍ଶନ କରିବ । ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପଛର କାହାଣୀ କହିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆପ୍ ନେତାମାନଙ୍କୁ ଘର ଘର ବୁଲି ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ଜନସାଧାରଣ ଜାଣିବା ଉଚିତ ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଯ୍ୟାତନା ଦେଇ ଉଭୟ ମନ୍ତ୍ରୀଙ୍କୁ ଜେଲ ପଠାଯାଇଛି । ସେମାନେ ଦିଲ୍ଲୀର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମଡେଲ ପ୍ରତି ଇର୍ଷା କରନ୍ତି, ସେଥିପାଇଁ ଆମର ଉଭୟ ମନ୍ତ୍ରୀଙ୍କୁ ହଇରାଣ କରାଯାଉଛି ।
ଆପଣଙ୍କୁ କହି ରଖୁଛୁ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନ ତିହାର ଜେଲରେ ଅଛନ୍ତି । ବର୍ତ୍ତମାନ ମନୀଷ ସିସୋଦିଆ ଏକ୍ସାଇଜ୍ ପଲିସି ମାମଲାରେ ସିବିଆଇ ହେପାଜତରେ ଅଛନ୍ତି । ଦିଲ୍ଲୀର ଉଭୟ ସରକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ମନ୍ତ୍ରୀଙ୍କ ଇସ୍ତଫା ଯୋଗୁଁ ଆମ୍ ଆଦମୀ ପାର୍ଟି ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି ।












Click it and Unblock the Notifications