ବଢିବ ରାଜ୍ୟ କଂଗ୍ରେସ ବଳ ! ଦଳରେ ସାମିଲ ହେଲେ 4 ପୂର୍ବତନ ପ୍ରଶାସନିକ ଅଧିକାରୀ
ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ଅନ୍ତଃକନ୍ଦଳ ଭିତରେ ଦଳକୁ ମିଳିଛି ଭଲ ଖବର । ବଢିପାରେ ଦଳର ବଳ । 4 ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦଳରେ ସାମିଲ ହୋଇଛନ୍ତି । ସେଥିରେ ଅଛନ୍ତି ଦୁଇ ଅବସରପ୍ରାପ୍ତ ଆଇଏଏସ ଓ ଓଏଏସ ଅଧିକାରୀ ।
କଂଗ୍ରେସ ସହ ହାତ ମିଳାଇଥିବା ଏହି ଦୁଇ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ହେଉଛନ୍ତି ପଞ୍ଚାନନ ଦାସ ଓ ବିଶ୍ୱନାଥ ଆଚାର୍ଯ୍ୟ । ସେହିପରି ଦୁଇ ଜଣ ଓଏଏସ ଅଧିକାରୀ ରବୀନ୍ଦ୍ରନାଥ ମିଶ୍ର ଓ ଉଦ୍ଧବ କର ଦଳରେ ମିଶିଛନ୍ତି ।

କଂଗ୍ରେସରେ ସାମିଲ ହେବା ଅବସରପ୍ରାପ୍ତ ଅଧିକାରୀମାନେ କହିଛନ୍ତି ଯେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛୁ । ପଞ୍ଚାନନ ଦାସ କହିଛନ୍ତି ଯେ କଂଗ୍ରେସକୁ ଆସିବାର ଲକ୍ଷ୍ୟ ହେଉଛି ଗରିବ ଖଟିଖିଆଙ୍କ ପାଇଁ କାମ କରିବା । ସଂଘର୍ଷ କରି ଏପର୍ଯ୍ୟନ୍ତ ଆସିଛି l ମୋତେ ଦଳର କୌଣସି ଟିକେଟ ଦରକାର ନାହିଁ କି ମୁଁ ମାଗିବି ନାହିଁ l ମୁଁ ସ୍ୱଇଚ୍ଛାରେ ଲୋକଙ୍କ ପାଇଁ କାମ କରିବାକୁ ଆସିଛି ।
ସେହିପରି ବିଶ୍ୱନାଥ ଆଚାର୍ଯ୍ୟ କହିଛନ୍ତି ଯେ ସମାଜରେ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି, ଲୋକମାନଙ୍କ ଆଶା ମଧ୍ୟ ରହିଛି, ସେହି ଉଦ୍ଦେଶ୍ୟରେ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି । ଅବସରପ୍ରାପ୍ତ ଓଏଏସ ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର କହିଛନ୍ତି ଯେ ବିଜେଡି ଦଳ ୱାନ ମ୍ୟାନ ଆର୍ମି, ପଲିଟିକାଲ ପାର୍ଟି ନୁହେଁ, ସେଥିପାଇଁ ମୁଁ କଂଗ୍ରେସରେ ମିଶିଲି । ଉଦ୍ଧବ କର କହିଛନ୍ତି ଯେ ତୃଣମୂଳ ସ୍ତରରୁ କାମ କଲେ କଂଗ୍ରେସ ଉଠିବ । ଗୋଡ଼ ଟଣାଟଣି ଛାଡି ସଠିକ ଭାବରେ କାମ କଲେ ଦଳ ଉଠିପାରିବ ।
ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି ।












Click it and Unblock the Notifications