Get Updates
Get notified of breaking news, exclusive insights, and must-see stories!

ସୁରକ୍ଷିତ ଆସନ ଖୋଜୁଛନ୍ତି ମୋଦୀ ! ଦକ୍ଷିଣ ଭାରତରୁ 2024 ରେ କରିପାରନ୍ତି ପ୍ରତିଦ୍ୱନ୍ଦିତା

2024 ଲୋକସଭା ନିର୍ବାଚନକୁ ନେଇ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ରରେ ଶାସନ ଗାଦିରେ ବସିଥିବା ବିଜେପି ଏହାର ଆସନ ସଂଖ୍ୟା ଆହୁରି ବୃଦ୍ଧି କରିବାକୁ ଜୋରଦାର ରଣନୀତି ପ୍ରସ୍ତୁତି କରୁଛି । ବିଜେପି ଶାସିତ ରାଜ୍ୟରେ ଆସୁଥିବା ଆସନ ସମେତ ଅଣବିଜେପି ରାଜ୍ୟରେ ଦଳ ନିଜର ସଙ୍ଗଠନ ମଜବୁତ କରିବା ସହ ଭୋଟବ୍ୟାଙ୍କ ବଢାଇ ଅଧିକ ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି ।

ଖାସ୍ କରି ଭାରତୀୟ ଜନତା ପାର୍ଟି 2024 ଲୋକସଭା ନିର୍ବାଚନ ପାଇଁ ଏଥର ଦକ୍ଷିଣ ଭାରତ ଉପରେ ଅଧିକ ଧ୍ୟାନ ଦେଉଛି । ଦଳର ଜାତୀୟ ସଭାପତି ଜେପି ନଡ୍ଡା ଦକ୍ଷିଣ ଭାରତୀୟ ରାଜ୍ୟର ରାଜ୍ୟ ସଭାପତିମାନଙ୍କୁ ଆସନ୍ତା ନିର୍ବାଚନରେ ସେମାନଙ୍କ ରାଜ୍ୟରୁ ବହୁ ସଂଖ୍ୟକ ବିଜେପି ସାଂସଦ ନିର୍ବାଚିତ ହେବା ନିଶ୍ଚିତ କରିବାକୁ କହିଛନ୍ତି ।

Narendra Modi

ଇଂରାଜୀ ଖବରକାଗଜ ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ରବିବାର ଦିନ ହାଇଦ୍ରାବାଦରେ ଦଳର ନେତାଙ୍କ ସହ ଏକ ବୈଠକରେ ନଡ୍ଡା ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ରୁଦ୍ଧ ଦ୍ୱାର ବୈଠକରେ ଦଳର ସାଂଗଠନିକ ଶକ୍ତି ଏବଂ ଦକ୍ଷିଣ ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

ନଡ୍ଡାଙ୍କ ସହ ହୋଇଥିବା ବୈଠକରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଗୋଆ, ପୁଡୁଚେରୀ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପାର୍ଟି ଇନ୍-ଚାର୍ଜ ବ୍ୟତୀତ ସମ୍ପୃକ୍ତ ରାଜ୍ୟର ରାଜ୍ୟ ସଭାପତିମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ବୈଠକରେ କେନ୍ଦ୍ରୀୟ ନେତୃତ୍ୱଙ୍କ ତରଫରୁ ନଡ୍ଡାଙ୍କ ବ୍ୟତୀତ ଦଳର ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ତରୁଣ ଚୁଗ୍, ସୁନୀଲ ବଂଶଲ ଏବଂ ଭି ସତୀଶ ମଧ୍ୟ ଉପସ୍ଥିତ ଥିଲେ ।

ଏହି ବୈଠକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦଳର ଦାୟିତ୍ୱରେ ଥିବା ପ୍ରକାଶ ଜାଭେଦକରଙ୍କ ବ୍ୟତୀତ ତେଲେଙ୍ଗାନାର ନୂତନ ରାଜ୍ୟ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ, ପୂର୍ବତନ ମନ୍ତ୍ରୀ ଡି.କେ ଅରୁଣା ଏବଂ ରାଜ୍ୟସଭା ସାଂସଦ କେ ଲକ୍ଷ୍ମଣ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ, ଏହି ବୈଠକରେ ନଡ୍ଡା ରାଜ୍ୟର ନେତାମାନଙ୍କୁ କହିଛନ୍ତି ଯେ 2024 ର ସାଧାରଣ ନିର୍ବାଚନ ଏବଂ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତ କରିବେ ।

ଏହା ମଧ୍ୟ କୁହାଯାଉଛି ଯେ ଏହି ସମୟରେ ଯେପରି କୌଣସି ନେତା ଦଳ ଛାଡ଼ି ଅନ୍ୟ ଦଳକୁ ଯେପରି ନ ଯାଆନ୍ତି ସେ ନେଇ ଧ୍ୟାନ ଦେବାକୁ ଜି କିଶନ ରେଡ୍ଡୀ ଏବଂ ନିର୍ବାଚନ ପ୍ରଚାର କମିଟିର ସଭାପତି ଏତାଲା ରାଜେନ୍ଦ୍ରଙ୍କୁ କହିଛନ୍ତି ନଡ୍ଡା । ଦଳର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେପି ସଭାପତି ନେତାମାନଙ୍କୁ କହିଛନ୍ତି ଯେ ନେତୃତ୍ୱ ରାଜ୍ୟ ସଂଗଠନରେ କିଛି ପରିବର୍ତ୍ତନ କରିଛନ୍ତି, ତେଣୁ ଏହା ମନେ ରଖିବା ଜରୁରୀ ଯେ, କୌଣସି ନେତା ଦଳ ଛାଡିବା ଉଚିତ୍ ନୁହେଁ, ବରଂ ଅନ୍ୟ ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ ଆଣିବା ଉପରେ ଧ୍ୟାନ ଦେବା ଉଚିତ୍ ।

କିନ୍ତୁ, ଏହି ରିପୋର୍ଟରେ, ବିଜେପି ସୂତ୍ରରୁ ବଡ଼ ସୂଚନା ମିଳିଛି । ସବୁଠାରୁ ବଡ ସୂଚନା ହେଉଛି ଯେ 2024 ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି । ଫଲରେ ଦଳ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚିରପାରିବ । ତାଙ୍କ ପାଇଁ ଏକ 'ସୁରକ୍ଷିତ' ଆସନ ଖୋଜିବା ପାଇଁ ଦଳ ଉଦ୍ୟମ ଆରମ୍ଭ କରିଥିବା ନେଇ ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+