ୟୁଟ୍ୟୁବରେ 'କାଶ୍ମୀର ଫାଇଲ'କୁ ରିଲିଜ୍ କୁ ନେଇ ସଂସଦରେ ଦାବି, AAP ର ସଞ୍ଜୟ ସିଂହ ଦେଲେ ନୋଟିସ୍
କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଉପରେ ନିର୍ମିତ ବିବାଦୀୟ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ'କୁ ନେଇ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ସୋମବାର ରାଜ୍ୟସଭାରେ ଶୂନ୍ୟକାଳରେ ନୋଟିସ୍ ଦେଇଛନ୍ତି
ନୂଆଦିଲ୍ଲୀ : କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଉପରେ ନିର୍ମିତ ବିବାଦୀୟ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ'କୁ ନେଇ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ସୋମବାର ରାଜ୍ୟସଭାରେ ଶୂନ୍ୟକାଳରେ ନୋଟିସ୍ ଦେଇଛନ୍ତି । ନୋଟିସ୍ ଦେଇ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'କୁ ୟୁଟ୍ୟୁବରେ ରିଲିଜ କରିବା ଏବଂ ଏହାକୁ ଦୂରଦର୍ଶନରେ ପ୍ରସାରଣ କରିବାକୁ ଦାବି କରାଯାଇଛି । ସଞ୍ଜୟ ସିଂହ ଏହି ଦାବି କରିଛନ୍ତି ଯାହାଦ୍ୱାରା କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ ନିର୍ମିତ ଏହି ଚଳଚ୍ଚିତ୍ର ଅଧିକ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

ସଞ୍ଜୟ ସିଂହ ଗତ ସପ୍ତାହରେ ୟୁଟ୍ୟୁବରେ ଦ କାଶ୍ମୀର ଫାଇଲ୍ସ ରିଲିଜ୍ କରିବାକୁ ରାଜ୍ୟସଭାରେ ଦାବି କରିସାରିଛନ୍ତି । ସଞ୍ଜୟ ସିଂହ କହିଥିଲେ ଯେ ଲୋକଙ୍କ ଦୁଃଖରୁ କେହି ଆନନ୍ଦ ପାଇବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ ଦୁଃଖର ରାଜନୈତିକ ଫାଇଦା ନେବା ଉଚିତ ନୁହେଁ । ଆମେ ଚାହୁଁ ସରକାର ଏହି ଚଳଚ୍ଚିତ୍ରକୁ ୟୁଟ୍ୟୁବରେ ଅପଲୋଡ୍ କରନ୍ତୁ ଏବଂ ଦୂରଦର୍ଶନରେ ମଧ୍ୟ ପ୍ରସାରଣ କରିବା ଉଚିତ୍ । AAP ସାଂସଦ କହିଛନ୍ତି ଯେ 1989 ରେ ଯେତେବେଳେ ପଣ୍ଡିତମାନଙ୍କୁ ରାଜ୍ୟରୁ ବାହାର କରି ଦିଆଯାଇଥିଲା, ସେତେବେଳେ ବିଜେପି ସରକାରର ଏକ ଅଂଶ ଥିଲା । ଏହି ଇତିହାସକୁ ଭୁଲା ଯଆଇ ପାରିବ ନାହିଁ କିମ୍ବା ଲୁଚାଯାଇପାରିବ ନାହିଁ । ବିଜେପି ସହ ଜଡିତ ଜଗମୋହନ ସେହି ସମୟରେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିଲେ ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା AAP ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ୟୁଟ୍ୟୁବରେ 'ଦ କାଶ୍ମୀର ଫାଇଲ୍ସ' ଅପଲୋଡ୍ କରିବା ବିଷୟରେ କହିଛନ୍ତି । ଦ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରକୁ ୟୁଟ୍ୟୁବରେ ଅପଲୋଡ୍ କରାଯାଉ ଏବଂ ଏଥିରୁ ଅର୍ଜିତ ଟଙ୍କା କାଶ୍ମୀରୀ ପଣ୍ଡିତଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ସେ ଦାବି କରିଛନ୍ତି । କାଶ୍ମୀରୀ ପଣ୍ଡିତଙ୍କ ସମ୍ପର୍କରେ ବିଜେପି ଶସ୍ତା ରାଜନୀତି କରୁଥିବା ନେଇ କେଜ୍ରିୱାଲ ଅଭିଯୋଗ କରିଛନ୍ତି ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications