ରାଜ୍ୟରେ ଆଉ ୫ ନୂଆ କରୋନା ପଜିଟିଭ୍ ଚିହ୍ନଟ
Odisha Corona: ରାଜ୍ୟରେ ଆଉ ୫ ନୂଆ କରୋନା ପଜିଟିଭ୍ ଚିହ୍ନଟ । ଦିନକୁ ଦିନ ରାଜ୍ୟରେ କୋଭିଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି । ଯାହା ପରେ ଟେଷ୍ଟିଂ ବଢାଇ ଦିଆଯାଇଛି ଏବଂ ସମସ୍ତ ଡାକ୍ତରଖାନାକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁସାରେ, ରାଜ୍ୟରେ ସମସ୍ତ ଡାକ୍ତରଖାନ ପ୍ରସ୍ତୁତ ରହିଛି, ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନାରେ ନୂଆ CDMO ଓ ନୂଆ ଡାକ୍ତର ନିଯୁକ୍ତି ପାଇଛନ୍ତି ସେମାନଙ୍କ ପାଇଁ SOP ଜାରି କରାଯାଇଛି । ଆବଶ୍ୟକ ନଥିଲେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସେ ଆହୁରି କହିଛନ୍ତି, କୋଭିଡ ଟେଷ୍ଟିଂ ବଢ଼ିଛି, ବର୍ତ୍ତମାନ ରାଜ୍ୟରେ ଯେଉଁ ଆକ୍ଟିଭ ପେସେଣ୍ଟ ଅଛନ୍ତି, ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି । କେହି ମେଡିକାଲରେ ଭର୍ତ୍ତି ହୋଇ ନାହାଁନ୍ତି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି, ସତର୍କ ରହିବା ରହିବା ପାଇଁ କହିଛନ୍ତି । ତେବେ କୋଭିଡ ପାଇଁ ମେଡିକାଲରେ ଆଡମିଟ୍ ହେବା ବହୁତ କମ । ଆଗକୁ ଏହାବେସି ବ୍ୟାପିବ କି ନାହିଁ ବର୍ତ୍ତମାନ ତାହା କହିହେଉନାହିଁ ।
-
ଥମିବ ଯୁଦ୍ଧ ! ଆଜି ଇସାଲାମାବାଦରେ ଇରାନ-ଆମେରିକା ଶାନ୍ତି ଆଲୋଚନା ବୈଠକ -
ଭୁବନେଶ୍ଵରରୁ ଯୁବକଙ୍କୁ ଉଠେଇନେଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ ପୋଲିସ -
ଗାଡ଼ିରୁ ଓହ୍ଲାଇ ରାହୁଲଙ୍କ ସହ କଥା ହେଲେ ମୋଦି -
ଆଜି ସରିବ ବାହାର ରତ୍ନଭଣ୍ଡାର ଗଣତିମଣତି, ସୋମବାରଠୁ ଭିତର ଭଣ୍ଡାର ଗଣତି -
୪ରୁ ୬ ଡିଗ୍ରୀ ବଢ଼ିଯିବ ଦିନ ତାପମାତ୍ରା, ଆଜି ଉପକୂଳିଆ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ -
ଶାନ୍ତି ଆଲୋଚନା ବିଫଳ, ବିନା ଚୁକ୍ତିରେ ଫେରିଲେ ଜେଡି ଭାନ୍ସ -
ଆରପାରିରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ .... -
ଇରାନ ବିରୋଧରେ ଯୁଦ୍ଧ ଜାରି ରଖିବାକୁ ଇସ୍ରାଏଲର ଧମକ -
ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ଗ୍ୟାସ୍ ଟେନ୍ସନ୍ ଦୂର, ପେଟ୍ରୋଲ ପମ୍ପ୍ରେ ମିଳିଲା ୫ କେଜି ଟାଙ୍କି







Click it and Unblock the Notifications