'2024 ଲୋକସଭା ନିର୍ବାଚନ ଦେଶର ଶେଷ ନିର୍ବାଚନ ହୋଇପାରେ ...', ଏମିତି କାହିଁକି କହିଲେ ଉଦ୍ଧବ

ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି ମହାରାଷ୍ଟ୍ରରେ ବର୍ତ୍ତମାନର ପରିସ୍ଥିତି ବନ୍ଦ ନହୁଏ, ତେବେ 2024 ଲୋକସଭା ନିର୍ବାଚନ ଦେଶର ଶେଷ ନିର୍ବାଚନ ହୋଇପାରେ । କାରଣ ଏହା ପରେ ଏଠାରେ ଅରାଜକତା ଆରମ୍ଭ ହେବ ।

Uddhav Thackeray

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱ ଗୋଷ୍ଠୀକୁ ଶିବସେନା ଦଳର ନାମ ଓ ଚିହ୍ନ ଦେବା ନେଇ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେ ଦଳର ନେତାମାନେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, "ମୋ ଠାରୁ ସବୁକିଛି ଛଡ଼ାଇ ନିଆଯାଇଛି । ଆମ ଦଳର ନାମ ଏବଂ ନିର୍ବାଚନୀ ଚିହ୍ନ ଛଡ଼ାଯାଇଛି କିନ୍ତୁ ଠାକରେଙ୍କ ନାମ ଛଡ଼ାଇ ପାରିବେ ନାହିଁ । ସେ ବାଲାସାହେବଙ୍କ ପୁତ୍ର ଭାବରେ ଜନ୍ମ ହେବାର ସୌଭାଗ୍ୟ ପାଇ ନାହାଁନ୍ତି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ, ଆସନ୍ତାକାଲିଠାରୁ ଶୁଣାଣି ଆରମ୍ଭ ହେବ ।

ଏହି ସମୟରେ, ଉଦ୍ଧବ ଠାକରେ କହିଛନ୍ତି ଯେ ଯଦି ମହାରାଷ୍ଟ୍ରରେ ବର୍ତ୍ତମାନର ପରିସ୍ଥିତି ବନ୍ଦ ନହୁଏ, ତେବେ 2024 ଲୋକସଭା ନିର୍ବାଚନ ଦେଶର ଶେଷ ନିର୍ବାଚନ ହୋଇପାରେ । କାରଣ ଏହା ପରେ ଏଠାରେ ଅରାଜକତା ଆରମ୍ଭ ହେବ । ବିଜେପିକୁ ଟାର୍ଗେଟ କରି ଏପରି କହିଛନ୍ତି ଉଦ୍ଧବ ଠାକରେ ।

ଦଳର ନାମ ଓ ଚିହ୍ନ ଛଡ଼ାଇବା ଶିବସେନାକୁ ଶେଷ କରିବା ପାଇଁ ବିଜେପିର ଷଡଯନ୍ତ୍ର ବୋଲି ଉଦ୍ଧବ ଠାକରେ କହିଛନ୍ତି । ଉଦ୍ଧବ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ଲୋକଙ୍କର ଆମର ଭାଗ୍ୟ ସ୍ଥିର କରିବାର କ୍ଷମତା ନାହିଁ ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି 2024 ଲୋକସଭା ନିର୍ବାଚନ ପରେ ଜିତନ୍ତି ତେବେ ଏକଛତ୍ରବାଦୀ ଶାସନ ଆରମ୍ଭ ହେବ ।
ଉଦ୍ଧବ ଠାକରେ ମଧ୍ୟ କହିଛନ୍ତି ଯେ ରାମଙ୍କ ଧନୁକୁ ରାବଣ ଧରିପାରିବ ନାହିଁ । ଉଦ୍ଧବ ଠାକରେ ଦୋହରାଇଛନ୍ତି ଯେ ଗୋଟିଏ ବି ଉଦାହରଣ ନାହିଁ ଯେଉଁଠାରେ ଦଳର ନାମ ଏବଂ ଚିହ୍ନ ସିଧାସଳଖ କୌଣସି ଗୋଷ୍ଠୀକୁ ଦିଆଯାଇଛି । ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦେବା ଉଚିତ୍ ବୋଲି ମଧ୍ୟ ଉଦ୍ଧବ ଠାକରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ଫେବୃଆରୀ 28 ସୁଦ୍ଧା 'ମଶାଲ' ;fudv ବ୍ୟବହାର କରିବ ।

ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତ ଆଜି ମଧ୍ୟ କହିଛନ୍ତି ଯେ ଆମେ ନିର୍ବାଚନ ଆୟୋଗଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛୁ । ମୁଁ ମୋର ବିବୃତ୍ତିରେ ଅଟଳ ରହିଛି ଯେ 2000 କୋଟି ଟଙ୍କାର ଡିଲ୍ ହୋଇଛି । ଏହି ଚୁକ୍ତିରେ ସିନ୍ଦେ ଦଳ ଶିବସେନାର ନାମ ଏବଂ ଚିହ୍ନ ପାଇଛନ୍ତି । ଉପଯୁକ୍ତ ସମୟରେ ଆମେ ଏହି ବିଷୟରେ ପ୍ରମାଣ ଆଣିବୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+