ମୁଖ୍ୟମନ୍ତ୍ରୀଙ୍କ ପୁଅ ବର୍ଥ ଡେ ପାର୍ଟିକୁ ନ ଆସି ନିଲମ୍ବନ ହେଲେ 4 ପୌର କର୍ମୀ
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ କେ.ଟି.ଆରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇ ନ ଥିବାରୁ ରାଜ୍ୟରେ କେ ବେଲମପଲ୍ଲୀ ନଗର ନିଗମର ଚାରି ଜଣ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ।
ହାଇଦ୍ରାବାଦ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ କେ.ଟି.ଆରଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇ ନ ଥିବାରୁ ରାଜ୍ୟରେ କେ ବେଲମପଲ୍ଲୀ ନଗର ନିଗମର ଚାରି ଜଣ କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ଜୁଲାଇ 25 ରେ, ମ୍ୟୁନିସିପାଲିଟି କମିଶନର ଏହି ଚାରିଜଣ କର୍ମଚାରୀଙ୍କୁ 24 ଘଣ୍ଟା ମଧ୍ୟରେ ସେମାନଙ୍କ ଅନୁପସ୍ଥିତି ବିଷୟରେ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ, ଯାହାଫଳରେ ସେମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା । ସେମାନଙ୍କୁ କୁହାଯାଇଥିଲା ଯେ, ଯଦି ସେମାନେ ଏହାର ଜବାବ ନ ଦିଅନ୍ତି, ତେବେ ସେମାନଙ୍କୁ ବରିଷ୍ଠମାନଙ୍କୁ ଅବଗତ କରାଇବା ପରେ ସେମାନଙ୍କୁ ବହିଷ୍କାର କରାଯାଇପାରେ ।

ଏହି ଖବର ବର୍ତ୍ତମାନ ସୋଶାଲ ମିଡିଆରେ ବ୍ୟାପିବାରେ ଲାଗିଛି । ଜଣେ ସରକାରୀ କର୍ମଚାରୀ କାହିଁକି ଜଣେ ମନ୍ତ୍ରୀଙ୍କ "ଜନ୍ମଦିନ ପାର୍ଟି" ରେ ଜବରଦସ୍ତ ଯୋଗଦେବା ଉଚିତ୍, ବୋଲି ସୋଶାଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଶ୍ନ ଉଠିଛି । କୁହାଯାଉଛି ଯେ ବେଲାମପଲ୍ଲୀ ସରକାରୀ ଡାକ୍ତରଖାନାରେ ମ୍ୟୁନିସିପାଲିଟି ପରିଷଦ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଠାରେ ଜୁଲାଇ 24 ରେ ମନ୍ତ୍ରୀ KTR ଙ୍କ "ଜନ୍ମଦିନ ପାର୍ଟୀ" ଅନୁଷ୍ଠିତ ହୋଇଥିଲା । ସେଠାରେ ଆୟୋଗର ଚାରିଜଣ ପୌର ସଂସ୍ଥାର କର୍ମଚାରୀ ପହଞ୍ଚି ନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ମ୍ୟୁନିସିପାଲିଟି କମିଶନର, ମନ୍ତ୍ରୀଙ୍କ ସମର୍ଥକ, ଜୁଲାଇ 25 ରେ ଚାରିଜଣ କର୍ମଚାରୀଙ୍କୁ ନୋଟିସ ଜାରି କରି 24 ଘଣ୍ଟା ମଧ୍ୟରେ ସେମାନଙ୍କ ଅନୁପସ୍ଥିତି ବିଷୟରେ ଜବାବ ରଖିବାକୁ କହିଥିଲେ ।
କିଛି ଘଣ୍ଟା ପରେ ନିଲମ୍ବନ ପତ୍ର କର୍ମଚାରୀମାନଙ୍କୁ ଦିଆଯାଇଥିଲା । ନିଲମ୍ବିତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ ସେମାନଙ୍କୁ ବରଖାସ୍ତ କରାଯାଇଛି । ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କାହିଁକି ତାଙ୍କ ଚାକିରି ପ୍ରୋଟୋକଲର ଅଂଶ ବୋଲି ସେ ପ୍ରଶ୍ନ କରିଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ନଗର ମନ୍ତ୍ରୀ ତାରକା ରାମା ରାଓଙ୍କ ଜନ୍ମଦିନ ବେଲମପାଲ୍ଲୀ ସରକାରୀ ଡାକ୍ତରଖାନାରେ ସକାଳ 10.00 ରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ହ୍ୱାଟସଆପ୍ ମେସେଜ୍ ମାଧ୍ୟମରେ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଥିଲା । କିନ୍ତୁ କିଛି କର୍ମଚାରୀ ସେହି ବାର୍ତ୍ତାକୁ ଅଣଦେଖା କରିଥିଲେ । ଏହା ପରେ ତାଙ୍କ ପାଇଁ ଏକ ମେମୋ ଜାରି କରାଯାଇଥିଲା ।
ତେବେ ତେଲେଙ୍ଗାନା ନଗର ମନ୍ତ୍ରୀ କେ.ଟି ରାମା ରାଓଙ୍କ ଜନ୍ମଦିନ ଉତ୍ସବରେ ଯୋଗ ନଦେବା ପାଇଁ କର୍ମଚାରୀଙ୍କୁ ଦିଆଯାଇଥିବା ସୋ କାରଣ ଦର୍ଶାଅ ନୋଟିସ୍ କୁ ବାତିଲ କରାଯାଇଛି ବୋଲି ନ୍ୟୁଜ୍ ଏଜେନ୍ସିରୁ ପ୍ରକାଶ ପାଇଛି ।












Click it and Unblock the Notifications