ରାହୁଲ ଗାନ୍ଧୀଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା 60 ବର୍ଷିୟ ବ୍ୟକ୍ତି ଗିରଫ

ଗତ ବର୍ଷ ଯେତେବେଳେ ଭାରତ ଯୋଡୋ ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିବାକୁ ଯାଉଥିଲା, ସେତେବେଳେ ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୋମା ମାଡ଼ କରି ହତ୍ୟା କରିବା ନେଇ କୁହାଯାଇଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାରେ ଜଣେ 60 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରିଛି । ତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।
କ୍ରାଇମ ବ୍ରାଞ୍ଚ ଡେପୁଟି କମିଶନର ପୋଲିସ୍ ନିମିଶ ଅଗ୍ରୱାଲଙ୍କ ଅନୁଯାୟୀ, ଭାରତ ଯୋଡା ଯାତ୍ରା ସମୟରେ ଇନ୍ଦୋରର ଏକ ମିଠା ଦୋକାନରେ ଏହି ଚିଠି ଦେଖିବାକୁ ମିଳିଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ବୋମା ମାଡ଼ କରି ଉଡ଼ାଇଦେବା ନେଇ କୁହାଯାଇଥିଲା । ଏଥିସହ ଇନ୍ଦୋର ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।
ଅଭିଯୁକ୍ତ ଜଣକ ଦୟାସିଂହ ଓରଫ୍ ଏସିଲାଲ ଝାମ ବୋଲି ଜଣାପଡିଛି । ତାଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି । ଅଗ୍ରୱାଲଙ୍କ କହିବାନୁସାରେ, ଗତ ବର୍ଷଠାରୁ ପୋଲିସ ତଦନ୍ତ କରୁଥିଲା । ଗୁରୁବାର ଦିନ ଖବର ମିଳିଥିଲା ଯେ ସେ ଟ୍ରେନରେ ଫେରାର ହେବାର ଥିଲା, ସେତେବେଳେ ତାକୁ ଗିରପ କରାଯାଇଛି ।
ପୋଲିସ ଟିମ୍ ଅଭିଯୁକ୍ତକୁ ପଚରାଉଚରା କରୁଛି । କିନ୍ତୁ ରାହୁଲ ଗାନ୍ଧୀଙ୍କୁ କାହିଁକି ଏପରି ଚିଠି ଲେଖିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ଦିଗରେ ଅନୁସନ୍ଧାନ କରାଯାଉଛି । ଅନ୍ୟ ପଟେ, କିଛି ଲୋକ କହୁଛନ୍ତି ଯେ ସେ ଜଣେ ମାସକିକ ବିକୃତି ପ୍ରକୃତିର ବ୍ୟକ୍ତି । ଏହି କାରଣରୁ, ସେ ଏପରି କରିଥାଇପାରନ୍ତି ।
ସୂଚନାଥାଉକି, ଘଟଣାଟି ନଭେମ୍ବର 2022 ର । ଇନ୍ଦୋରରେ ଏକ ମିଠା ଦୋକାନର ଠିକଣାରେ ପୋଷ୍ଟ ମାଧ୍ୟମରେ ଏକ ଚିଠି ଆସିଥିଲା । ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ କମଲ ନାଥଙ୍କ ହତ୍ୟା ବିଷୟରେ କୁହାଯାଇଥିଲା । ଏହି ଚିଠିରେ ଶିଖ ବିରୋଧୀ ଦଙ୍ଗା ମଧ୍ୟ ଉଲ୍ଲେଖ କରାଯାଇଛି ।












Click it and Unblock the Notifications