For Quick Alerts
Turn On Notification  
For Daily Alerts
Oneindia App Download

ନିଜର ଗଡ଼ରେ କମଜୋର୍ ହେଉଛି ଶାସକ ଦଳ : ଆମ୍ ଆଦମୀ ପାର୍ଟିରେ ଯୋଗ ଦେଲେ 300 ବିଜେପି ସଦସ୍ୟ

ଗୁଜୁରାଟ ବିଜେପିର ଏକ ଗଡ଼ ହୋଇ ରହି ଆସିଛି ଏବଂ କଂଗ୍ରେସ-ଏନସିପି ସମେତ ଅନ୍ୟ ସମସ୍ତ ଦଳ ଏହାକୁ ପରାସ୍ତ କରିପାରି ନାହାଁନ୍ତି । କିନ୍ତୁ, ମ୍ୟୁନିସିପାଲିଟି ନିର୍ବାଚନରେ ​​ପ୍ରଥମ ଥର ପାଇଁ 27 ଟି ଆସନ ଜିତିଥିବା ଆମ୍ ଆଦମୀ ପାର୍ଟି ବିଜେପି ଠାରୁ ଆଗରେ ରହିଛି ।

|

ସୁରତ : ଗୁଜୁରାଟର ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପଞ୍ଚାୟତ ନିର୍ବାଚନରେ ​​ପ୍ରଥମ ଥର ପାଇଁ ଜିତିଥିବା ଆମ୍ ଆଦମୀ ପାର୍ଟି (ଏଏପି) ଉତ୍ସାହିତ ଅଛି । ଆମ୍ ଆଦମୀ ପାର୍ଟି ବର୍ତ୍ତମାନ ଏଠାରେ ଶାସକ ବିଜେପି ଉପରେ ଭାରି ପଡ଼ିଛି । ଗୁଜୁରାଟ ବିଜେପିର ଏକ ଗଡ଼ ହୋଇ ରହି ଆସିଛି ଏବଂ କଂଗ୍ରେସ-ଏନସିପି ସମେତ ଅନ୍ୟ ସମସ୍ତ ଦଳ ଏହାକୁ ପରାସ୍ତ କରିପାରି ନାହାଁନ୍ତି । କିନ୍ତୁ, ମ୍ୟୁନିସିପାଲିଟି ନିର୍ବାଚନରେ ​​ପ୍ରଥମ ଥର ପାଇଁ 27 ଟି ଆସନ ଜିତିଥିବା ଆମ୍ ଆଦମୀ ପାର୍ଟି ବିଜେପି ଠାରୁ ଆଗରେ ରହୁଥବା ପରିଲକ୍ଷିତ ହୋଇଛି । ଆମ୍ ଆଦମୀ ପାର୍ଟିର ପ୍ରଦର୍ଶନ କେବଳ ନିର୍ବାଚନରେ ​​ସୀମିତ ହୋଇ ରହି ନାହିଁ, ବର୍ତ୍ତମାନ ବିଜେପିର କର୍ମୀ ମଧ୍ୟ ଆମ୍ ଆଦମୀ ପାର୍ଟି ଆଡ଼କୁ ଆକର୍ଷିତ ହେଉଛନ୍ତି ।

aap-bjp

ଗତ କିଛି ଦିନ ମଧ୍ୟରେ ଶହ ଶହ ବିଜେପି କର୍ମୀ "ପଦ୍ମ" ଛାଡି ନିଜ "ଝାଡ଼ୁ" ଧରି ନେଇଛନ୍ତି । ଏନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟ ମୁଖପାତ୍ର ଯୋଗେଶ ଯାଦୱାନୀ କହିଛନ୍ତି ଯେ, ବିଜେପି ଖରାପ ରାଜନୀତି କରିଛି ଏବଂ ଆମର ସ୍ୱଚ୍ଛ ରାଜନୀତିରେ ପ୍ରଭାବିତ ହେବା ପରେ ଏହାର କର୍ମକର୍ତ୍ତାମାନେ ବର୍ତ୍ତମାନ ଆମ ସହ ଯୋଗ ଦେଉଛନ୍ତି । ସେ ଦାବି କରିଛନ୍ତି ଯେ ଦୁଇ ଦିନ ମଧ୍ୟରେ 200 ରୁ ଅଧିକ ବିଜେପି କର୍ମୀ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ 300 ବିଜେପି କର୍ମୀ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଯାଦୱାନି କହିଛନ୍ତି ଯେ ଏହି ଦଳବଦଳ ପ୍ରକ୍ରିୟା ଏବେ ବି ଜାରି ରହିଛି ।

ଯୋଗେଶ ଯାଦୱାନୀ ଆହୁରି କହିଛନ୍ତି ଯେ, ସୁରଟ ଜିଲ୍ଲାରେ ଆମର ଦୃଢ ବିଜୟ ହୋଇଛି । ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ କାର୍ଯ୍ୟକୁ ଏଠାରେ ଲୋକମାନେ ପ୍ରଶଂସା କରୁଛନ୍ତି । ଆମ ଦଳ ମଧ୍ୟ ଏଠାରେ ଥିବା ଲୋକଙ୍କ ସମସ୍ୟାକୁ ନେଇ ସ୍ୱର ଉଠାଇବାରେ ପଛରେ ପଡ଼ିନାହିଁ । ଏଥିଲାଗି ବହୁ ସଂଖ୍ୟକ ମହିଳା ମଧ୍ୟ AAP ପାର୍ଟିରେ ଯୋଗ ଦେଉଛନ୍ତି । ଆମେ ଅନୁଭବ କରୁଛୁ ଯେ ଆଗାମୀ ଦିନରେ ଅନ୍ୟ ବିଜେପି ନେତା ଓ ସଦସ୍ୟ ମଧ୍ୟ ଆମ ସହିତ ଯୋଗଦେବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
300 BJP Worker Joined AAP In Gujrat
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X