ମହାତ୍ମା ଗାନ୍ଧୀଙ୍କ ଫଟୋ ଭଙ୍ଗାରୁଜା ପାଇଁ ରାହୁଲଙ୍କ କର୍ମଚାରୀଙ୍କ ସମେତ 4 ଜଣ ଗିରଫ
ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭଙ୍ଗାରୁଜା କରିବା ପାଇଁ 4 ଜଣ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ସହାୟକ ମଧ୍ୟ ଅଛନ୍ତି ।
ୱାୟାନାଡ : କେରଳର ୱାୟାନାଡରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଜୁନ୍ ମାସରେ କିଛି ଲୋକ ଭଙ୍ଗାରୁଜା କରିଥିଲେ । ଏହି ବିଶୃଙ୍ଖଳା ପଛରେ SFI କର୍ମଚାରୀଙ୍କ ହାତ ଥିବା କଂଗ୍ରେସ ଅଭିଯୋଗ କରିଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି । ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭଙ୍ଗାରୁଜା କରିବା ପାଇଁ 4 ଜଣ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟ ସହାୟକ ମଧ୍ୟ ଅଛନ୍ତି ।

କଲପେଟ୍ଟା ପୋଲିସ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ସାଂସଦ ରାହୁଲ ଗାନ୍ଧୀଙ୍କ କର୍ମଚାରୀଙ୍କ ସମେତ 4 ଜଣ କଂଗ୍ରେସ କର୍ମୀଙ୍କୁ ୱାୟାନାଡ଼ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଭଙ୍ଗାରୁଜା ପାଇଁ ଗିରଫ କରାଯାଇଛି । କଂଗ୍ରେସ ପୂର୍ବରୁ ଅଭିଯୋଗ କରିଥିଲା ଯେ SFI କର୍ମୀମାନେ ୱାୟାନାଡରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ଏହି ଫଟୋକୁ ଭାଙ୍ଗିଛନ୍ତି ।
ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା କଂଗ୍ରେସ କର୍ମୀମାନେ ଭି ନୌଶାଦ, କେ.ଏ ମୁଜୀବ, ଏସ.ଆର ରାହୁଲ ଏବଂ କେ.ଆର ରତିଶ କୁମାର ବୋଲି ଜଣାପଡିଛି । ରତିଶ କୁମାର ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟର ସହକାରୀ । ରାଜ୍ୟର ବିରୋଧୀ ଦଳ କଂଗ୍ରେସ କର୍ମୀଙ୍କ ଗିରଫକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।












Click it and Unblock the Notifications