Get Updates
Get notified of breaking news, exclusive insights, and must-see stories!

ଗୋଆରେ କଂଗ୍ରେସକୁ ବଡ଼ ଝଟକା, ବିଜେପିରେ ସାମିଲ ହେବେ 8 ବିଧାୟକ

ଗୋଆ ବିଜେପି ରାଜ୍ୟ ସଭାପତି ସଦାନନ୍ଦ ତନାୱଡ଼େ ବୁଧବାର ଦାବି କରିଛନ୍ତି ଯେ କଂଗ୍ରେସରେ ଆଠ ଜଣ ବିଧାୟକ ବିଜେପିରେ ଯୋଗ ଦେବେ । ଯଦି ଅପରି ହୁଏ, ତେବେ ଗୋଆରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିଲୋପ ଆଡ଼କୁ ଗତି କରିବ ।

ପାନାଜୀ : ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଭାରତ ଯୋଡୋ ଯାତ୍ରା କରୁଛି । ଏହା ଲୋକମାନଙ୍କ ମଧ୍ୟରେ ଗଳକୁ ମଜବୁତ କରିବ ଏବଂ 2024 ମସିହାରେ ବିଜେପିକୁ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଦଳର ବିଶ୍ୱାସ ଥିବାବେଳେ ଗୋଆ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଗୋଆ ବିଜେପି ରାଜ୍ୟ ସଭାପତି ସଦାନନ୍ଦ ତନାୱଡ଼େ ବୁଧବାର ଦାବି କରିଛନ୍ତି ଯେ କଂଗ୍ରେସରେ ଆଠ ଜଣ ବିଧାୟକ ବିଜେପିରେ ଯୋଗ ଦେବେ । ଯଦି ଅପରି ହୁଏ, ତେବେ ଗୋଆରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିଲୋପ ଆଡ଼କୁ ଗତି କରିବ ।

congress

ଆଜି ସକାଳେ ଏହି 8 ଜଣ ବିଧାୟକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ମଧ୍ୟ ଭେଟିଛନ୍ତି । ଏହି ସାକ୍ଷାତ ପରେ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେବା ନେଇ ସ୍ପଷ୍ଟ ହୋଇଛି ।

ଗୋଆରେ ମୋଟ 40 ଟି ବିଧାନସଭା ଆସନରୁ ଚଳିତ ବର୍ଷ ଫେବୃଆରୀ-ମାର୍ଚ୍ଚରେ ହୋଇଥିବା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ଦଳକୁ ମିଳିଥିଲା ମାତ୍ର 11 ଟି ଆସନ । ବର୍ତ୍ତମାନ 11 ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ 8 ଜଣ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି । ଯଦି ଏପରି ହୁଏ ତେବେ ଗୋଆ କଂଗ୍ରେସ ପାଇଁ ଏହା ଏକ ବଡ ସମସ୍ୟା ହେବ ବୋଲି କୁହାଯାଉଛି । ଏଥିସହ 8 ଜଣ ବିଧାୟକଙ୍କ ଉପରେ ଦଳ ବଦଳ ଆଇନ ମଧ୍ୟ ଲାଗୁ ହେବ ନାହିଁ ।

ସୂଚନାନୁସାରେ, କଂଗ୍ରେସ ବିଧାୟକ ଦିଗମ୍ବର କମାତ, ମାଇକେଲ ଲୋବୋ, ଦେଲୀଲା ଲୋବୋ, ରାଜେଶ ଫଲଦେସାଇ, କେଦାର ନାୟକ, ସଂକଳ୍ପ ଆମୋନକର, ଆଲେକ୍ସୋ ସିକେରା ଏବଂ ରୁଦ୍ରଲ୍ଫ ଫର୍ଣ୍ଣାଣ୍ଡିସ୍ ଦଳ ଉପରେ ଆସନ୍ତୋଷ ଅଛନ୍ତି । ବୁଧବାର ସେମାନେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଛି । ଯଦିଓ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଦ୍ରୋହର ଖବର ଆସିଥିଲା, କିନ୍ତୁ ସେତେବେଳେ କଂଗ୍ରେସ ହାଇକମାଣ୍ଡ ଅଧିକ ସକ୍ରିୟ ଥିଲା । ଏହା ପରେ ଦିଲ୍ଲୀର ଅନେକ ନେତାଙ୍କୁ ଗୋଆକୁ ପଠାଯାଇଥିଲା ଏବଂ କୌଣସି ପ୍ରକାରେ ସେହି ବିଦ୍ରୋହ ବନ୍ଦ ହୋଇଗଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+