Get Updates
Get notified of breaking news, exclusive insights, and must-see stories!

ଗୁଜୁରାଟ ନିର୍ବାଚନରେ 6% ରୁ ଅଧିକ ଭୋଟ୍ ପାଇଲେ ଜାତୀୟ ଦଳ ହେବ AAP

ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠ କରିବା ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ଆମ୍ ଆଦମୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁଜୁରାଟ ନିର୍ବାଚନ ଉପରେ ଦଳର ଜାତୀୟ ରାଜନୀତି ଭବିଷ୍ୟତ ନିର୍ଭର କରୁଛି ।

ନୂଆଦିଲ୍ଲୀ : ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠ କରିବା ପରେ ଗୁଜୁରାଟ ବିଧାନସଭା ନିର୍ବାଚନ ଆମ୍ ଆଦମୀ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁଜୁରାଟ ନିର୍ବାଚନ ଉପରେ ଦଳର ଜାତୀୟ ରାଜନୀତି ଭବିଷ୍ୟତ ନିର୍ଭର କରୁଛି । ଗୁଜୁରାଟରେ ଯଦି ଅରବିନ୍ଦ କେଜ୍ରିୱାଲଙ୍କ ଦଳ 6% ଭୋଟ୍ ପାଏ ତେବେ ଏହା ଏକ ଜାତୀୟ ଦଳ ଭାବରେ ମାନ୍ୟତା ପାଇବ ।

ଆପଣଙ୍କୁ କହି ରଖୁଛୁ ଗତ ନିର୍ବାଚନରେ କେତେକ ରାଜ୍ୟରେ ଭଲ ପ୍ରଦର୍ଶନ ହେତୁ ଆମ୍ ଆଦମୀ ପାର୍ଟିର ଅଧିକ ଶକ୍ତିଶାଳୀ ହୋଇଛି । ଏଭଳି ପରିସ୍ଥିତିରେ ଦଳର ଜାତୀୟ ରାଜନୀତି ଭବିଷ୍ୟତ ଗୁଜୁରାଟ ନିର୍ବାଚନ ଉପରେ ନିର୍ଭର କରୁଛି ।

arvind kejriwal

ଗତ ନିର୍ବାଚନରେ ମିଳିଥିଲା 0.1 % ଭୋଟ୍

2017 ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଗୋଟିଏ ଆସନ ପାଇ ନଥିବା ବେଳେ ମାତ୍ର 0.1% ଭୋଟ୍ ପାଇଥିଲା । କିନ୍ତୁ, ଗତ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀ ଏବଂ ପଞ୍ଜାବରେ ଶାସକ ଦଳ ଗୁଜୁରାଟରେ ନିଜର ସ୍ଥିତିକୁ ଯଥେଷ୍ଟ ଉନ୍ନତ କରିଛି । ଗତ ବର୍ଷ ସୁରଟରେ ଅନୁଷ୍ଠିତ ମ୍ୟୁନିସିପାଲିଟି ନିର୍ବାଚନରେ ଏହା ରାଜ୍ୟରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । 120 ଟି ସିଟ୍ ମଧ୍ୟରୁ 27 ଟି ଆସନ ହାତେଇବା ସହ 28.5% ଭୋଟ୍ ମଧ୍ୟ ପାଇଥିଲା । ଅନ୍ୟ ନିର୍ବାଚନରେ ମଧ୍ୟ ଏହା ମୋଟ ଭୋଟର 13.9% ପାଇଛି । 2022 ବିଧାନସଭା ନିର୍ବାଚନରେ ଏହାର ନଜର କଂଗ୍ରେସର ମୂଳ ଭୋଟର ଏବଂ ସହରାଞ୍ଚଳରେ ବିଜେପିର ଭୋଟରଙ୍କ ଉପରେ ରହିଛି । ତେଣୁ ଗୁଜୁରାଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଏଥର କାର୍ଯ୍ୟଦକ୍ଷତାକୁ ଯଥେଷ୍ଟ ଉନ୍ନତ କରିବ ବୋଲି ସମ୍ଭାବନା ରହିଛି ।

6% ଭୋଟ୍ ପାଇଲେ ହେବ ଜାତୀୟ ଦଳ

ଆମ୍ ଆଦମୀ ପାର୍ଟି ଏପର୍ଯ୍ୟନ୍ତ ଏକ ଜାତୀୟ ଦଳ ଭାବରେ ସ୍ୱୀକୃତି ପାଇ ନାହିଁ । 2024 ସାଧାରଣ ନିର୍ବାଚନ ପାଇଁ ଦଳର ନେତାଙ୍କ ଆକାଂକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି । ବର୍ତ୍ତମାନ ଗୁଜରାଟ ବିଧାନସଭା ନିର୍ବାଚନରେ ଯଦି ଆମ୍ ଆଦମୀ ପାର୍ଟି ଗୁଜୁରାଟରେ 6 % କିମ୍ବା ଅଧିକ ଭୋଟ୍ ପାଏ, ତେବେ ଏହା ଏକ ଜାତୀୟ ଦଳର ମାନ୍ୟତା ପାଇବ । କାରଣ, ଏହା ଦିଲ୍ଲୀ ଏବଂ ପଞ୍ଜାବରେ ବିପୁଳ ଭୋଟ୍ ପାଇ କ୍ଷମତାରେ ଅଛି ଏବଂ ସେହି ବର୍ଷ ଅନୁଷ୍ଠିତ ଗୋଆ ବିଧାନସଭା ନିର୍ବାଚନରେ 6.77% ଭୋଟ୍ ପାଇଛି । ଦଳର ଦୁଇ ଜଣ ବିଧାୟକ ମଧ୍ୟ ଗୋଆରେ ଜିତିଥିଲେ ।

କଣ ରହିଛି ଜାତୀୟ ଦଳ ହେବାର ମାନଦଣ୍ଡ

ଏକ ଜାତୀୟ ଦଳ ଭାବେ ମାନ୍ୟତା ପାଇବା ପାଇଁ ନିର୍ବାଚନ ଆୟୋଗର ବ୍ୟବସ୍ଥା ଅନୁଯାୟୀ, ଗତ ବିଧାନସଭା ନିର୍ବାଚନରେ ଅତି କମରେ 4 ଟି ରାଜ୍ୟରେ 6 % ରୁ ଅଧିକ ଭୋଟ ପାଇବା ବାଧ୍ୟତାମୂଳକ କିମ୍ବା ଲୋକସଭା ନିର୍ବାଚନରେ ଅତି କମ୍ ରେ 4 ଟି ଆସନ ଜିତିବା ଆବଶ୍ୟକ । ନଚେତ୍ ସମ୍ପୃକ୍ତ ଦଳ ଗତ ଲୋକସଭା ନିର୍ବାଚନରେ ଅତି କମରେ 2% ଭୋଟ୍ ପାଇଥିବା ଆବଶ୍ୟକ, ଯାହାକି ଅତି କମ୍ ରେ 4 ରାଜ୍ୟରେ ହେବା ଉଚିତ୍ । ଏଥବା ଲୋକସଭା ନିର୍ବାଚନରେ ଚାରି କିମ୍ବା ଅଧିକ ରାଜ୍ୟରେ 6% ଭୋଟ୍ ରହିବା ଜରୁରୀ । କିମ୍ବା ଲୋକସଭାର ମୋଟ ଆସନଗୁଡିକର ଅତି କମରେ 2% ଜିତିବା ଉଚିତ ଏବଂ ଏହି ଆସନଗୁଡିକ ଅତି କମରେ 4 ଟି ରାଜ୍ୟରୁ ଜିତିବା ଉଚିତ୍ ।

କିପରି ଜାତୀୟ ଦଳ ହେବ AAP ?

ଗୁଜୁରାଟରେ 6 % ଭୋଟ୍ ପାଇ ଆମ୍ ଆଦମୀ ପାର୍ଟି ପ୍ରଥମ ସର୍ତ୍ତ ପୂରଣ କରିବ । ଲୋକସଭାରେ ଏହାର କୌଣସି ସାଂସଦ ନାହାଁନ୍ତି । କିନ୍ତୁ, ଏହା ନିୟମର ଦ୍ୱିତୀୟ ସର୍ତ୍ତ ପୂରଣ କରିଛି, ଯାହା ଗତ ଲୋକସଭା ନିର୍ବାଚନରେ ଅତି କମରେ 4 ଟି ରାଜ୍ୟରେ ଅତି କମରେ 2% ଭୋଟ୍ ପାଇଛି । କାରଣ, ଲୋକସଭା ନିର୍ବାଚନରେ ଦିଲ୍ଲୀ ଏବଂ ପଞ୍ଜାବ ବ୍ୟତୀତ ଗୋଆ ଏବଂ ଚଣ୍ଡିଗଡ଼ରେ ଦଳ 2% ରୁ ଅଧିକ ଭୋଟ୍ ପାଇଛି । ଗୋଆରେ 2019 ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି 3% ଭୋଟ୍ ପାଇଛି ଏବଂ ଚଣ୍ଡିଗଡ଼ରେ ମଧ୍ୟ ଏହା 3% ଭୋଟ୍ ପାଇଛି ।

ଗୁଜୁରାଟ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ

ଗୁଜୁରାଟରେ ଗତ 6 ଟି ନିର୍ବାଚନରେ ଆସନ ସଂଖ୍ୟା ଦୃଷ୍ଟିରୁ ଗତ ନିର୍ବାଚନ ବିଜେପି ପାଇଁ ସବୁଠାରୁ ଖରାପ ଥିଲା । ଦଳ ମାତ୍ର 99 ଟି ସିଟ୍ ପାଇଥିଲା । କିନ୍ତୁ, ଭୋଟ୍ ସେୟାର ମାମଲାରେ 2002 ରେ 49.85%, 2007 ରେ 49.12% ଏବଂ 2017 ରେ 49.05%) ଥିସଲା । 1990 ମସିହା ପରେ କଂଗ୍ରେସ ପାଇଁ 2017 ର ପ୍ରଦର୍ଶନ ସର୍ବୋତ୍ତମ ଥିଲା ଏବଂ 77 ଟି ସିଟ୍ ଜିତି 41.44% ଭୋଟ୍ ନେଇଥିଲା । କିନ୍ତୁ, ଏଥର ଆମ୍ ଆଦମୀ ପାର୍ଟି ଏହି ସମଗ୍ର ସମୀକରଣକୁ ବଦଳାଇ ଦେଇଛି । ତେଣୁ ଗୁଜୁରାଟ ବିଧାନସଭାର ଏହି ନିର୍ବାଚନ ଆଗାମୀ ଦିନରେ ମଧ୍ୟ ଜାତୀୟ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+