Get Updates
Get notified of breaking news, exclusive insights, and must-see stories!

ନିଜର ଗଡ଼ରେ କମଜୋର୍ ହେଉଛି ଶାସକ ଦଳ : ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ 300 ବିଜେପି ସଦସ୍ୟ

ଗୁଜୁରାଟ ବିଜେପିର ଏକ ଗଡ଼ ହୋଇ ରହି ଆସିଛି ଏବଂ କଂଗ୍ରେସ-ଏନସିପି ସମେତ ଅନ୍ୟ ସମସ୍ତ ଦଳ ଏହାକୁ ପରାସ୍ତ କରିପାରି ନାହାଁନ୍ତି । କିନ୍ତୁ, ମ୍ୟୁନିସିପାଲିଟି ନିର୍ବାଚନରେ ​​ପ୍ରଥମ ଥର ପାଇଁ 27 ଟି ଆସନ ଜିତିଥିବା ଆମ୍ ଆଦମୀ ପାର୍ଟି ବିଜେପି ଠାରୁ ଆଗରେ ରହିଛି ।

ସୁରତ : ଗୁଜୁରାଟର ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପଞ୍ଚାୟତ ନିର୍ବାଚନରେ ​​ପ୍ରଥମ ଥର ପାଇଁ ଜିତିଥିବା ଆମ୍ ଆଦମୀ ପାର୍ଟି (ଏଏପି) ଉତ୍ସାହିତ ଅଛି । ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ଏଠାରେ ଶାସକ ବିଜେପି ଉପରେ ଭାରି ପଡ଼ିଛି । ଗୁଜୁରାଟ ବିଜେପିର ଏକ ଗଡ଼ ହୋଇ ରହି ଆସିଛି ଏବଂ କଂଗ୍ରେସ-ଏନସିପି ସମେତ ଅନ୍ୟ ସମସ୍ତ ଦଳ ଏହାକୁ ପରାସ୍ତ କରିପାରି ନାହାଁନ୍ତି । କିନ୍ତୁ, ମ୍ୟୁନିସିପାଲିଟି ନିର୍ବାଚନରେ ​​ପ୍ରଥମ ଥର ପାଇଁ 27 ଟି ଆସନ ଜିତିଥିବା ଆମ୍ ଆଦମୀ ପାର୍ଟି ବିଜେପି ଠାରୁ ଆଗରେ ରହୁଥବା ପରିଲକ୍ଷିତ ହୋଇଛି । ଆମ୍ ଆଦମୀ ପାର୍ଟିର ପ୍ରଦର୍ଶନ କେବଳ ନିର୍ବାଚନରେ ​​ସୀମିତ ହୋଇ ରହି ନାହିଁ, ବର୍ତ୍ତମାନ ବିଜେପିର କର୍ମୀ ମଧ୍ୟ ଆମ୍ ଆଦମୀ ପାର୍ଟି ଆଡ଼କୁ ଆକର୍ଷିତ ହେଉଛନ୍ତି ।

aap-bjp

ଗତ କିଛି ଦିନ ମଧ୍ୟରେ ଶହ ଶହ ବିଜେପି କର୍ମୀ "ପଦ୍ମ" ଛାଡି ନିଜ "ଝାଡ଼ୁ" ଧରି ନେଇଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟ ମୁଖପାତ୍ର ଯୋଗେଶ ଯାଦୱାନୀ କହିଛନ୍ତି ଯେ, ବିଜେପି ଖରାପ ରାଜନୀତି କରିଛି ଏବଂ ଆମର ସ୍ୱଚ୍ଛ ରାଜନୀତିରେ ପ୍ରଭାବିତ ହେବା ପରେ ଏହାର କର୍ମକର୍ତ୍ତାମାନେ ବର୍ତ୍ତମାନ ଆମ ସହ ଯୋଗ ଦେଉଛନ୍ତି । ସେ ଦାବି କରିଛନ୍ତି ଯେ ଦୁଇ ଦିନ ମଧ୍ୟରେ 200 ରୁ ଅଧିକ ବିଜେପି କର୍ମୀ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ 300 ବିଜେପି କର୍ମୀ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଯାଦୱାନି କହିଛନ୍ତି ଯେ ଏହି ଦଳବଦଳ ପ୍ରକ୍ରିୟା ଏବେ ବି ଜାରି ରହିଛି ।

ଯୋଗେଶ ଯାଦୱାନୀ ଆହୁରି କହିଛନ୍ତି ଯେ, ସୁରଟ ଜିଲ୍ଲାରେ ଆମର ଦୃଢ ବିଜୟ ହୋଇଛି । ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ କାର୍ଯ୍ୟକୁ ଏଠାରେ ଲୋକମାନେ ପ୍ରଶଂସା କରୁଛନ୍ତି । ଆମ ଦଳ ମଧ୍ୟ ଏଠାରେ ଥିବା ଲୋକଙ୍କ ସମସ୍ୟାକୁ ନେଇ ସ୍ୱର ଉଠାଇବାରେ ପଛରେ ପଡ଼ିନାହିଁ । ଏଥିଲାଗି ବହୁ ସଂଖ୍ୟକ ମହିଳା ମଧ୍ୟ AAP ପାର୍ଟିରେ ଯୋଗ ଦେଉଛନ୍ତି । ଆମେ ଅନୁଭବ କରୁଛୁ ଯେ ଆଗାମୀ ଦିନରେ ଅନ୍ୟ ବିଜେପି ନେତା ଓ ସଦସ୍ୟ ମଧ୍ୟ ଆମ ସହିତ ଯୋଗଦେବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+