55 ଫୁଟ୍ ଖାଲରେ 4 ଦିନ ଧରି ପଡ଼ିଥିବା 8 ବର୍ଷୀୟ ତନ୍ମୟର ମୃତ୍ୟ

ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲାର ମାଣ୍ଡଭି ଗ୍ରାମରେ 55 ଫୁଟ ଗଭୀର ବୋରୱେଲରେ ଫସି ରହିଥିବା ଆଠ ବର୍ଷ ବୟସ୍କ ତନ୍ମୟଙ୍କର ଦେହାନ୍ତ ହୋଇଛି । 4 ଦିନ ଅର୍ଥାତ୍ 84 ଘଣ୍ଟା ଧରି 55 ଫୁଟ ଗଭୀର ବୋରୱେଲରେ ତନ୍ମୟ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢେଇ କରିଥିଲେ ।

ଭୋପାଳ: ମଧ୍ୟପ୍ରଦେଶ ବୈତୁଲ ଜିଲ୍ଲାର ମାଣ୍ଡଭି ଗ୍ରାମରେ 55 ଫୁଟ ଗଭୀର ବୋରୱେଲରେ ଫସି ରହିଥିବା ଆଠ ବର୍ଷ ବୟସ୍କ ତନ୍ମୟଙ୍କର ଦେହାନ୍ତ ହୋଇଛି । 4 ଦିନ ଅର୍ଥାତ୍ 84 ଘଣ୍ଟା ଧରି 55 ଫୁଟ ଗଭୀର ବୋରୱେଲରେ ତନ୍ମୟ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଲଢେଇ କରିଥିଲେ । ତାଙ୍କୁ ଉଦ୍ଧାର କରାଯିବାର ଏକ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି ।

Tanmaya Sahu

ବୈତୁଲ ଜିଲ୍ଲା ପ୍ରଶାସନ ଶନିବାର ସୂଚନା ଦେଇଥିଲା ଯେ ଯେ ବୈତୁଲରେ ଏକ ବୋରୱେଲରେ ପଡ଼ିଯାଇଥିବା 8 ବର୍ଷିୟ ତନ୍ମୟ ସାହୁଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ନିଆଯାଉଛି । ଏହି ସୂଚନାର କିଛି ସମୟ ପରେ ବୈତୁଲ ଜିଲ୍ଲା ପ୍ରଶାସନ କହିଛି ଯେ 8 ବର୍ଷିୟ ତନ୍ମୟ ସାହୁଙ୍କର ମୃତ୍ୟୁ ହୋଇଛି ।

ଡିସେମ୍ବର 6 ତାରିଖ ସନ୍ଧ୍ୟା ପ୍ରାୟ 5 ଟା ସମୟରେ ପଡ଼ିଆରେ ଖେଳୁଥିବାବେଳେ ତନ୍ମୟ ବୋରୱେଲରେ ପଡ଼ିଯାଇଥିଲେ ଏବଂ ଏକ ଘଣ୍ଟା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ 6 ଡିସେମ୍ବରରୁ 10 ଡିସେମ୍ବର ସକାଳ ପର୍ଯ୍ୟନ୍ତ ତନ୍ମୟ ବୋରୱେଲରେ ଫସି ରସହିଥିଲେ । ଡିସେମ୍ବର 10 ତାରିଖ ସକାଳେ ଉଦ୍ଧାର କାର୍ଯ୍ୟରେ ତାଙ୍କୁ ବାହାରକୁ ଅଣାଯାଇଥିଲା, ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତନ୍ମୟଙ୍କ ପରିବାର ଉଦ୍ଧାର କାର୍ଯ୍ୟକୁ ନେଇ ତୁରନ୍ତ ଫଳାଫଳ ମାଗିଥିଲେ । ଡିସେମ୍ବର 09 ରେ ତନ୍ମୟଙ୍କ ମା ଜ୍ୟୋତି ସାହୁ କହିଥିଲେ, "ଯାହା ବି ହେଉ ମୋ ପିଲାକୁ ଆଣିଦିଅ । ଯଦି ଏହା ଜଣେ ନେତା କିମ୍ବା ଅଧିକାରୀଙ୍କ ସନ୍ତାନ ହୋଇଥାନ୍ତା, ତେବେ ଏତେ ଦିନ ଲାଗିଥାନ୍ତା କି ?" ତାଙ୍କ ପିଲା ବୋରୱେଲରେ ଫସି ରହିବାର 65 ଘଣ୍ଟା ପରେ ତନ୍ମୟଙ୍କ ମା ଏ କଥା କହିଛନ୍ତି ।

ତନ୍ମୟଙ୍କ ମା କହିଥିଲେ, "ଏତେ ସମୟ ବିତି ଗଲାଣି ଏବଂ ସେମାନେ କିଛି କହୁ ନାହାଁନ୍ତି । ସେମାନେ ମୋତେ ଦେଖିବା ପାଇଁ ମଧ୍ୟ ଅନୁମତି ଦେଉ ନାହାଁନ୍ତି । ତିନି ଦିନ ବିତିଗଲାଣି, ସେମାନେ ଆଉ ଦୁଇ ଚାରି ଘଣ୍ଟା ବୋଲି କହି ଆସୁଛନ୍ତି ।" ମଙ୍ଗଳବାର ଦିନ ତନ୍ମୟ ଖାଲରେ ପଡ଼ିଲା, ଆଜି ଶୁକ୍ରବାର ହେଲାଣି । ମୁଁ କିଛି ଚାହେଁ ନାହିଁ, ମୋ ପୁଅକୁ ବାହାରକୁ ଆଣ । ମୁଁ ମୋ ପିଲାକୁ ଥରେ ଦେଖିବାକୁ ଚାହେଁ, ଯାହା ବି ହେଉ, ତାଙ୍କୁ ବାହାରକୁ ଆଣ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+