Get Updates
Get notified of breaking news, exclusive insights, and must-see stories!

ପଞ୍ଜାବରେ AAP ସରକାରଙ୍କ ଦିପାବଳୀ ଉପହାର, ପୁରୁଣା ପେନସନ୍ ଯୋଜନାର ଲାଗୁ ନେଇ କ୍ୟାବିନେଟର ଘୋଷଣା

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକରେ ଆଜି ପଞ୍ଜାବୀଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନାକୁ ସରକରା ପୁନଃ ସ୍ଥାପନ କରିଛନ୍ତି ।

ଚଣ୍ଡିଗଡ଼ : ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକରେ ଆଜି ପଞ୍ଜାବୀଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନାକୁ ସରକରା ପୁନଃ ସ୍ଥାପନ କରିଛନ୍ତି । ଅର୍ଥାତ୍ ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ତ୍ତମାନ ପୁରୁଣା ପେନ୍ସନ୍ ଦିଆଯିବ । କର୍ମଚାରୀଙ୍କ ପାଇଁ ଦିପାବଳୀରେ AAP ସରକାରର ଏକ ବଡ଼ ଉପହାର ।

Bhagwant Mann

ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି ଯେ ଏହି ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ପୂର୍ବତନ କର୍ମଚାରୀଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । ଏଥି ସହ ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କର୍ମଚାରୀଙ୍କୁ ପୁରୁଣା ପେନ୍ସନ୍ ଯୋଜନାର ପୁନଃସ୍ଥାପନରେ ଅଭିନନ୍ଦନ ଜଣାଇ ଟ୍ୱିଟ୍ କରି କହିଛନ୍ତି ଯେ ପଞ୍ଜାବରେ ଆମେ ପୁରୁଣା ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବୁ ବୋଲି ପଞ୍ଜାବକୁ ପ୍ରତିଶୃତି ଦେଇଥିଲୁ । ଆଜି ମାନ ଜୀ ପ୍ରତିଶୃତି ପୂରଣ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି ଯେ ଧାର୍ମିକ ଗ୍ରନ୍ଥ ପରିବହନ କରୁଥିବା ଯାନକୁ ଟିକସ ଛାଡ ନିଷ୍ପତ୍ତି ମଧ୍ୟ ଆମ ସରକାର ଅନୁମୋଦନ କରିଛନ୍ତି । ଏହା ବ୍ୟତୀତ ପଞ୍ଜାବର ଯୁବକମାନଙ୍କୁ ଚାକିରିରେ ପ୍ରାଧାନ୍ୟ ଦେବା ପାଇଁ ନିଯୁକ୍ତି ନିୟମରେ ପରିବର୍ତ୍ତନ ମଧ୍ୟ ଅନୁମୋଦନ କରାଯାଇଛି । ଏଥି ସହିତ ମୋହାଲିରେ ମେଡିକାଲ କଲେଜର ନୂତନ ସ୍ଥାନକୁ ଅନୁମୋଦନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+